ବଲାଙ୍ଗୀର: ଯୌତୁକ ପାଇଁ ନବ ବଧୂଙ୍କୁ ହତ୍ୟା ଅଭିଯୋଗ

Published By : Prameya-News7 Bureau | January 25, 2021 IST

ବଲାଙ୍ଗୀର୨୫/୧: ଯୌତୁକ ପାଇଁ ନବ ବଧୂଙ୍କୁ ହତ୍ୟା ଅଭିଯୋଗ। ପାଟଣାଗଡ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ,  ମୃତ ମହିଳା ହେଲେ ପାଟଣାଗଡ ଡୁମେର ଉଦର ଗାଁର ଦୀପକ ହେହେରାଙ୍କ ସ୍ତ୍ରୀ ସୁଦେସ୍ନା ବେହେରା। ଯୌତୁକ ପାଇଁ ଭଉଣୀଙ୍କୁ ହତ୍ୟା କରିଥିବା ଥାନାରେ ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି।

{"id":398263,"width":551,"height":664,"sizeSlug":"large","linkDestination":"none"}

ଏ ନେଇ ପାଟଣାଗଡ ଥାନାରେ ମାମଲା ରୁଜୁ ହୋଇଛି। ଗତ ୨୦୧୯ ମସିହା ଏପ୍ରିଲ ୪ ତାରିଖରେ ବେଲପଡା ଥାନା ଜୋର ଗାଁର ସୁଦେସ୍ନାଙ୍କୁ ଡୁମେର ଉଦର ଗାଁର ଦୀପକ ବେହେରା ବିବାହ କରିଥିଲେ। ଯୌତୁକ ପାଇଁ ଦୀର୍ଘଦିନରୁ ସୁଦେସ୍ନାଙ୍କୁ ନିର୍ଯାତନା ଦେଇ ଆସୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶେଷରେ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିବା ମୃତ ମହିଳାଙ୍କ ପରିବାର ଲୋକେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.