ପରିବାର ଲୋକଙ୍କ ଅଭିଯୋଗ: 'ଆମ ଝିଅର ସନ୍ତାନ ହେଲାନି ବୋଲି ସ୍ବାମୀ-ଶ୍ବଶୁର ମିଶି କିରୋସିନୀ ଢ଼ାଳି ନିଆଁ ଲଗାଇ ଦେଲେ'

Published By : Prameya-News7 Bureau | September 21, 2020 IST

ପୁରୁଷୋତ୍ତମପୁର୨୧/୯: ବୋହୂର ସନ୍ତାନ ହେଲାନି ବୋଲି କିରୋସିନୀ ଢ଼ାଳି ମାରି ଦେଲେ ସ୍ବାମୀ ଆଉ ଶ୍ବଶୁର।ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାର ଲୋକେ। ପରିବାର ଲୋକଙ୍କ କହିବା ଅନୁସାରେ ବାହାଘରର ତିନିବର୍ଷ ପରେ ବୋହୂର ସନ୍ତାନ ହୋଇ ନଥିଲା। ସେଥିପାଇଁ ମହିଳାଙ୍କୁ ହତ୍ୟା କରିଛନ୍ତି।

ଏହି ଘଟଣାରେ ପରିବାର ଲୋକେ କବିସୂର୍ଯ୍ୟ ନଗର ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ଘଟିଛି  କବିସୂର୍ଯ୍ୟନଗର ଥାନା ଓ ପୁରୁଷୋତ୍ତମପୁର ବ୍ଲକର ଝାଡ଼ବାଇ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ତିନିବର୍ଷ ପୂର୍ବେ ଗଞ୍ଜାମ ବ୍ଲକର ସନ୍ତୋଷପୁର ଗ୍ରାମର ଭୀମସେନ ସେଠୀଙ୍କ ଝିଅ ଭାରତୀ, ତାଙ୍କ ବୟସ ୨୦ ବର୍ଷ। ବୈଦିକ ରୀତି-ରିବାଜରେ ଝାଡ଼ବାଇ ଗ୍ରାମର ସନ୍ୟାସୀ ସେଠୀଙ୍କ ପୁଅ ସୀମାଞ୍ଚଳ ସେଠୀଙ୍କୁ ବିବାହ କରିଥିଲେ।

କିଛିଦିନ ଭଲରେ ରହିବା ପରେ ଶ୍ବଶୁର ଓ ସ୍ୱାମୀ ମିଶି ମାନସିକ ଏବଂ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ। ଗତ ୧୭ ତାରିଖ ଦିନ ସ୍ୱାମୀ,ସ୍ତ୍ରୀ ଝାଡ଼ବାଇକୁ ଯାଇଥିଲେ। କିଛି ସମୟ ପରେ ବୋହୂ ସହ ଶ୍ବଶୁର ଝଗଡା କରିଥିଲେ। ସନ୍ଧ୍ୟା ସମୟରେ ବୋହୂ ରୋଷେଇ କରିବା ବେଳେ କିରୋସିନୀ ଢାଳି ମାରିଦେବାକୁ ଚାହିଁଥିଲେ, ,ତେବେ ତାଙ୍କ ପାଟି ଶୁଣି ସାହି ଲୋକଙ୍କ ପ୍ରବେଶ ପରେ ସେମାନେ ପ୍ରଥମେ କବିସୂର୍ଯ୍ୟ ନଗର ସ୍ୱାସ୍ତ୍ୟ କେନ୍ଦ୍ର , ସେଠାରୁ ବ୍ରହ୍ମପୁର ଏବଂ ପରିସ୍ଥିତି ଜଟିଳ ହେବାରୁ କଟକ ନେଇଯାଇ ଥିଲେ ସେଠାରେ ମହିଳାଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାର ଲୋକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.