Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ତାଇୱାନ ପ୍ରତି ଆମେରିକାର ସମର୍ଥନକୁ ନେଇ ଉତ୍ତର କୋରିଆର ଆପତ୍ତି, କହିଲା ନିଷ୍ପତ୍ତି ଅବିବେକପୂର୍ଣ୍ଣ

23/10/2021 at 5:25 PM

ପ୍ୟୋଙ୍ଗୟାଙ୍ଗ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ତାଇୱାନ ଲାଗି ସମର୍ଥନ ଘୋଷଣାରେ ଉତ୍ତରକୋରିଆ ପ୍ରତିକ୍ରିୟା ପ୍ରକାଶ କରିଛି। ଏହି କ୍ଷେତ୍ରରେ ଆମେରିକୀୟ ସୈନିକଙ୍କ ଉପସ୍ଥିତି ଏବେ ବଡ ବିପଦର କାରଣ ହେବାକୁ ଯାଉଛି ବୋଲି ଉତ୍ତର କୋରିଆ ଉପ ବିଦେଶମନ୍ତ୍ରୀ ପାକ ମାୟୋଙ୍ଗ କହିଛନ୍ତି।  ତାଇୱାନ ଷ୍ଟ୍ରେଟ୍‌ରେ ଯୁଦ୍ଧପୋତଙ୍କ ଚଳପ୍ରଚଳ, ଉନ୍ନତ ଅସ୍ତ୍ରଶସ୍ତ୍ର ପ୍ରଣାଳୀରେ ସୈନ୍ୟ ପ୍ରଶିକ୍ଷଣକୁ ମାୟୋଙ୍ଗ ବିରୋଧ କରିଛନ୍ତି। ଏପରି କାର୍ଯ୍ୟ ଲାଗି ଆମେରିକା ରାଷ୍ଟ୍ରପତିଙ୍କ ସମର୍ଥନକୁ ସେ ଅବିବେକପୂର୍ଣ୍ଣ ନିଷ୍ପତ୍ତି ବୋଲି କହିଛନ୍ତି।

ତାଇୱାନ ପ୍ରସଙ୍ଗରେ ଆମେରିକାର ହସ୍ତକ୍ଷେପକୁ ଆଭ୍ୟନ୍ତରୀଣ ମାମଲାରେ ଦଖଲ ବୋଲି ଉତ୍ତର କୋରିଆ କହିଛି। ଯାହା ଏବେ କୋରିଆ ପେନିନସୁଲା ଲାଗି ମଧ୍ୟ ଆହ୍ୱାନ ସୃଷ୍ଟି କରିଥିବା ଉପବିଦେଶମନ୍ତ୍ରୀ କହିଛନ୍ତି। ଯଦି ତାଇୱାନ ଉପରେ ଚୀନ ଆକ୍ରମଣ କରେ ତେବେ ଆମେରିକା ହସ୍ତକ୍ଷେପ କରିବ ବୋଲି ଜୋ ବାଇଡେନଙ୍କ ଘୋଷଣା ପରିପ୍ରେକ୍ଷୀରେ ପାକ ମାୟୋଙ୍ଗ ଏହା କହିଛନ୍ତି।

ଉଲ୍ଲେଖଯୋଗ୍ୟଯେ ୧୯୪୯ ଗୃହ ଯୁଦ୍ଧରେ ତାଇୱାନ ଚୀନ୍‌ରୁ ପୃଥକ ହୋଇଯାଇଥିଲା। ତେବେ ବେଜିଂ ସହ ତାଇୱାନର ରାଜନୈତିକ ସମ୍ପର୍କ ବରାବର ରହି ଆସିଛି। ତେବେ ଉପୁଜିଥିବା ପରିସ୍ଥିତିରେ ତାଇୱାନକୁ  ଆମେରିକା ଅଷ୍ଟ୍ରେଲିଆରୁ ଆଣବିକ ବୁଡାଜାହାଜ କିଣାଇ ଦେବାକୁ ବାଇଡେନ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଉତ୍ତର କୋରିଆ  ପ୍ରତିକ୍ରିୟା ପ୍ରକାଶ କରିଛି।

   Related Posts