Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ସଂକ୍ରମଣ ରୋକିବାକୁ ସଜାଗ ବଲାଙ୍ଗୀର ପ୍ରଶାସନ, ସଚେତନତା ସହ ଷ୍ଟେସନରେ ଯାଞ୍ଚ୍ ପ୍ରକ୍ରିୟା ଜୋରଦାର୍
  • ||
  • ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ
  • ||
  • କରୋନା ସଂକ୍ରମଣ ରୋକିବାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ହେଲା ନୋଟିସ, ସନ୍ଧ୍ୟା ୭ଟା ୩୦ ସୁଦ୍ଧା ହଷ୍ଟେଲ ଫେରିବାକୁ ଛାତ୍ରଙ୍କୁ ନିର୍ଦ୍ଦେଶ
  • ||
  • ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ର ମୃତ ! ନର୍ସ ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବାପା
  • ||
  • ଓଲଟି ପଡିଲା ପ୍ରିନ୍ସ, ମୃତ୍ୟୁ ମୁଖରୁ ବର୍ତ୍ତିଲେ ୪୬ ଯାତ୍ରୀ
  • ||
  • ଷ୍ଟିୟରିଂ ଉପରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର, ଓଲଟି ପଡିଲା ଟ୍ରକ, ୬ ଶ୍ରମିକ ମୃତ
  • ||

ବିଧାୟକ ପଦ ଛାଡିଲେ ନବ ଦାସ

28/01/2019 at 11:10 AM

ଭୁବନେଶ୍ବର ୨୮|୧:  ବିଧାୟକ ପଦରୁ ଇସ୍ତଫା ଦେଲେ ନବ ଦାସ । ସେ ବାଚସ୍ପତିଙ୍କୁ ଭେଟି ସେ ଇସ୍ତଫା ପତ୍ର ଦେଇଛନ୍ତି । କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଛନ୍ତି ନବ ଦାସ । ଝାରସୁଗୁଡାର ପୂର୍ବତନ ବିଧାୟକ ନବ ଦାସ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡା ଗସ୍ତ ଅବସରରେ ନବ ଦାସ ବିଜେଡିରେ ଯୋଗ ଦେଇଥିଲେ | ବିଜେଡିରେ ମିଶିବା ପରେ ନବ ଦାସ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ପଶ୍ଚିମ ଓଡିଶାରେ ବିକାଶ କରିବେ | ଝାରସୁଗୁଡା ଜିଲ୍ଲାରେ ଡବଲ ମେନ ରୋଡ଼ ନିର୍ମାଣ କରିବେ | କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ, ସାଧାରଣ ନିର୍ବାଚନ ପୂର୍ବରୁ ହେଉଥିବା ସମସ୍ତ ଜନସମାବେଶରେ ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରୁଛନ୍ତି । ଝାରସୁଗୁଡାରେ ଲକ୍ଷ ଲକ୍ଷ ଲୋକଙ୍କ ସମାବେଶ ହୋଇଛି ବୋଲି ସେ କହିଥିଲେ | ଆସନ୍ତା ଦିନରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ପଶ୍ଚିମ ଓଡିଶାରେ ବିଜୁ ଜନତା ଦଳର ଜୟଗାନ ଆରମ୍ଭ ହୋଇଛି ବୋଲି ସେ କହିଥିଲେ | ମୁଖ୍ୟମନ୍ତ୍ରୀଙ୍କ ଆଗରେ ନୂତନ ଝାରସୁଗୁଡା ନିର୍ମାଣ, ମେଡିକାଲ କଲେଜ, ଝାରସୁଗୁଡା ସହରରେ ଏମ୍ସ ନିର୍ମାଣ ଏବଂ ଝାରସୁଗୁଡାକୁ କମର୍ସିୟାଲ ସିଟି ଅଫ୍ ଓଡିଶାର ମାନ୍ୟତା ଦାବି କରିଥିଲେ ନବ ଦାସ |

   Related Posts