Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ନବବଧୂଙ୍କ ଆତ୍ମହତ୍ୟା! ମୃତଦେହ ନିକଟରୁ ମିିିିଳିଲା ସୁଇସାଇଟ୍‌ ନୋଟ୍‌

27/09/2020 at 4:20 PM

ସୋର୨୭/୯: ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ। ସୋର ଥାନା ସାଜନପୁର ପାଞ୍ଚାୟତ କସପା ଗ୍ରାମର ରଘୁନାଥ ଜେନାଙ୍କ ବଡ଼ ବୋହୂ ଶୁଭ୍ରଶ୍ବେତପଦ୍ମା ବେହେରା ପଙ୍ଖାରେ ଲୁଗା ଲଗାଇ ରଶି ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଅନ୍ୟପଟେ ସେ ଆତ୍ମହତ୍ୟା କରି ନାହାନ୍ତି, ତାଙ୍କୁ ହତ୍ୟା କରାଯାଇଥିବା ମୃତ ମହିଳାଙ୍କ ବାପଘର ଲୋକ ଅଭିଯୋଗ କରିଛନ୍ତି।  ଏନେଇ ପରିବାର ପକ୍ଷରୁ ସୋର ଥାନାରେ ଏତଲା ଦିଆଯାଇଛି।

ମୃତ ମହିଳା ହେଲେ ସିମୁଳିଆ ଥାନା ସୂଙ୍ଗୁଡା ଗ୍ରାମର। ମିଳିଥିବା ସୂଚନା ମୁତାବକ, ସେ ପ୍ରଥମେ ବେତଡାର ଜଣେ ଯୁବକଙ୍କୁ ବିବାହ କରିଥିଲେ। କୌଣସି କାରଣ ଯୋଗୁଁ ଉଭୟଙ୍କ ବିଚ୍ଛେଦ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ରକେଶ ଜେନା ନାମକ ଯୁବକଙ୍କୁ ଶୁଭ୍ରଶ୍ବେତପଦ୍ମା ପ୍ରେମ ବିବାହ କରିଥିଲେ। ସେ ହାଇଦ୍ରାବାଦରେ ରହି କାମ କରନ୍ତି। ବିବାହ ୬ ମାସ ନପୁରୁଣୁ ସେ କାହିଁକି ଆତ୍ମହତ୍ୟା କଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ମୃତଦେହ  ନିକଟରୁ ସୁଇସାଇଟ୍ ନୋଟ୍ ମିଳିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

   Related Posts