ନବ ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା ?

Published By : Prameya-News7 Bureau | July 06, 2020 IST

ଲଙ୍ଗଳେଶ୍ବର୬/୭: ବାଲିଆପାଳ ଥାନା ଅନ୍ତର୍ଗତ ଦେଉଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ସକାଳେ ଜଣେ ନବ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ, ଦେଉଳା ଗ୍ରାମର ଘନଶ୍ୟମ ପାଗଳଙ୍କ ପୁଅ ଗୋପାଳଙ୍କ ସହିତ ଏକ ବର୍ଷ ପୂର୍ବେ ସିଂଲା ଥାନା ଅନ୍ତର୍ଗତ ନାଡବଣି ଗ୍ରାମର ସୁଧୀର ଦାସଙ୍କ ଝିଅ ବାସନ୍ତୀଙ୍କ ସହ ବିବାହ ହୋଇଥିଲା। ତେବେ ବିବାହ ପରେ ବାସନ୍ତୀଙ୍କୁ ଶାଶୁଘର ଲୋକେ ବିଭିନ୍ନ ସମୟରେ ଯୌତୁକ ନିର୍ଯାତନା ଦେଉଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ତେବେ ଆଜି ସକାଳୁ ବାସନ୍ତୀଙ୍କ ଝୁଲନ୍ତା ମୃତଦେହ ତାଙ୍କର ଶୋଇବା ଘରୁ ଉଦ୍ଧାର କରାଯାଇଛି। ଏନେଇ ବାସନ୍ତୀଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଛି ବୋଲି ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ବାଲିଆପାଳ ପୋଲିସ୍‌ ଘଟଣା ସ୍ଥଳରେ ପହଁଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ମୃତ ମହିଳାଙ୍କ ସ୍ବାମୀଙ୍କୁ ଅଟକ କରି ଅଧିକ ତଦନ୍ତ ଚଳାଇଛି ପୋଲିସ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.