ନବବଧୂଙ୍କ ମୃତ୍ୟୁ ଘଟଣା: ଭୋ, ଭୋ ହୋଇ କାନ୍ଦିଲେ ମାଆ, କହିଲେ, 'ମୋ ଝିଅର ହତ୍ୟାକାରୀଙ୍କୁ ଦଣ୍ଡ ମିଳୁ'

Published By : Prameya-News7 Bureau | July 15, 2020 IST

ଭଦ୍ରକ୧୫/୭: ମାତ୍ର ବିବାହର ୩ ମାସ ପରେ ନବବଧୂଙ୍କ ମୃତ୍ୟୁ। ଏହି ଘଟଣାକୁ କେହି ହଜମ କରି ପାରୁ ନାହାନ୍ତି।ମୃତ ମହିଳାଙ୍କ ମାଆ କହିଛନ୍ତି ଯେ, ତାଙ୍କ ଝିଅକୁ ହତ୍ୟା କରାଯାଇଛି। ସମସ୍ତ ହତ୍ୟାକାରୀଙ୍କୁ ଦଣ୍ଡ ମିଳିବା ଉଚିତ୍ । ଏମିତି କାନ୍ଦି କାନ୍ଦି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସ୍ଵର୍ଣ୍ଣଲତା ଷଡଙ୍ଗୀ। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଆନନ୍ଦବଜାର ଅଞ୍ଚଳରେ ସ୍ଵର୍ଣ୍ଣଲତା ଷଡଙ୍ଗୀଙ୍କ ଘର । ତାଙ୍କ ଝିଅ ପ୍ରତୀକ୍ଷା ଷଡଙ୍ଗୀ , ଧାମନଗର ଥାନା ନାରାୟଣପୁର ଗାଁର ଦେବଜିତ ପଣ୍ଡାଙ୍କୁ ଜାନୁଆରୀ ୧୩ ତାରିଖରେ ବୈଦିକ ରିତି-ରିବାଜରେ ବିବାହ କରିଥିଲେ।

{"id":300867,"width":508,"height":604,"sizeSlug":"large"}

ପୁଣି  ଏପ୍ରିଲ ୧୩ ମାସରେ ପ୍ରତୀକ୍ଷାଙ୍କୁ ହତ୍ୟା ଉଦେଶ୍ୟରେ ଶ୍ଵଶୁର ଘର ଲୋକେ ଛାତରୁ ଠେଲି ଦେଇଥିଲେ କିନ୍ତୁ ସୌଭାଗ୍ୟବଶତ ସେ ବଞ୍ଚିଯାଇଥିଲେ କିନ୍ତୁ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା ବୋଲି ତାଙ୍କ ମାଆ କହିଥିଲେ । ପରେ ଏପ୍ରିଲ ମାସ ୧୯ ତାରିଖ ଦିନ ପ୍ରତୀକ୍ଷାଙ୍କୁ ହତ୍ୟା କରାଯାଇଥିବା ନେଇ ଖବର ମିଳିବା ପରେ ସ୍ଵର୍ଣ୍ଣଲତା ନିଜ ସମ୍ପର୍କୀୟଙ୍କୁ ପ୍ରତୀକ୍ଷାଙ୍କ ଶ୍ବଶୁରଘରକୁ ପଠାଇଥିଲେ ।

{"id":300868,"width":581,"height":778,"sizeSlug":"large"}

ସେଠାରେ ପ୍ରତୀକ୍ଷାଙ୍କର ମୃତ୍ୟୁ ହୋଇଥିବା ଖବର ପାଇଥିଲେ । ପରେ ତାଙ୍କ ଝିଅ ଙ୍କୁ ଶ୍ବଶୁରଘର ଲୋକେ ହତ୍ୟା କରାଯାଇଥିବା ନେଇ ଧାମନଗର ଥାନାରେ ଏତଲା ଦେଇଥିଲେ । ପରେ ଧାମନଗର ପୋଲିସ ତଦନ୍ତ କରିବା ସହ ପ୍ରତୀକ୍ଷାଙ୍କ ସ୍ଵାମୀ ଦେବଜିତ ପଣ୍ଡା ଓ ଶ୍ଵଶୁର ସୁରେନ୍ଦ୍ର ପଣ୍ଡାଙ୍କୁ ଗିରଫ କରିଥିଲା । କିନ୍ତୁ ଶାଶୁ ଓ ନଣନ୍ଦ ଫେରାର ହୋଇଯାଇଥିଲେ । ପରେ ସ୍ଵର୍ଣ୍ଣଲତା ସେମାନଙ୍କ ଗିରଫ କରିବା ଦାବି ନେଇ ଧାମନଗର ଏସଡିପିଓଙ୍କୁ ବାରମ୍ବାର ଭେଟିଥିଲେ ମଧ୍ୟ କୌଣସି  ସୁଫଳ ମିଳିବା ପରିବର୍ତ୍ତେ ଧାମନଗର ଏସଡିପିଓ ତାଙ୍କୁ ତଦନ୍ତ ଆଳ ଦେଖାଇବା ସହ ମୃତ ନବବଧୂଙ୍କ ଶାଶୁ ଓ ନଣନ୍ଦ ଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛନ୍ତି । ତେବେ ଯଦି ଖୁବ ଶୀଘ୍ର ଫେରାର ହୋଇଥିବା ଅଭିଯୁକ୍ତଙ୍କୁ ଗିରଫ ନ କରାଗଲେ ୭ ଦିନ ପରେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.