ଜାପାନ ସମୁଦ୍ର କୂଳରେ ଉତ୍ତର କୋରିଆର ଏକାଧିକ ଭୂତ ଜାହାଜ, ସେଥିରେ ଖାଲି ମୃତ ଦେହ, ଦୀର୍ଘ ଅନୁସନ୍ଧାନ ପରେ ଆସିଲା ସାଙ୍ଘାତିକ ସତ

Published By : Prameya-News7 Bureau | July 29, 2020 IST

ନୂଆଦିଲ୍ଲୀ ୨୯।୦୭: ରହସ୍ୟଘେରରେ ଉତ୍ତର କୋରିଆର 'ଭୂତ ଜାହାଜ'। ବର୍ଷ ବର୍ଷ ଧରି ଏହି ଭୂତ ଜାହାଜ କାରଣରୁ ଜାପାନର ଉତ୍ତର ଉପକୂଳ ସଭିଙ୍କ ପାଇଁ ଭୟଭୀତ କରିବା ଭଳି ଘଟଣାସ୍ଥଳ ପାଲଟିଛି। ଏଠାକୁ ଅନେକ ସଂଖ୍ୟାରେ କ୍ଷତିଗ୍ରସ୍ତ ଜାହାଜ ଲାଗିବା ସମସ୍ତଙ୍କୁ ବିସ୍ମିତ କରିଛି। ଏପରିକି ରକେଟ୍ ମାଛଧରା ଜାହାଜଗୁଡ଼ିକ ସେମାନେ ଯାତ୍ରା କରୁଥିବା ସ୍ଥାନରୁ ୧୦୦୦ରୁ ଅଧିକ କିଲୋମିଟରରୁ ଦୂରରୁ ଆସି ରହସ୍ୟଜନକ ଭାବେ ଜାପାନ ଉତ୍ତର ଉପକୂଳରେ ଲାଗି ଯାଉଛନ୍ତି।

ଏହି ପରି ୨୦୧୭ରେ ୧୦୦ରୁ ଅଧିକ କ୍ଷତିଗ୍ରସ୍ତ ଡଙ୍ଗା ସମୁଦ୍ରକୂଳରେ ପହଞ୍ଚିଥିଲା। ଏହି ସବୁ ଜାହାଜାରେ ସମୁଦାୟ ୩୫ଟି ମୃତ ଶରୀର ରହିଥିଲା। ଏହାର ପୂର୍ବ ବର୍ଷ ମଧ୍ୟ ଏହି ପରି ୬୬ଟି ଜାହାଜ ସମୁଦ୍ରକୁ ଆସି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ନପାରି କ୍ଷତିଗ୍ରସ୍ତ ହୋଇ  ଜାପାନ ସମୁଦ୍ର କୂଳରେ ଲାଗିଥିଲା। ଏହି ସବୁ ଜାହାଜାରୁ ଅନେକ ମୃତ ଶରୀର ମଧ୍ୟ ଦେଖିବାକୁ ମିଳିଥିଲା। ଏତେ ସଂଖ୍ୟାରେ କ୍ଷତିଗ୍ରସ୍ତ ଜାହାଜ କୂଳରେ ଲାଗିବା ଏକ ରହସ୍ୟମୟ ଘଟଣାରେ ପରିଣତ ହୋଇଥିଲା।

କେହି କେହି ଅନୁମାନ କରଥୁଲେ ଯେ,  ପ୍ରତିକୂଳ ପାଗ ଯୋଗୁଁ ଜାହାଜ ଗୁଡିକ ଅଦୃଶ୍ୟ  ହୋଇ ଯାଉଛନ୍ତି ଏବଂ କିଛି କ୍ଷତିଗ୍ରସ୍ତ ହୋଇ ଜୁଆର ମାଡରେ କୂଳରେ ଲାଗୁଛନ୍ତି। ବିଶେଷ କରି ଉତ୍ତର କୋରିଆର ଜାହାଜ ହିଁ ଜାପାନ ସମୁଦ୍ର ଉତ୍ତର ଉପୂଳରେ ଲାଗୁଥିଲେ।

