Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୫୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଡିସଚାର୍ଜ
  • ||
  • ବିଧାୟିକାଙ୍କ ଘର ଆଗରେ ବୋମାମାଡ଼, ଦୁଇ ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତକୁ ମିଳିଲା ଆଉ ଏକ ପଦକ, ୫୭ କେଜି କୁସ୍ତିରେ ରବି ଦାହିୟା ଜିତିଲେ ରୌପ୍ୟ ପଦକ
  • ||
  • ଜଗତସିଂହପୁର : ଶୁକ୍ରବାର ଖୋଲିବ ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ମନ୍ଦିର, ଖୋଲିବ ଗୋରେଖନାଥଙ୍କ ପୀଠ
  • ||
  • କଟକ : ସ୍କୁଟି ମିଳିଥିଲା ମଧୁସୂଦନ ସେତୁରୁ, ମୃତଦେହ ମିଳିଲା ଯୋବ୍ରା ଆନିକଟରୁ : ମଙ୍ଗଳବାରଠୁ ଥିଲେ ନିଖୋଜ
  • ||
  • ବଡବିଲ : ରାସ୍ତା କଡକୁ ଓଲଟି ହୁତୁହୁତୁ ହୋଇ ଜଳିଗଲା ହାଇୱା
  • ||
  • ଭୁବନେଶ୍ବର : ରାଜ୍ୟ ମାନବାଧିକାର ଆୟୋଗରେ ଅଗ୍ନିକାଣ୍ଡ, ଏସି ସଟ୍ ସର୍କିଟ୍‌ରୁ ନିଆଁ ଲାଗିଥିବା ସୂଚନା
  • ||
  • ରାଉରକେଲା : ବଡଧରଣର ଜିଏସ୍‌ଟି ଠକେଇ, ବନ୍ଧାହେଲା ୮୦ କୋଟି ଟଙ୍କା ଠକିନେଇଥିବା ଠକ
  • ||
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • କଟକ : ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||

ଏନ-95 ମାସ୍କର ଦାମ୍ କେତେ ? କାହିଁକି ଲିଷ୍ଟ୍ ଜାରି ପରେ ଦୂରେଇ ଗଲେ ସରକାର, ରାଜ୍ୟ-କେନ୍ଦ୍ର କଥାରେ ଅମେଳ

23/07/2020 at 3:51 PM

ନୂଆଦିଲ୍ଲୀ, ୨୩|୦୭: କରୋନା ଭାଇରସର ମୁକାବିଲା ପାଇଁ ପ୍ରମୁଖ ଅସ୍ତ୍ର ସାଜିଥିବା ମାସ୍କର ଦର ଆକାଶ ଛୁଆଁ ହେବାରେ ଲାଗିଛି । ଗ୍ରାହକଙ୍କଠାରୁ ମନଇଛା ଦର ନେଉଛନ୍ତି ଦୋକାନୀ । ମହାରାଷ୍ଟ୍ର ସରକାର ମାସ୍କ ଦରରେ ଅଙ୍କୁଶ ଲଗାଇବାକୁ ଯାଉଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ଏହାକୁ ଆବଶ୍ୟକୀୟ ସାମଗ୍ରୀ ତାଲିକାରୁ ହଟାଇ ଦେଇଛନ୍ତି । ମାସ୍କର ଦର ଉପରେ ନିୟନ୍ତ୍ରଣ କରିବା ନେଇ ଦାବି କରୁଥିବା ନ୍ୟାଶନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟିର ଭୂମିକାକୁ ନେଇ ତାଳମେଳ ରହୁନାହିଁ ।

ଉପଭୋକ୍ତା ସଂକ୍ରାନ୍ତୀୟ ମାମଲାର ସଚିବ ଲୀନା ଲନ୍ଦନ କହିଛନ୍ତି ଯେ, ଫେସ୍ ମାସ୍କ ଓ ହାଣ୍ଡ୍ ସାନିଟାଇଜର ଏବେ ଆବଶ୍ୟକ ଉତ୍ପାଦ ତାଲିକାରେ ନାହିଁ । କାରଣ ଏବେ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ମାସ୍କ ଓ ସାନିଟାଇଜର ପ୍ରସ୍ତୁତ ହେଉଛି । ଏନ ୯୫ ମାସ୍କ ପାଇଁ ଗ୍ରାହକଙ୍କଠୁ ଦୋକାନୀ ୧୦୦ରୁ ୩୦୦ ଟଙ୍କା ନେଉଛନ୍ତି । ସରକାର କିନ୍ତୁ ଏହା ଉପରେ କିଛି କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି । ସେହିପରି ଏନପିପିଏ କହିଛି ଯେ, ମାସ୍କର ଦାମ୍‌କୁ ୬୭ ପ୍ରତିଶତ କମ କରାଯାଇଛି । କିନ୍ତୁ ବାସ୍ତବରେ ଏନପିପିଏ ଜୁନ ୨୬ରେ ମାସ୍କର ଯେଉଁ ସବୁ ଦାମ୍‌କୁ ସାର୍ବଜନୀନ କରିଥିବା ପ୍ରକୃତରେ ଏହାଠୁ ଅଧିକ ଦରରେ ବିକ୍ରି କରାଯାଉଛି ।

ମୁମ୍ବାଇରେ ଭେନସ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏନ ୯୫ ମାସ୍କର ଦାମ୍ ୧୨୫ ଟଙ୍କା ବୋଲି ସରକାର ଧାର୍ଯ୍ୟ କରିଥିଲେ ତାହା ଆମାଜନରେ ୩୦୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ମ୍ୟାଗନମ୍ କମ୍ପାନୀର ମାସ୍କ ମଧ୍ୟ ୧୩୫ ଟଙ୍କା ବଦଳରେ ୨୩୦ ଟଙ୍କାରେ ବିକ୍ରି କରାଯାଉଛି । ୬୫ ଟଙ୍କାର କିଛି ମାସ୍କକୁ ୧୦୦ ଟଙ୍କାରେ ବିକ୍ରି କରାଯାଉଛି ।  ସବୁଠାରୁ ଚକିତ କଲା ଭଳି କଥା ହେଲା ଯେ, ଏନପିପିଏର ହେଲ୍ପଲାଇନ୍ ନମ୍ବରରେ ମଧ୍ୟ ଭ୍ରମାତ୍ମକ ତଥ୍ୟ ଦିଆଯାଇଛି । ସରକାରୀ କମ୍ପାନୀ ବ୍ୟତୀତ ଅନ୍ୟ ସମସ୍ତେ ଜାଲି ଏ ୯୫ ମାସ୍କ ତିଆରି କରୁଥିବା କୁହାଯାଇଛି ।

   Related Posts