ଖରିଫ ଧାନ କିଣା ଦୁର୍ନୀତି ପ୍ରସଙ୍ଗ : ଜିଲ୍ଲା ବିଜେପି ସଭାପତିଙ୍କ ସଂପୃକ୍ତି ଅଭିଯୋଗ ଆଣିଲା ନବନିର୍ମାଣ କୃଷକ ସଙ୍ଗଠନ

Published By : Prameya-News7 Bureau | August 30, 2020 IST

କେନ୍ଦୁଝର ୩୦।୮: ଖରିଫ ଧାନ କିଣା ଦୁର୍ନୀତିରେ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ସମ୍ପୃକ୍ତ ବୋଲି ଚାଷୀ ସଙ୍ଗଠନ ଅଭିଯୋଗ ଆଣିଛି । ବିଜେପି ସଭାପତିଙ୍କ ଚାଷଜମିରେ ଉତ୍ପାଦିତ ଧାନଠାରୁ ଅଧିକ ଧାନ ସରକାରୀ ମଣ୍ଡିରେ ସେ ବିକିଥିବା ଅଭିଯୋଗ ହୋଇଛି । ସେହିପରି ତାଙ୍କ ଭାଇ ଜିଲ୍ଲା ପରିଷଦ ସଦସ୍ୟ ଶିବାଜୀ ମଧ୍ୟ ଅଧିକ ଧାନ ବିକିଥିବା ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ।

ଅଭିଯୋଗ ଅନୁସାରେ ସାହାରପଡା ସମବାୟ ସମିତିର ଧାନମଣ୍ଡିରେ ଚଳିତ ଖରିଫ ଧାନକିଣାରେ ୩ କୋଟିରୁ ଅଧିକ ଟଙ୍କାର ହେରଫେର ହୋଇଛି । କିନ୍ତୁ ଫେବ୍ରୁଆରୀ ମାସରୁ ଧାନ ବିକିଥିବା ପ୍ରକୃତ ୬୮ ଜଣ ଚାଷୀ ପ୍ରାପ୍ୟ ପାଇନାହାନ୍ତି । ମାତ୍ର ବିଜେପି ସଭାପତି ମାର୍ଚ୍ଚ ୨୪ ତାରିଖରେ ୧୨୦ କୁଇଣ୍ଟାଲ ଧାନ ବିକି ଏହାର ମୂଲ୍ୟ ପାଇଥିବା ରିପୋର୍ଟ ମିଳିଛି । ସମବାୟ ବିଭାଗର ଧାନକିଣା ଦାୟିତ୍ବରେ ଥିବା ସାହାରପଡା ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ଖଗେଶ୍ବର ମହାନ୍ତ ଓ ସହକାରୀ ଚିତ୍ତରଞ୍ଜନ ନାଏକ ସହିତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଯୋଗାଣ ବିଭାଗର ବରିଷ୍ଠ ଅଧିକାରୀମାନେ ଧାନକିଣା ଅନିୟମିତତାରେ ଜଡିତ ରହିଥିବାରୁ ଏଭଳି ଚଞ୍ଚକତା ସମ୍ଭବ ହୋଇପାରିଛି ବୋଲି ଅଭିଯୋଗ କରାଯାଇଛି ।

ଘଟଣାକୁ ଚପାଇ ଦେବାକୁ ଯାଇ ସମବାୟ ବିଭାଗ ଏହି ୨ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିବା ସହିତ ଥାନାରେ ମଧ୍ୟ ଏତଲା ଦେଇଛି । ପୁଲିସ ଅଭିଯୁକ୍ତ ଦ୍ବୟକୁ ଥାନାରେ ଅଟକ ରଖିଛି । ଅନ୍ୟପକ୍ଷରେ ୬୮ ଜଣ ଚାଷୀ ପାଉଣା ନପାଇଲେ ଆସନ୍ତା ୮ ତାରିଖରୁ ଆମରଣ ଅନଶନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.