{"id":307373,"sizeSlug":"large"}

ଏକ ଅଣଲାଭକାରୀ ଗ୍ଲୋବାଲ ଫିସିଂ ଓ୍ଵାଚ୍ ଓ ଜର୍ଣ୍ଣାଲ ସାଇନ୍ସ ଆଡଭାନ୍ସରେ ପ୍ରକାଶିତ ଏକ ଅଧ୍ୟୟନରୁ ଏହି ଘଟଣାର ଖୁଲାସା ହୋଇଛି। ଗବେଷକ ୨୦୧୭ ଓ ୨୦୧୮ରେ ପୂର୍ବୋତ୍ତର ଏସିଆରେ ସମୁଦ୍ରରେ ହେଉଥିବା ଯାତାୟତର ବିଶ୍ଳେଷଣ ପାଇଁ ଏକ ଉପଗ୍ରହ ଟେକ୍ନୋଲୋଜି ବ୍ୟବହାର କରିଥିଲେ। ଏଥିରୁ ଜଣା ପଡିଛି ଶତାଧିକ ଜାହାଜ ମାଛ ଧରିବା ପାଇଁ ଗଭୀର ସମୁଦ୍ରକୁ ଯାଉଥିଲେ। କୁହାଯାଇଛି ଚୀନ ଉତ୍ତର କୋରିଆ ସମୁଦ୍ର ଜଳ ରାଶିରେ ଅବୈଧ କାରବାର ଚଳାଉଥିଲା। ଏଠାରେ ଅନ୍ୟ ପଡୋଶୀ ଦେଶର ମତ୍ସ୍ୟଜୀବୀଙ୍କୁ ମାଛ ଧରିବାକୁ ବି ଦେଉ ନଥିଲା।  

ଏହାର ଅର୍ଥ ଉକ୍ତ ସମୁଦ୍ର କ୍ଷେତ୍ରରେ ଯେଉଁ ଜାହାଜ ଗୁଡିକ ମାଛ ଧରିବାକୁ ଯାଉଥିଲେ ସେମାନଙ୍କୁ ଚୀନର ଦାଦାଗିରିର ସାମ୍ନା କରିବାକୁ ପଡୁଥିଲା। ବାଧ୍ୟ ହୋଇ ରୁଷିଆନ ଓ ଜାପାନ ସମୁଦ୍ର ମାର୍ଗରେ ଦେଇ ମତ୍ସ୍ୟଜୀବୀଙ୍କୁ ବିପଦଜ୍ଜନକ ସ୍ଥିତିରେ ଯିବାକୁ ପଡୁଛି, ଯାହାର ଯାତ୍ରା ଅଧିକ ଦୂରତା ହେବା ସହିତ ବିପଦଜ୍ଜନକ ମଧ୍ୟ ରହୁଥିଲା।

ବିଦେଶୀଙ୍କ ପାଇଁ ଉତ୍ତର କୋରିଆ ଉପକୂଳରେ ମାଛ ଧରିବା କିମ୍ବା ଅନ୍ତରାଷ୍ଟ୍ରୀୟସ୍ତରରେ ଧରିଥିବା ମାଛ ବାଣିଜ୍ୟ କାରବାର ଆଇନ ବିରୁଦ୍ଧ ଅଟେ। କିନ୍ତୁ ରିପୋର୍ଟ ଅନୁଯାୟୀ ସେଠାରେ ସେମିତି କିଛି ଦୁର୍ବୃତ୍ତ ଜାହାଜଗୁଡିକର ବହୁସଂଖ୍ୟାରେ ନିୟମର ଉଲ୍ଲଂଘନ କରି ନାହାନ୍ତି।

ପେପର ଲେଖକଙ୍କ ଅନୁମାନ ୨୦୧୭ ଓ ୨୦୧୮ରେ କେବଳ ଜାହାଜ ଗୁଡିକ ୧୬୦୦୦୦ ମେଟ୍ରିକ ଟନ୍ ପ୍ରଶାନ୍ତ ମହାସାଗରୀୟ ଜଳଚର ଜୀବ ଧରିଥିଲେ। ଏହି ସବୁ ସାମୁଦ୍ରିକ ଖାଦ୍ୟର ମୂଲ୍ୟ ୫୪୭୫ ନିୟୁତ ରହିଛି।

ଗ୍ଲୋବାଲ ଫିସିଂ ଓ୍ଵାଚର ଜଣେ ବରିଷ୍ଠ ଡାଟା ବୈଜ୍ଞାନିକ ଓ ଅଧ୍ୟୟନର ସହ ପ୍ରମୁଖ ଲେଖକ ଜେୟୁନ ପାର୍କ କହିଛନ୍ତି,  ବେଆଇନ ଭାବେ ମାଛ ଧରିବାର ଏହା ସବୁଠୁ ବଡ ମାମଲା।  ଗୋଟିଏ ଦେଶରୁ ଅନ୍ୟ ଦେଶର ଜଳ କ୍ଷେତ୍ରରେ କାମ କରୁଥିବା ଜାହାଜ ଜରିଆରେ ଏହି ସବୁ ମାଛର ବେଆଇନ ପରିବହନ କରାଯାଉଛି।

{"id":307374,"sizeSlug":"large"}

ଅନ୍ୟ ଜଣେ ଲେଖକ ଜଙ୍ଗସାମ ଲି କହିଛନ୍ତି ଯେ ଉତ୍ତର କୋରିଆ ଜାହାଜଗୁଡ଼ିକ ଦୂର ବିଦେଶୀ ଜଳରେ ଭାଗ୍ୟ ପରୀକ୍ଷା କରିବାକୁ ନିଷ୍ପତ୍ତି ନେବା ଅନେକ ମତ୍ସ୍ୟଜୀବୀଙ୍କ ପାଇଁ ବିପର୍ଯ୍ୟସ୍ତ ପ୍ରମାଣିତ ହୋଇଛି। ଜଳରାଶିରେ ଚୀନ ଟ୍ରଲରଙ୍କ ସହ କାମ କରିବା ସେମାନଙ୍କ ପାଇଁ ବହୁତ ବଡ ବିପଦ ସାଜିଛି।

ଏହି କାରଣରୁ ସେମାନଙ୍କୁ ରୁଷ ଓ ଜାପାନ ସମୁଦ୍ର ଜଳରାଶିରେ କାମ କରିବାକୁ ଉସୁକାଉଛି। ଫଳରେ ଉତ୍ତର କୋରିଆର ମତ୍ସ୍ୟଜୀବୀଙ୍କ ଜୀବନ ବିପଦରେ ପଡି ଯାଉଛି। ବେଳେ ବେଳେ ସେମାନଙ୍କ ଜାହାଜ ପ୍ରତିକୂଳ ପାଣିପାଗରେ କ୍ଷତିଗ୍ରସ୍ତ ହୋଇ ଯାଉଛି ଏବଂ ଏହା ଜୁଆର ମାଡରେ ଭାସି ଆସି ଏହା ଜାପାନର ସମୁଦ୍ର କୂଳରେ ଲାଗୁଥିବା ଦେଖିବାକୁ ମିଳୁଛି।

ଉତ୍ତର ପୂର୍ବର ଏସିଆ ସମୁଦ୍ର ରାଶି କାରବାର ଦୃଷ୍ଟିରୁ ସବୁଠୁ ବଡ ପ୍ରତିଯୋଗିତାପୂର୍ଣ୍ଣ ସାମୁଦ୍ରିକ ଅଞ୍ଚଳ। କିନ୍ତୁ ଏଠାରେ ମାଛଧରାରେ ନାଟକୀୟ ଭାବେ ହ୍ରାସ ଘଟିଛି। ଗ୍ଲୋବାଲ ଫିସିଂ ଓ୍ଵାଚ୍‌ ଅନୁଯାୟୀ, ୨୦୦୩ ପରଠୁ ପ୍ରଶାନ୍ତ ଫ୍ଲାଇଙ୍ଗ୍ ସ୍କ୍ୱିଡ୍ ଷ୍ଟକ୍ ଦକ୍ଷିଣ କୋରିଆ ଜଳରେ ୮୦% ଏବଂ ଜାପାନର ୮୨% ହ୍ରାସ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.