ଖୋଲିଲା ଲାଡେନ-ନୱାଜ ସମ୍ପର୍କର ରହସ୍ୟ, ପାକିସ୍ତାନ ରାଜନୀତିରେ କମ୍ପନ

Published By : Prameya-News7 Bureau | January 31, 2021 IST

ଇସ୍ଲାମାବାଦ ୩୧।୧: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ମିଆଁ ନୱାଜ ସରିଫଙ୍କ ସହ  ଅଲକାଏଦା ଆତଙ୍କବାଦୀ ଓସାମା ବିନ୍‌ ଲାଡେନ ସମ୍ପର୍କ ଉପରୁ ପରଦା ହଟିଛି। ଲାଡେନ ସହ ସରିଫଙ୍କ ସମ୍ପର୍କ ରହସ୍ୟ ଖୋଲିବା ପରେ ପାକିସ୍ତାନ ରାଜନୀତିରେ କମ୍ପନ ସୃଷ୍ଟିହୋଇଛି।

{"id":401771,"sizeSlug":"large","linkDestination":"none"}

ପାକିସ୍ତାନର ଏକ ପ୍ରତିଷ୍ଠିତ ଗଣମାଧ୍ୟମ ଆମେରିକାରେ ପାକିସ୍ତାନ ରାଜଦୂତ ଥିବା ଅବିଦା ଦୁସୈନଙ୍କ ସୂତ୍ରରୁ ଏହି ସୂଚନା ପ୍ରକାଶିତ କରିଛି। ଏଥିରେ ଲାଡେନଙ୍କୁ ପୂ୍ର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସମର୍ଥନ ସହ ଫଣ୍ଡିଂ ମଧ୍ୟ ମିଳୁଥିଲା ବୋଲି ସ୍ପଷ୍ଟ ହୋଇଛି। ପାକିସ୍ତାନ କୂଟନୀତିଜ୍ଞ ଆବିଦା ହୁସୈନ ସରିଫଙ୍କ ଅତ୍ୟନ୍ତ ନିକଟତମ  ବୋଲି କୁହାଯାଉଛି। ଏହା ଛଡା ଅବିଦା କେନ୍ଦ୍ରମନ୍ତ୍ରୀ ମଧ୍ୟ ଥିଲେ।

{"id":401772,"width":576,"height":323,"sizeSlug":"large","linkDestination":"none"}

ସେପଟେ ଲଣ୍ଡନରେ ଆତ୍ମଗୋପନ କରିଥିବା ମିଆଁ ନୱାଜ ସରିଫଙ୍କୁ ଏବେ ଇମ୍ରାନଙ୍କ ପାର୍ଟି ଟାର୍ଗେଟ କରିଛି। ଅବିଦାଙ୍କ ସୂଚନା ଅନୁସାରେ ଏକ ସମୟରେ ଲାଡେନ ଆମେରିକା ସମେତ ସମସ୍ତଙ୍କର ପ୍ରିୟପାତ୍ର ଥିଲେ। ଅନେକ ଦେଶରେ ତାଙ୍କୁ ପସନ୍ଦ ମଧ୍ୟ କରାଯାଉଥିଲା। ତେବେ ପରେ ସେ ସମସ୍ତଙ୍କ ଲାଗି ସମ୍ପୂର୍ଣ୍ଣ   ଅଜଣା ହୋଇଯାଇଥିