Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ବାରମ୍ବାର ସାବୁନରେ ହାତ ଧୋଇଲେ ହେବନାହିଁ କରୋନା ! ଜାଣନ୍ତୁ କଣ ସତ କଣ ମିଛ

24/04/2020 at 5:02 PM

ଭୁବନେଶ୍ୱର ୨୪/୦୪ : କରୋନା ଭାଇରସକୁ ନାନା ତଥ୍ୟ ପ୍ରକାଶ ପାଉଛି | ଅନେକ ମିଥ୍ୟା ତଥ୍ୟ ମଧ୍ୟ ପ୍ରକାଶ ପାଉଛି | ତେବେ କରୋନାକୁ ନେଇ କୌଣସି ଗୁଜବ ବା ମିଥ୍ୟା ତଥ୍ୟ ଉପରେ ବିଶ୍ୱାସ ଣ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲୋକଙ୍କୁ ପରାମର୍ଶ ଦେଇଛି | ମିଥ୍ୟା ପ୍ରଚାରକୁ ନେଇ ସାଧାରଣ ଜନତାଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି ହେଉଛି | ଜାଣନ୍ତୁ କଣ ମିଛ ଓ କଣ ସତ | 

୧. ଭିଟାମିନ ଡି ଓ ସୂର୍ଯ୍ୟ କିରଣ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ – ଭିଟାମିନ ଡି ଭାଇରସରୁ ରକ୍ଷା କରିବ ତାହା ସମ୍ପୂର୍ଣ ସତ ନୁହେଁ | ଭିଟାମିନ ଡି ଟିବି ରୋଗୀଙ୍କ ପାଇଁ ଲାଭଦାୟୀ | ଭିଟାମିନ ଡି ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ | ସ୍ପେନ ବୈଜ୍ଞାନିକ କରୋନା ସମ୍ପର୍କରେ ଦାସ ସପ୍ତାହ ହେଲା ଅନୁସନ୍ଧାନ କରୁଛନ୍ତି ଯେ ଭିଟାମିନ ଡିର ହାଇ ଡୋଜ ଦ୍ୱାରା  କରୋନା ସଂକ୍ରମଣକୁ ରୋକା ଯାଇପାରେ କି ? କିନ୍ତୁ ଏପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ |

୨. ହାତକୁ ଘଣ୍ଟାକୁ ଥରେ ସାବୁନରେ ଧୋଇବା – ପ୍ରତି ଘଣ୍ଟାକୁ ଥରେ ହାତକୁ ସାବୁନରେ ଧୋଇବା ଆବଶ୍ୟକ ନାହିଁ | ଯେତେବେଳେ ଜଣେ ବାହାରୁ ଆସୁଛନ୍ତି ସେତେବେଳେ ହାତକୁ ସାବୁନରେ ଭଲ ଭାବେ ଧୋଇବା ଆବଶ୍ୟକ | କିନ୍ତୁ ଯଦି ଜଣେ ଘରେ ହିଁ ଅଛନ୍ତି ତାହେଲେ ବାରମ୍ବାର ହାତ ଧୋଇବା କିଛି ଆବଶ୍ୟକ ନାହିଁ |

୩. ବ୍ୟାକେରି ଉତ୍ପାଦରୁ ବଢିଥାଏ ସଂକ୍ରମଣ ଭୟ – ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନାରେ ଏକ ପୋଷ୍ଟ ଭାଇରାଲ ହୋଇଥିଲା | ଏଥିରେ କୁହାଯାଇଥିଲା ଯେ ବ୍ୟାକେରି ଉତ୍ପାଦ ଦ୍ୱାରା ସଂକ୍ରମଣ ବଢିବାର ସମ୍ଭାବନା ରହିଛି | ଏହାକୁ ଧୋଇ ମଧ୍ୟ ହେବନାହିଁ | ସେଥିପାଇଁ ବ୍ୟାକେରି ଉତ୍ପାଦ ବ୍ୟବହାର ଣ କରିବା ଭଲ | କିନ୍ତୁ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଖଣ୍ଡନ କରିଥିଲେ ଯେ ସେ ଏହିଭଳି କୌଣସି ସୂଚନା ଜାରି କରିନାହାନ୍ତି | ଏପର୍ଯ୍ୟନ୍ତ ଏମିତି କୌଣସି ପ୍ରମାଣ ମିଳିନାହିଁ |

   Related Posts