କରୋନା ସଂକ୍ରମଣ ରୋକିବାରେ ବିଫଳ ଭାଲ୍ଭଡ୍ ଏନ-୯୫ ମାସ୍କ, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

Published By : Prameya-News7 Bureau | July 20, 2020 IST

ନୂଆଦିଲ୍ଲୀ, ୨୦|୦୭: ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହି ମହାମାରୀରୁ ବର୍ତ୍ତିବା ପାଇଁ ଭାଲ୍ଭଡ୍ ଏନ ୯୫ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଉଛି ।

ଏବେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ସେବା ମହାନିର୍ଦ୍ଦେଶକ ରାଜୀବ ଗର୍ଗ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଚିଠି ଲେଖି ଭାଲ୍ଭଡ୍ ଏନ୯୫ ମାସ୍କକୁ ନେଇ ନୂଆ ତଥ୍ୟ ଦେଇଛନ୍ତି । ଏହି ମାସ୍କ କରୋନା ପ୍ରସାରଣ ରୋକିବାରେ ବିଫଳ ହୋଇଥିବା ଚିଠିରେ ଉଲ୍ଲେଖ ରହିଛି । କାରଣ ଏହା ଭାଇରସକୁ ମାସ୍କରୁ ବାହାରକୁ ବାହାରିବାରେ ରୋକିପାରେ  ନାହିଁ ।

wp:html /wp:html

କରୋନା ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବଢିବାରେ ଲାଗିଛି । ବାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ଅତିକ୍ରମ କରିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୨୭ ହଜାର ଉପରେ ରହିଛି । ଭାରତ ହେଉଛି ବିଶ୍ୱର ତୃତୀୟ ସର୍ବାଧିକ ସଂକ୍ରମିତ ଦେଶ । ପ୍ରତିଦିନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ମହାରାଷ୍ଟ୍ର, ତାମିଲନାଡୁ ଓ ଦିଲ୍ଲୀରେ କରୋନା ସ୍ଥିତି ସଙ୍ଗୀନ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.