ବିବାହକୁ ୩ ମାସ ନପୁରୁଣୁ ନବବଧୂଙ୍କ ମୃତ୍ୟୁ: ବାପଘର ଲୋକେ କହିଲେ, 'ଆମକୁ ନ୍ୟାୟ ଦରକାର'

Published By : Prameya-News7 Bureau | September 27, 2020 IST

କଟକ୨୭/୯: ଯୌତୁକ ପାଇଁ ଶାଶୁ ଘର ଲୋକେ ବୋହୂକୁ କରିଲେ ହତ୍ୟା। ଏଭଳି ସାଙ୍ଗାତିକ ଅଭିଯୋଗ ଆଣିଛନ୍ତି ମୃତ ବୋହୂର ବାପଘର ଲୋକେ । ଯାହାକୁ ନେଇ ପୁରୀଘାଟ ଥାନାରେ ମୃତ ମହିଳାଙ୍କ ବାପଘର ପକ୍ଷରୁ ଏକ ଏତଲା ଦିଆଯାଇଛି। ଅପରପଟେ ମୃତ ମହିଳା ହେଲେ ଦୀପ୍ତି ମଲ୍କିକ। ମିଳିଥିବା ସୂଚନା ମୁତାବକ, ପୋଲିସର ଉପସ୍ଥିତିରେ ଏସସିବି ମେଡିକାଲରେ ତାଙ୍କର ଶବ ବ୍ୟବଚ୍ଛେଦ ହୋଇଛି।

{"id":335324,"sizeSlug":"large"}

ପରିବାର ଲୋକଙ୍କ ଅଭିଯୋଗ ମୁତାବକ ୨୦୧୯ ଜୁଲାଇ ୭ ତାରିଖରେ ପୁରୀଘାଟ ଥାନା ଅନ୍ତର୍ଗତ ତଳ ତେଲେଙ୍ଗା ବଜାର ବିଜୁ ମଲ୍ଲିକଙ୍କୁ ଦୀପ୍ତି ବିବାହ କରିଥିଲେ। ବିବାହର ମାତ୍ର ୩ ସପ୍ତାହ ନ ପୁରୁଣୁ ଦୀପ୍ତିଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ ଶାଶୂ ଘର ଲୋକେ । ବିଭିନ୍ନ ସମୟରେ ସ୍ୱାମୀ ଏବଂ ତାଙ୍କ ମା ଓ ଭଉଣୀ ଯୌତୁକ ଆଣିବା ପାଇଁ ତାଙ୍କୁ ବାଧ୍ୟ କରୁଥିଲେ ।

{"id":335326,"width":577,"height":1244,"sizeSlug":"large"}

ଏ ବାବଦରେ ଦୀପ୍ତି ପରିବାର ଲୋକଙ୍କୁ ଅବଗତ ମଧ୍ୟ କରାଇଥିଲେ । ମାତ୍ର ଦୀପ୍ତିଙ୍କ ବାପ ଘର ଲୋକଙ୍କ ଆର୍ଥିକ ସ୍ଥିତି ସେତେଟା ସ୍ୱଚ୍ଛଳ ନଥିବାରୁ ଦାବି ଟଙ୍କା ଦେବାରେ ସେମାନେ ଅସମର୍ଥ ହୋଇଥିଲେ। ଯାହାକୁ ନେଇ ବିଭିନ୍ନ ସମୟରେ ସ୍ୱାମୀ, ଶାଶୁ ଓ ନଣନ୍ଦ ମିଶି ତାଙ୍କୁ ମାଡ-ଗାଳି କରୁଥିବାର ଅଭିଯୋଗ ହୋଇଥିଲା। ହଠାତ୍ ଶାଶୁଘର ଲୋକେ ଦୀପ୍ତିଙ୍କ ମୃତ୍ୟୁ ଖବର ତାଙ୍କ ବାପଘରକୁ ଫୋନ ଯୋଗେ ଜଣାଇଥିଲେ।

ଏହାପରେ ପରିବାର ଲୋକେ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ଦୀପ୍ତିଙ୍କ ବେକ ଓ ମୁଣ୍ଡ ପଛପଟ ଅଂଶରେ ଗଭୀର ଆଘାତ ଲାଗିଥିବା ପରିବାର ଲୋକେ ଦେଖିଥିଲେ। ଦୀପ୍ତିଙ୍କ ଶରୀରରେ ରକ୍ତ ଲାଗିଥିବା ମଧ୍ୟ ପରିବାର ଲୋକେ କହିଛନ୍ତି। ଏହାକୁ ଆଧାର କରି ପରିବାର ଲୋକେ ଶାଶୁ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ । ଆମକୁ ନ୍ୟାୟ ଦରକାର ବୋଲି ମୃତ ମହିଳାଙ୍କ ବାପଘର ଲୋକେ କହିଛନ୍ତି। ଅପରପଟେ ପୋଲିସ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.