Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଏମିତି ଏକ ଜାଗା ରହିଛି ଯେଉଁଠାକୁ ଆଜି ମଧ୍ୟ ଭଗବାନ ଶ୍ରୀକୃଷ୍ଣ ପ୍ରତିଦିନ ଆସିଥାନ୍ତି : ଜାଣନ୍ତୁ କେଉଁଠି

19/05/2019 at 2:10 PM

ଭାରତବର୍ଷରେ ଅନେକ ବିଶ୍ୱାସ ଓ ପରମ୍ପରା ରହିଛି । ଏଥିପାଇଁ ଭାରତରେ ଅନେକ ପ୍ରକାର ମନ୍ଦିର ରହିଛି । ଉତ୍ତର ପ୍ରଦେଶ ମଥୁରା ଜିଲ୍ଲାର ନିଧିବନ ବିଷୟରେ ମଧ୍ୟ ଏମିତି କିଛି ବିଶ୍ୱାସ ରହିଛି । ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନ ଛାଡି ମଥୁରା ଯାଉଥିଲେ ସେତେବେଳେ ରାଧା ଶ୍ରୀକୃଷ୍ଣଙ୍କ ସ୍ମୃତିରେ ଦିନ ରାତି କାନ୍ଦି କାନ୍ଦି ଏହି ନିଧିବନରେ ପ୍ରାଣ ତ୍ୟାଗ କରିଥିଲେ । ରାଧା ଶ୍ରୀକୃଷ୍ଣଙ୍କୁ ପ୍ରେମ କରୁଥିଲେ ।

ଭଗବାନ ଶ୍ରୀକୃଷ୍ଣ ରାଧାଙ୍କୁ ସାକ୍ଷାତ କରିବା ପାଇଁ ପ୍ରତିଦିନ ଅଦୃଶ୍ୟ ରୂପରେ ଏହି ବନକୁ ଆସୁଥିଲେ । ଭଗବାନ ଶ୍ରୀକୃଷ୍ଣ ଆଜି ମଧ୍ୟ ଏଠାରେ ଅବସ୍ଥିତ ମନ୍ଦିରକୁ ଆସନ୍ତି ଏବଂ ଗୋପିଙ୍କ ସହ ରାସ ଲିଳା କରନ୍ତି ବୋଲି ସେଠାକାର ଲୋକେ ବିଶ୍ୱାସ କରନ୍ତି ।

ନିଧିବନରେ ଏମିତି ଅନେକ ବୃକ୍ଷ ରହିଛି ଯାହା ପାଣି ବିନା ମଧ୍ୟ ବଞ୍ଚିଛି । ଏହି ବନରେ ଭଗବାନ ଶ୍ରୀକୃଷ୍ଣଙ୍କ ମନ୍ଦିର ମଧ୍ୟ ରହିଛି ।

ସେଠାକାର ଲୋକେ ବିଶ୍ୱାସ କରନ୍ତି ଯେ, ରାତିରେ ଏହି ସବୁ ବୃକ୍ଷ ଗୋପିଙ୍କ ରୂପ ନିଅନ୍ତି ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ସହ ରାସ ଲିଳା କରନ୍ତି । ଏହି ବନରେ ଭଗବାନ ଶ୍ରୀକୃଷ୍ଣଙ୍କ ଚମତ୍କାରୀ ଶକ୍ତି ରହିଛି ।

ଏହି ଶକ୍ତି ବିଷୟରେ ଜାଣିବା ପାଇଁ ଦୁନିଆର କୋଣ ଅନୁକୋଣରୁ ଲୋକେ ଏଠାକୁ ଆସିଥାନ୍ତି ।

ଏହି ବନରେ ଅନେକ ବୈଜ୍ଞାନିକ ରିସଚ୍ଚ କରିଛନ୍ତି । କିନ୍ତୁ ଏହି ବନର ସତ୍ୟ ଆଜି ଯାଏଁ କେହି ଜାଣିପାରିଲେ ନାହିଁ । ନିଧିବନକୁ ରାତ୍ରି କାଳରେ ଖାଲି କରିଦିଆଯାଏ । କାରଣ ରାତିରେ ମନ୍ଦରରେ ଦିବ୍ୟ ଶକ୍ତି ଭ୍ରମଣ କରୁଥିବାର ପ୍ରମାଣ ମିଳିଛି । ଦିବ୍ୟ ଶକ୍ତି ମନୁଷ୍ୟ ପାଇଁ ହାନିକାରକ ବୋଲି କୁହାଯାଏ ।

   Related Posts