ଓମିକ୍ରନ୍‌ ବିରୋଧରେ କାମ କରୁଛି ଟିକା, ଭୟଭୀତ ହେବାର ନାହିଁ...

Published By : Prameya-News7 Bureau | December 04, 2021 IST

ଭୁବନେଶ୍ୱର ୦୪।୧୨: ଓମିକ୍ରନ୍‌ ମୁକାବିଲା ପାଇଁ ରାଜ୍ୟ ସରକାର ପୁରା ପ୍ରସ୍ତୁତ । ଓମିକ୍ରନ୍‌ ବିରୋଧରେ ଟୀକା କାମ କରୁଛି । ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଯେଉଁମାନେ ବିଦେଶରୁ ଆସୁଛନ୍ତି ତାଙ୍କ ଉପରେ ରାଜ୍ୟ ସରକାର କଡା ନଜର ରଖିଛନ୍ତି। ହୋମ ଆଇସୋଲେଶନକୁ ଗୁରୁତ୍ୱ ଦିଆଯାଇଛି। ଯେଉଁ ମାନେ ବିଦେଶରୁ ଆସୁଛନ୍ତି । ସେମାନଙ୍କ ତଥ୍ୟ କେନ୍ଦ୍ର ସରକାରଙ୍କୁ ଦିଆଯାଉଛି । ବିଦେଶ ଫେରନ୍ତାଙ୍କ ପାଇଁ  କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ପୋର୍ଟାଲ ରାଜ୍ୟସରକାରଙ୍କୁ ପ୍ରଦାନ କଲେ  କଣ୍ଟାକଟ ଟ୍ରାସିଂ କରିବାରେ ସୁବିଧା ହେବ।  ୪୦ ବର୍ଷରୁ ଅଧିକ ଲୋକଙ୍କୁ ବୁଷ୍ଟର ଡୋଜ ଦେବ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀ ଜରି କରିବା ପରେ ରାଜ୍ୟ ସରକାର ଆଗାମୀ ପଦକ୍ଷେପ ନେବେ।

ସେହିପରି  ଶିକ୍ଷାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର କ୍ଵାରେଣ୍ଟାଇନ ସେଣ୍ଟର କରାଯାଇଛି। ଶିକ୍ଷାନୁଷ୍ଠାନରେ କିଭଳି କରୋନା ନବ୍ୟାପିବ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.