Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||

ରହସ୍ୟ ଘେରରେ ଆଦିତ୍ୟଙ୍କ ଆତ୍ମହତ୍ୟା: ବନ୍ଧୁ ଏବଂ ପତ୍ନୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ ! ପୋଷ୍ଟମର୍ଟମ ରିପୋର୍ଟ କରାଯାଉନି ପ୍ରକାଶ, ବଢୁଛି ସସପେନ୍ସ

11/07/2020 at 6:41 PM

ଭୁବନେଶ୍ଵର ୧୧।୦୭:  ୫ ଦିନ ପରେ ବି ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ରହସ୍ୟ ଉପରୁ ଉଠିପାରିନି ପରଦା । ଜବତ ଡାଏରୀରୁ ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିବା ପରେ ଆଦିତ୍ୟଙ୍କ ବନ୍ଧୁ ଏବଂ ପତ୍ନୀଙ୍କ ଭିତରେ ବିଭିନ୍ନ ଦିଗକୁ ନେଇ ବ୍ୟକ୍ତିଗତ ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ଏମିତିକି ଆଦିତ୍ୟଙ୍କ  ସଂସ୍ଥା ପିପୁଲସ୍ ଫର ସେବାର ଆର୍ଥିକ କାରବାର ପ୍ରସଙ୍ଗକୁ ତଦନ୍ତ ପରିସରକୁ ନେଇଥିବା ଜିଆରପି ଏବେ ଆଦିତ୍ୟଙ୍କ ଘନିଷ୍ଠ ବନ୍ଧୁ ବିକାଶ ଓ ପପୁଙ୍କୁ ଜେରା କରିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ୫ଦିନ ପରେ ବି ଆଦିତ୍ୟଙ୍କ ଆତ୍ମହତ୍ୟା ରହସ୍ୟ ଉପରୁ ଉଠିପାରିନି ପରଦା । ମାନବପ୍ରେମୀ ଆଦିତ୍ୟ ଦାସଙ୍କ ସଂଦେହ ଜନକ ମୃତ୍ୟୁକୁ ନେଇ ଏବେ ବି ଜାରି ରହିଛି ସସ୍ପେନ୍ସ୍ । ହତ୍ୟା ନା’ ଆତ୍ମହତ୍ୟା ?  ଯଦି ହତ୍ୟା, ତାହେଲେ ଆଦିତ୍ୟଙ୍କୁ କିଏ ଓ କାହିଁକି ହତ୍ୟା କଲେ ? ଆଉ ଯଦି ଆତ୍ମହତ୍ୟା, ତାହେଲେ କେଉଁ କାରଣ ପାଇଁ ସମାଜସେବୀ ଆଦିତ୍ୟ ଦାସଙ୍କୁ ଆତ୍ମହତ୍ୟା ଭଳି ଚରମ ପନ୍ଥା ବାଛି ନେବାକୁ ବାଧ୍ୟ କଲା ?

ଏସବୁ ପ୍ରଶ୍ନର ଉତ୍ତର ପାଇବାରେ ଏପର୍ଯ୍ୟନ୍ତ ତଦନ୍ତକାରୀ ଟିମ୍‌କୁ ବିଶେଷ ସଫଳତା ମିଳିପାରିନଥିଲେ ମଧ୍ୟ ପୋଷ୍ଟମର୍ଟମ ରିପୋର୍ଟ, ଜବତ ହୋଇଥିବା ଆଦିତ୍ୟଙ୍କ ଡାଏରୀ ଏବଂ ଆଦିତ୍ୟଙ୍କ ବନ୍ଧୁ ଏବଂ ପତ୍ନୀଙ୍କ ଭିତରେ ଆରୋପ-ପ୍ରତ୍ୟାରୋପରୁ କିଛିଟା ଖିଅ ଖୋଜିବାକୁ ଚେଷ୍ଟା କରୁଛି ଜିଆରପି ସ୍ପେଶାଲ ଟିମ୍ । ଆଦିତ୍ୟଙ୍କ ସଂସ୍ଥା ପିପୁଲସ୍ ଫର୍ ସେବା ସହ ସଂପୃକ୍ତ ବିକାଶ ଓ ପପୁଙ୍କୁ ତଦନ୍ତକାରୀ ଟିମ୍ ଜେରା କରିବ ବୋଲି ଜଣାପଡ଼ିଛି ।

ବିଶେଷ କରି ଆଦିତ୍ୟଙ୍କ ସଂସ୍ଥା ପିପୁଲସ୍ ଫର ସେବା ଟ୍ରଷ୍ଟର ଆର୍ଥିକ ଅନିୟମିତତା ଆଡ଼କୁ ଅଙ୍ଗୁଳି ଉଠିବା ପରେ ଜିଆରପି ଏହି ଦିଗକୁ ତଦନ୍ତ ପରିସରଭୁକ୍ତ କରିଛି । ଯାହାକୁ ନେଇ ବିକାଶ ଓ ପୁପୁଙ୍କ ଠାରୁ ତଥ୍ୟ ଉଗାଳିବାକୁ ଚେଷ୍ଟା କରିବ ଜିଆରପି ।  ସେପଟେ ତଦନ୍ତରେ ସହଯୋଗ କରିବାକୁ ନିଜ ଆଡ଼ୁ ଆଗ୍ରହ ଦେଖାଇଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ । ଆଦିତ୍ୟଙ୍କ ଦୁଇ ବନ୍ଧୁଙ୍କ ସହ ବିଦ୍ୟାଶ୍ରୀଙ୍କୁ ସାମ୍ନାସାମ୍ନି ଜେରା ହେଲେ ସବୁ ସତ ପଦାକୁ ଆସିବ ବୋଲି କହିଛନ୍ତି ।

ଏସବୁ ଭିତରେ ଆଦିତ୍ୟଙ୍କ ସଂଦେହ ଜନକ ମୃତ୍ୟୁକୁ ନେଇ ପ୍ରଥମେ ଅପମୃତ୍ୟୁ ଓ ପରେ ହତ୍ୟା ମାମଲା ରୁଜୁ କରିଥିବା ଜିଆରପିର ତଦନ୍ତକୁ ନେଇ ନାନା ପ୍ରଶ୍ନ ଉଠିବାରେ ଲାଗିଛି । ମୁଣ୍ଡରେ ଜୋର୍‌ରେ ଆଘାତ ଲାଗିବା ଫଳରେ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଷ୍ଟମର୍ଟମ ରିପୋର୍ଟକୁ କାହିଁକି ପ୍ରକାଶ କରୁନି ଜିଆରପି ? ଜବତ ହୋଇଥିବା ଲିଙ୍ଗରାଜ୍ ଷ୍ଟେସନର  ସିସିଟିଭି ଫୁଟେଜ୍‌ରେ କ’ଣ ରହିଛି ? ଡାଏରୀରୁ ମିଳିଥିବା ସୁଇସାଇଡ୍ ନୋଟ୍ ଆଦିତ୍ୟଙ୍କ ହାତ ଲେଖା ନାଁ ଆଉ କାହାର କାହିଁକି ଏପର୍ଯ୍ୟନ୍ତ ସ୍ପଷ୍ଟ କରୁନି ତଦନ୍ତକାରୀ ଟିମ୍ ?  ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ତଦନ୍ତରେ  ତାଙ୍କର ବନ୍ଧୁ ଏବଂ  ପତ୍ନୀଙ୍କ ଟଣାଓଟଣା ଭିତରେ ଆଉ କିଛି ସତ ଲୁଚିଯିବନି ତ ?

   Related Posts