Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||
  • କେନ୍ଦ୍ରାପଡ଼ା : ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍
  • ||

ଛତିଶଗଡ଼ ମାଓପ୍ରବଣ ସୁକମା ଜିଲ୍ଲାରେ ଏସ୍‌ପି ହେଲେ ୪ ବର୍ଷ ଝିଅ

27/05/2020 at 9:59 PM

ସୁକୁମା୨୭/୫: ଛତିଶଗଡ଼ର ଏକ ୪ ବର୍ଷର ଝିଅ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏପରିକି ତାଙ୍କୁ ଗୋଟିଏ ଦିନ ପାଇଁ ସୁକମା ଜିଲ୍ଲାର ଏସପି ଭାବେ ଅଧିଷ୍ଠିତ କରାଯାଇଥିଲା। କିଏ ଏହି ଝିଅ କାହିଁକି ଆରାଧ୍ୟା ହେଲା ସୁକମା ଏସପି ଜାଣନ୍ତୁ।

୪ ବର୍ଷର ଝିଅ ହେଲେ ଏସ୍‌ପି । ମାଓବାଦୀ ଅଧ୍ୟୁଷିତ ଛତିଶଗଡ଼ର ସୁକମା ଜିଲ୍ଲାର ଏସ୍‌ପି ହୋଇଛି ୪ ବର୍ଷର ଝିଅ ଆରାଧ୍ୟା ଚାଣ୍ଡକ । ଯେଉଁ ବୟସରେ ପିଲାମାନେ ଖେଳି ବୁଲି ଦୁଷ୍ଟାମୀ କରିବା କଥା ସେହି ବୟସରେ ସେ ପୁଣି ସୁକମାର ଏସ୍‌ପି । ଦିନକ ପାଇଁ ହେଲେ ମଧ୍ୟ ଏହା କମ୍‌ ବଡ଼ ସଫଳତା ନୁହେଁ । ଆଉ ତା ପଛରେ କାରଣ ହେଉଛି କରୋନା ସଚେତନତା ନେଇ ଭାଇରାଲ୍ ହୋଇଥିବା ଆରାଧ୍ୟାଙ୍କ ଭିଡିଓ । ଏତେ କୁନି ବୟସରେ ସେ କରୋନା ମହାମାରୀକୁ ନେଇ ଏତେ କଥା ବୁଝିସାରିଛି ଯାହାକି ଅନେକ ବୟସ୍କ ଲୋକ ମଧ୍ୟ ବୁଝିପାରୁନାହାନ୍ତି । ଆଉ ଆରାଧ୍ୟାର ଭିଡିଓ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଅଭିଭୂତ ହୋଇଛନ୍ତି।  କରୋନା କବଳରୁ ରକ୍ଷା ପାଇବାର ଆରାଧ୍ୟ ଦେଇଛି ୫ଟି ଟିପ୍‌ସ ।

କୁନି ଝିଅ ଆରାଧ୍ୟାର କରୋନା ସଚେତନତା ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି । ଏହା ଏତେ ଭାଇରାଲ୍ ହୋଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ତାଙ୍କର ପ୍ରଶଂସା କରି ଟ୍ବିଟ୍‌ କରିଛନ୍ତି । ।ସୁକମା ଏସ୍‌ପି ଏହି ୪ ବର୍ଷର କୁନି ଝିଅକୁ ନିଜ କାର୍ଯ୍ୟାଳୟକୁ ଡାକି ସମ୍ମାନୀତ କରିଛନ୍ତି ।ତାଙ୍କୁ ମାନପତ୍ର ଦେବା ସହିତ ନିଜ ଚେୟାରରେ ବସାଇ ସମ୍ବର୍ଦ୍ଧିତ କରିଥିଲେ ।

ସିନେମାର କାହାଣୀ ଭଳି ଦିନକ ପାଇଁ ସୁକମା ଏସ୍‌ପି ବନିଯାଇଛନ୍ତି ଆରାଧ୍ୟା ଚାଣ୍ଡକ୍‌ ।  ଆଉ ଏଥିଯୋଗୁଁ ଆରାଧ୍ୟାଙ୍କୁ ମିଳିଛି ବଡ଼ ପ୍ରାଇଜ୍‌ । ଶୁଣନ୍ତୁ ଏସପି ଆରାଧ୍ୟା କଣ କହୁଛନ୍ତି।  ଏସପି ଆରାଧ୍ୟା ଏବେ କରୋନା ମୁକାବିଲାର ବ୍ରାଣ୍ଡ ଆମ୍ବାସାଡର। ଯଦି କରୋନା କହରରେ ଆପଣ  କିଛି ଅବହେଳା କରୁଛନ୍ତି ତେବେ ଆରାଧ୍ୟା କଥା ନିଶ୍ଚୟ ଭାବନ୍ତୁ।  

   Related Posts