ମାନବାଧିକାରର କଥା କହୁଥିବା ପାକିସ୍ତାନ ଜେଲରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଦୁର୍ବ୍ୟବାହର ଅଭିଯୋଗ, ଉପରକୁ ଗ୍ଲାସ ଫିଙ୍ଗିଲେ ଅଫିସର

Published By : Prameya-News7 Bureau | September 26, 2019 IST

ଇସ୍ଲାମାବାଦ: ୨୦୧୭-୨୦୧୮ରେ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଥିବା ଶାହିଦ ଖକ୍କାନ ଆବାସୀଙ୍କୁ ଜେଲରେ ଦୁର୍ବ୍ୟବହାର ପ୍ରସଙ୍ଗ ଏବେ ପାକ୍ ଗଣମାଧ୍ୟମରେ ଶିରୋନାମା ପାଲଟିଛି। ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ (ନାବ୍)ର ଜନୈକ ଅଧିକାରୀ ତାଙ୍କ ଉପରକୁ ହାଜତରେ ଗ୍ଲାସ୍ ଫିଙ୍ଗିଥିବା ଚର୍ଚ୍ଚା ହେଉଛି। ହାଜତରେ ତାଙ୍କୁ ପଚରା ଉଚରା କରାଯାଉଥିବା ବେଳେ ଅଧିକାରୀ ଜଣକ ଉତକ୍ଷିପ୍ତ ହୋଇ ଏପରି କରିଛନ୍ତି ବୋଲି କୁହାଯାଉଥିବା ବେଳେ ସେ ପାଲଟା ଅଭିଯୋଗ କରିଛନ୍ତି।

{"id":163207}

ମିଳିଥିବା ସୂଚନା ଅନୁସାରେ ଲିକ୍ୟୁଫାଇଡ୍ ନ୍ୟାଚୁରାଲ ଗ୍ୟାସ୍ (ଏଲଏନଜି) ଦୁର୍ନୀତିର ତଦନ୍ତରେ ନାବ୍ ର ଏହି ପେଟ୍ରୋଲିୟମ ବିଶେଷଜ୍ଞ ଖକାନଙ୍କୁ ହାଜତରେ ପଚରା ଉଚରା କରିଥିଲେ। ଏହି ପଚରା ଉଚରା ବେଳେ ଖକାନଙ୍କ ଜବାବରେ ସେ ଅଚାନକ ଉତକ୍ଷିପ୍ତ ହୋଇ ତାଙ୍କୁ ଧସ୍ତାଧସ୍ତି କରିବା ସହି ତାଙ୍କ ଉପରକୁ ଗ୍ଲାସ୍ ଫିଙ୍ଗିଥିଲେ। ତେବେ ସେଠାରେ ଉପସ୍ଥିତ ଅନ୍ୟ ଅଧିକାରୀମାନେ ତାଙ୍କୁ ନିୟନ୍ତ୍ରଣକୁ ନେଇଥିବା ପାକ୍ ଗଣମାଧ୍ୟମରେ ପ୍ରକାଶିତ ଖବରରେ କୁହାଯାଉଛି।

{"id":163208}

ତେବେ ପାକିସ୍ତାନ ଜେଲରେ ରାଜନୈତିକ ବନ୍ଦୀଙ୍କ ପ୍ରତି ଅତ୍ୟାଚାର କିଛି ନୂଆ କଥା ନୁହେଁ। ଅତୀତରେ ଏକଛତ୍ରବାଦୀ ଶାସକ ଜିଆ ଉଲହକ୍ ଶାସନ କ୍ଷମତା ହାତକୁ ନେବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କୁ ଜେଲରେ ନିର୍ଯାତନା ଦେଉଥିଲେ। ଜେନେରାଲ ମୁଶର୍ରଫ କ୍ଷମତାକୁ ଆସିବା ପରେ ଜେଲରେ କ୍ଷମତାଚ୍ୟୁତ ପ୍ରଧାନମନ୍ତ୍ରୀ ମିଆଁ ନୱାଜ୍ ସରିଫଙ୍କୁ ମଧ୍ୟ ନିର୍ଯାତନା ଦେଉଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.