Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ସାତ ଜନ୍ମର ସଂପର୍କ ମାତ୍ର ଦେଢ଼ ବର୍ଷରେ ଶେଷ: ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ, ଥାନାରେ ସ୍ବାମୀ, ଦେଢ଼ଶୁର ଏବଂ ଶ୍ବଶୁର ଅଟକ

6/11/2020 at 1:10 PM

ରାଇରଙ୍ଗପୁର୬/୧୧: ଯୌତୁକ ପାଇଁ ନବ ବଧୂଙ୍କୁ ହତ୍ୟା ଅଭିଯୋଗ। ରାଇରଙ୍ଗପୁର ଗୋରୁମହିଷାଣି ଥାନା ମୁଚିଆ ନେତ୍ରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ଦୀପକ ମଣ୍ଡଳଙ୍କ ସ୍ତ୍ରୀ ଦୁର୍ଗା ମଣ୍ଡଳ ଦିନ ଦିପହରେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଅନ୍ୟପଟେ ମୃତ ମହିଳାଙ୍କ ବାପ ଘର ଲୋକେ କହିଛନ୍ତି,  ଯୌତୁକ ଲାଗି ତାଙ୍କ ଝିଅକୁ ହତ୍ୟା କରାଯାଇଛି।

ସୂଚନାଥାଉକି, ଦେଢ଼ ବର୍ଷ ତଳେ ଦୁର୍ଗା ବିଜାତଳା ବ୍ଲକ ଝାଉଉଁରୀ ଗାଁରୁ ମୁଚିଆନେତ୍ରା ଗାଁକୁ ବୋହୂ ହୋଇ ଯାଇଥିଲେ। ବିବାହର କିଛିଦିନ ପରେ ତାଙ୍କୁ ନିର୍ଯାତନା ଦିଆଯାଉଥିଲା। ୫୦ ହଜାର ଟଙ୍କା ଏବଂ ସୁନା ଅଳଙ୍କାର ଦାବି କରିବା ସହ ତାଙ୍କୁ ମାଡ ଗାଳି କରୁଥିବା ମୃତ ମହିଳାଙ୍କ ବାପା ଅଭିଯୋଗ କରିଛନ୍ତି। ଏହି ଘଟଣାରେ ସ୍ବାମୀ, ଦେଢ଼ଶୁର ଏବଂ ଶ୍ବଶୁରଙ୍କୁ ପୋଲିସ୍ ଅଟକ ରଖିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି।

   Related Posts