ନବୀନ ନିବାସରେ କ'ଣ ଏମିତି ହେଲା ଯେ, ସିପ୍ରା ଓ କିଶୋରଙ୍କ ହୋଇଗଲା ମାନଭଞ୍ଜନ ଜାଣନ୍ତୁ

Published By : Prameya-News7 Bureau | April 10, 2019 IST

ଭୁବନେଶ୍ବର ୧୦|୪: କେନ୍ଦ୍ରାପଡ଼ା ରାଜନୀତିରେ ପୁଣି ଆସିଲା ଟ୍ବିଷ୍ଟ। କାଲି ରୁଷିଥିଲେ ସିପ୍ରା, ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ଆଜି ନବୀନ ନିବାସରେ ପାଦ ଦେଉଦେଉ ରାଗ ଥମିଗଲା। ମୁଖ୍ୟମନ୍ତ୍ରୀ ନଥିଲେ କିନ୍ତୁ ଦଳ ସିପ୍ରାଙ୍କ ମାନଭଞ୍ଜନ କଲା। ଆଉ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାରେ ରାଜି ହେଲେ ସିପ୍ରା। ସେପଟେ କେନ୍ଦ୍ରାପଡ଼ାର ସଂସଦ ଓ ବିଧାୟକ ପ୍ରାର୍ଥୀ ସ୍ଥାନୀୟ ନେତାଙ୍କ ଉପରେ ଲାଉ ହୋଇଥିବାରୁ ନେତାଏ ସେମାନଙ୍କ ପାଇଁ ବାରମ୍ବାର ଅଡୁଆ ସୃଷ୍ଟି କଲେଣି।

{"id":102020}

କାଲି ବର୍ଷିଲେ । ବିନା ଟିକଟରେ ପ୍ରାର୍ଥିପତ୍ର ଭରିଲେ ।  ହେଲେ ଆଜି ସିପ୍ରା-କିଶୋର-ଶଶୀ କହିଲେ ହମ୍ ସାଥ୍ ସାଥ୍ ହେ । ଡାଇଲଗବାଜିରେ କମ୍ପୁଥିବା କେନ୍ଦ୍ରାପଡ଼ା ରାଜନୀତିରେ ଦେଖା ଦେଇଛି ଏମିତି କିଛି ଟ୍ବିଷ୍ଟ୍ । ଗତକାଲି ପ୍ରାର୍ଥୀପତ୍ର ଭରିବାକୁ କେନ୍ଦ୍ରାପଡ଼ାରେ ପହଞ୍ଚିଥିଲେ ଶଶୀଭୂଷଣ ବେହେରା। ହେଲେ ଧରାଛୁଆଁ ଦେଇନଥିଲେ ବିଧାୟକ କିଶୋର ତରାଇ କିମ୍ବା ସିପ୍ରା ମଲ୍ଲିକ। ଜିଲ୍ଲାର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ଟିକେ କିଶୋରଙ୍କୁ ଟିକେ ସିପ୍ରାଙ୍କୁ ଭେଟି ମାନଭଞ୍ଜନ କରିଥିଲେ। ତଥାପି ସିପ୍ରା ସ୍ବାଧୀନ ପ୍ରାର୍ଥୀ ଭରିଲେ। 

{"id":102124}

କିନ୍ତୁ ବିଜେଡି କନ୍ଦଳରେ ପ୍ୟାଚ୍ ପକାଇବାକୁ ଦିନସାରା ଚାଲିଲା ଭରପୁର୍ ଉଦ୍ୟମ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ରେ ଥିଲେ, ହେଲେ ଏଠି ନବୀନ ନିବାସରେ ଚାଲିଥିଲା ବୁଝାସୁଝା । ଶେଷରେ ଗଣମଧ୍ୟମ ଆଗକୁ ଏକାଠି ଆସିଥିଲେ କେନ୍ଦ୍ରାପଡ଼ା ବିଧାନସଭା ପ୍ରାର୍ଥୀ ଶଶୀଭୂଷଣ ବେହେରା ଓ ଅସନ୍ତୁଷ୍ଟ ଥିବା କିଶୋର ତରାଇ ଏବଂ ସିପ୍ରା ମଲ୍ଲିକ । ସାଥୀରେ ଥିଲେ ମହାକାଳପଡ଼ା ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ । ୟୁ ଟର୍ଣ୍ଣ ଦେଲେ ସିପ୍ରା। ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବୋଲି ସୂଚନା ଦେଇଥିଲେ ସିପ୍ରା ।  

{"id":102125}

ସିପ୍ରା ତ ବୁଝିଗଲେ । ହେଲେ ବାଧ୍ୟରେ ବୁଝିବା ଭଳି ଲାଗୁଥିଲେ କିଶୋର । କାଲି ଭଳି ଆଜି ବି କିଶୋରଙ୍କୁ ଅତନୁଙ୍କ ହାତ ଧରି ଟାଣିବା ଦୃଶ୍ୟ ଦେଖିବାକୁ ମିଳିଥିଲା । କିଶୋର ବି ଏକାଠି ହେବାର କଥା ତ କହୁଥିଲେ, ହେଲେ ମନ ଭିତରର ଦୁଃଖ କିନ୍ତୁ ବାହାରକୁ ବେଶ୍ ବାରି ହୋଇ ପଡ଼ୁଥିଲା । କିନ୍ତୁ କେନ୍ଦ୍ରାପଡ଼ାରେ କଂଗ୍ରେସର ଗଣେଶ୍ବର ବେହେରା, ବିଜେପିର ସୁନାକର ବେହେରାଙ୍କୁ ଟକ୍କର ଦେବା ଲାଗି ଶଶିଭୂଷଣ ଏମାନଙ୍କୁ ପିଠିରେ ହିଁ ଲାଉ ହେବା ଥୟ।

{"id":102126}

ରାଜ୍ୟ ରାଜନୀତିର ହଟ୍ ଲିଷ୍ଟରେ ଏବେ ପୂରା କେନ୍ଦ୍ରପଡ଼ା ଜିଲ୍ଲା । ବୈଜୟନ୍ତ-ଅନୁଭବଙ୍କ ଫାଇଟ୍ ହେଉ କି ଶଶୀଙ୍କୁ ନେଇ ବିଜେଡି ଭିତରର ଫାଇଟ୍, କେନ୍ଦ୍ରାପଡ଼ା ରହିଚି ନଜରରେ । ଖାସ୍‌କରି ବିଜେଡିର ସଂସଦ ଓ ବିଧାନସଭା ପ୍ରାର୍ଥୀ ଜିଲ୍ଲାର ନିର୍ବାଚନ ମୈଦାନରେ ପ୍ରଥମ ପାଦ ଦେଇଥିବାରୁ ସ୍ଥାନୀୟ ନେତା ହିଁ ଭରସା। ହେଲେ କଣ ଏମିତି ଘଟିଲା ଯେ, ସିପ୍ରା ରାଜି ହୋଇଗଲେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଓ କିଶୋରଙ୍କର ବି ହେଲା ମାନଭଞ୍ଜନ ଏହାକୁ ନେଇ ଚାଲିଛି ଆଲୋଚନା । କୁହାଯାଉଛି ସିପ୍ରାଙ୍କୁ ଏକ ଲାଭଜନକ ସଂସ୍ଥାରେ ଥଇଥାନ କରାଯିବ । ଆଉ କିଶୋରଙ୍କ ପାଇଁ ପ୍ରସ୍ତାବିତ ବିଧାନ ପରିଷଦରେ ଆସନ ଥୁଆ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.