ସାବରୀମାଲା ଅୟପ୍ପା ମନ୍ଦିରର ମୁଖ୍ୟ ପୁରୋହୀତ ହେଲେ ଏନ.ପରମେଶ୍ୱରନ ନମ୍ବୁଦରୀ, ୧ ବର୍ଷ ପର୍ଯ୍ୟନ୍ତ ତୁଲାଇବେ ଦାୟିତ୍ୱ

Published By : Prameya-News7 Bureau | October 17, 2021 IST

ତିରୁଅନନ୍ତପୁରମ ୧୭।୧୦:  ପ୍ରସିଦ୍ଧ ସାବରୀମାଲା ମନ୍ଦିରର ରବିବାର ମୁଖ୍ୟପୁରୋହିତ ଚୟନ ହୋଇଛି। ମାଭେଲିକ୍କାରାସ୍ଥିତ କାଲିଆକ୍କାଲ ମାଡମର ଏନ୍.ପରମେଶ୍ୱନ ନମ୍ବୁଦରୀ ଆୟପ୍ପା ମନ୍ଦିରର ମୁଖ୍ୟ ପୁରୋହୀତ ମନୋନୀତ ହୋଇଛନ୍ତି। ନଭେମ୍ବର ୧୬ରୁ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ସେ ମନ୍ଦିରର ମେଲାସନ୍ଥୀ (ମୁଖ୍ୟ ପୁରୋହୀତ) ଭାବେ କାର୍ଯ୍ୟ କରିବେ। ଆଗାମୀ ନଭେମ୍ବରରୁ ମନ୍ଦିରର ବାର୍ଷିକ ମଣ୍ଡଲମ ପର୍ବ ଆରମ୍ଭ ହେବ।  ତା ପୂର୍ବରୁ ମୁଖ୍ୟ ପୁରୋହୀତଙ୍କ ମନୋନୟନ ହୋଇଛି।

{"id":528554,"width":839,"height":559,"sizeSlug":"full","linkDestination":"none"}

ଟ୍ରାଭାନକୋର ଦେବସୋଅମ ବୋର୍ଡ(ଟିଡିବି) ରବିବାର ପରୁୋହିତ ଚୟନ ନେଇ ସୂଚନା ଦେଇଛନ୍ତି। ଏହି ଚୟନ ମନ୍ଦିର ସୋପାନରେ ଡ୍ର ମାଧ୍ୟମରେ କରାଯାଇଛି। ସେହିପରି କୁରୁଭକ୍କାଡ ଇଲ୍ଲମର ଶମ୍ଭୁ ନମ୍ବୁଦରୀଙ୍କୁ ମଲ୍ଲିକାପୁରମ ଦେବୀ ମନ୍ଦିରର ମୁଖ୍ୟ ପୁରୋହୀତ ଚୟନ କରାଯାଇଛି। ସାକ୍ଷାତକାର ଆଧାରରେ ମନୋନୀତ ପୁରୋହୀତମାନଙ୍କ ପାନେଲରୁ  ଟିଡିବି ମୁଖ୍ୟପୁରୋହୀତ ମନୋନୟନ କରିଛନ୍ତି।

{"id":528555,"width":839,"height":474,"sizeSlug":"full","linkDestination":"none"}

ଟିଡିବି ହିଁ ପାହଡରେ ଅବସ୍ଥିତ ମନ୍ଦିରର ପରିଚାଳନା କରିଥାନ୍ତି। କେରଳରେ ଭୀଷଣ ବର୍ଷା ଲାଗି ରହିଛି। ଏଣୁ ରବିବାର ଓ ସୋମବାର ପାହାଡରେ ତୀର୍ଥାଟନ ନେଇ କଟକଣା ଜାରି  ହୋଇଛି। ଜିଲ୍ଲାପାଳ ଦିବ୍ୟା ଏସ୍.ଆୟର ଏହି କଟକଣା ଲାଗୁ କରିଥିବା ବେଳେ ବର୍ଷା ବଜ୍ରପାତ ସମୟରେ କୌଣସି ତୀର୍ଥ ଯାତ୍ରୀଙ୍କୁ ପାହାଡ ଚଢିବାକୁ ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି। ବର୍ଷା ଛାଡିବା ପରେ ଏ ନେଇ ଅନୁମତି ଦିଆଯାଇପାରେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.