ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତର କୋରିଆ, ଗୋଟିଏ ସପ୍ତାହରେ ଦ୍ୱିତୀୟ ଘଟଣା

Published By : Prameya-News7 Bureau | March 09, 2020 IST

ସିଓଲ: ଉତ୍ତର କୋରିଆ ୩ଟି କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ସିଓଲ ମିଲେଟ୍ରି ସୋମବାର ଏହି ସୂଚନା ଦେଇଛି। ନିକଟରେ ଏକ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଥିଲା। ଏହାର ସପ୍ତାହଟେ ପୁରଣ ନ ହେଉଣୁ ପୁଣି ଏହି ପରୀକ୍ଷା କରିଥିବା ଜଣାପଡିଛି। ଦକ୍ଷିଣ ହାମୋଗୟଙ୍ଗର ସାଣ୍ଡୋକ୍‌ ଉପକୂଳରୁ ପୂର୍ବ ଦିଗକୁ ଏହି କ୍ଷପଣାସ୍ତ୍ରଗୁଡିକୁ ଛଡାଯାଇଥିବା ଦକ୍ଷିଣ କୋରିଆ ସେନାମୁଖ୍ୟ କହିଛନ୍ତି। ତେବେ ଉତ୍ତରକୋରିଆର ପରବର୍ତ୍ତି କାର୍ଯ୍ୟକ୍ରମ ଉପରେ ସେନା ନଜର ରଖିଥିବା ସେ କହିଛନ୍ତି।   ଉତ୍ତରକୋରିଆ ସରକାରୀ ଟେଲିଭିଜନ  ରାଷ୍ଟ୍ରପତି କିମ୍ ଜୋନ ଉନ୍‌ଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହା ଏକ ସାମରିକ ଅଭ୍ୟାସ ବୋଲି କହିଛି। 

{"id":235471,"width":579,"height":324,"sizeSlug":"large"}

କରୋନା ସଂକ୍ରମଣ  ସମଗ୍ର ଅନ୍ତରୀପକୁ ଆତଙ୍କିତ କରିଛି। ଉପୁଜିଥିବା ପରିସ୍ଥିତିରେ ଉନ ଦକ୍ଷିଣ କୋରିଆ ରାଷ୍ଟ୍ରମୁଖ୍ୟ ମୁନ୍-ଜାଏ-ଇନଙ୍କୁ ପତ୍ର ଲେଖିବାର ଦ୍ୱିତୀୟ ଦିନ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିବା ଜଣାପଡିଛି। ଉନ ତାଙ୍କ ପତ୍ରରେ ଉପୁଜିଥିବା ପରିସ୍ଥିତିର ଖୁବ୍ ଶୀଘ୍ର ପରିବର୍ତ୍ତନ ଲାଗି ଆଶାବ୍ୟକ୍ତ କରିଥିଲେ। ଉତ୍ତରକୋରିଆ ଗତବର୍ଷ ଅନେକ ଅସ୍ତ୍ରଶସ୍ତ୍ରପରୀକ୍ଷଣ କରିଥିଲା। ଏଥିରେ ରକେଟ୍ ପ୍ରଣାଳୀର ପରୀକ୍ଷଣ ବି ହୋଇଥିଲା।  ଆଣବିକ ପରୀକ୍ଷଣ ଲାଗି ଉତ୍ତରକୋରିଆ ଉପରେ ଅନ୍ତର୍ଜାତୀୟ ମୋରିଟାରିୟମ ଲାଗୁ ରହିଛି। ତେବେ ଉତ୍ତରକୋରିଆ ଅଧିକ ସମୟ ଏହି କଟକଣା ମାନିବାକୁ ବାଧ୍ୟ ନୁହେଁ ବୋଲି ରାଷ୍ଟ୍ରପତି ଦଳୀୟ କାର୍ଯ୍ୟକ୍ରମ ଶେଷରେ କହିଥିବାର ଜଣାପଡିଛି। ସେହି ଅନୁସାରେ ସେନା ମଝିରେ ମଝିରେ ଏପରି ପରୀକ୍ଷଣ କରୁଥିବାର ଅନୁମାନ କରାଯାଉଛି।

{"id":235472,"sizeSlug":"large"}

ଆମେରିକା ସହିତ ଉତ୍ତରକୋରିଆର ଆଣବିକ ଆଲୋଚନାରେ ଏବେବି ଯଥା ପୂର୍ବଂ ତଥା ପରଂ ପରିସ୍ଥିତିରେ ରହିଛି। ଏଣୁ ଉତ୍ତରକୋରିଆ ଉପରେ ଲାଗୁ କଟକଣା କୋହଳ କରିବା ଲାଗି ପ୍ୟୋଙ୍ଗୟାଙ୍ଗ ପକ୍ଷରୁ ନିବେଦନ କରାଯାଇଛି। ଆମେରିକା ରାଷ୍ଟ୍ରପତି ଓ ଉନଙ୍କ ମଧ୍ୟରେ ହାନୋଇ ସାକ୍ଷାତ ଆଲୋଚନାକୁ ୧ ବର୍ଷ ପୂରଣ ହୋଇଛି। ଏହି ଆଲୋଚନା ପରେ ମଧ୍ୟ ଆମେରିକା ଜାତୀୟ ସୁରକ୍ଷା ପରିଷଦ ଉତ୍ତରକୋରିଆ ଉପରେ କଟକଣା ଲଗାଉଥିବା ବେଳେ ଉନ ମଧ୍ୟ ତାଙ୍କ କାର୍ଯ୍ୟକ୍ରମ ଜାରି ରଖିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.