ଅଦାଲତ ଅବମାନନା ଆଇନ ୧୯୭୧କୁ ସୁପ୍ରିମକୋର୍ଟରେ ଚାଲେଞ୍ଜ, ଶୁଣାଣି ଲାଗି ଏନ୍.ରାମ ଓ ଅଋଣ ସୌରୀଙ୍କ ପିଟିସନ ଗୃହୀତ

Published By : Prameya-News7 Bureau | August 01, 2020 IST

ନୂଆଦିଲ୍ଲୀ ୧।୮:  ସୁପ୍ରିମକୋର୍ଟରେ ନ୍ୟାୟାଳୟଙ୍କ ଅଦାଲତ ଅବମାନନା ଆଇନର ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରାଯାଇଛି। ଏଭଳି ବ୍ୟବସ୍ଥାକୁ ଅସାମ୍ବିଧାନିକ, ଅସ୍ପଷ୍ଟ ଓ ମନମୁଖୀ ବୋଲି ଆବେଦନକାରୀ ଅଭିଯୋଗ କରିଥିବା ବେଳେ ଏଭଳି ଆଇନ ଲୋକଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା କ୍ଷୁର୍ଣ୍ଣ କରୁଥିବା ଆବେଦନକାରୀ କୋର୍ଟଙ୍କୁ ଦର୍ଶାଇଛନ୍ତି।   

{"id":308672,"width":580,"height":326,"sizeSlug":"large"}

ବରିଷ୍ଠ ସାମ୍ବାଦିକ ଏନ୍.ରାମ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଋୁଣ ସୌରୀ ସୁପ୍ରିମକୋର୍ଟରେ ଆଇନର ଏହି ବ୍ୟବସ୍ଥାକୁ କୋର୍ଟରେ ଚାଲେଞ୍ଜ କରିଛନ୍ତି। ସେମାନେ ଏକ ଯୁଗ୍ମ ପିଟିସନରେ ଅଦାଲତ ଅମାନନା ଆଇନ ୧୯୭୧ର ଧାରା ୨(ସି)(୧)ର ସାମ୍ବିଧାନିକ ବୈଧତାକୁ ଉଭୟ ଚାଲେଞ୍ଜ କରିଛନ୍ତି। ଏହାକୁ ସମ୍ବିଧାନର ପ୍ରସ୍ତାବନା ଓ ମୂଳ ଭାବନାର ବିରୋଧୀ ବୋଲି ଅଭିଯୋଗକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି।

{"id":308673,"sizeSlug":"large"}

ଆଇନର ଏହି ଧାରାରେ ଯଦି କିଏ ଲେଖିକରି, କହିକରି ଅଥବା ଇସାରାରେ ଏପରି କୌଣସି ସଂକେତ ଦିଏ ଯାହା ନ୍ୟାୟାଳୟଙ୍କୁ ଅସମ୍ମାନିତ କରେ ଅଥବ ମର୍ଯ୍ୟଦା କ୍ଷୁର୍ଣ୍ଣ କରେ ଏହାକୁ ଅଦାଲତ ଅବମାନନା ବୁଝାଯିବ ବୋଲି ଆଇନରେ ବ୍ୟବସ୍ଥା ରହିଛି। କୋର୍ଟ ପିଟିସନକୁ ବିଚାର ଲାଗି ଗ୍ରହଣ କରିଥିବା ବେଳେ ଆଗାମୀ ଏକ ସପ୍ତାହ ମଧ୍ୟରେ ଏହା ଉପରେ ଶୁଣାଣି ହୋଇପାରେ ବୋଲି ଆଶା କରାଯାଉଛି। ଆଇନର ଏହି ବ୍ୟବସ୍ଥା ଅନୁଚ୍ଛେଦ ୧୪ ସମାନତାର ଅଧିକାର, ଅନୁଚ୍ଛେଦ ୧୯ ବିଚାର ବ୍ୟକ୍ତ କରିବାର ଅଧିକାରର ଖୋଲା ଉଲ୍ଲଂଘନ ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.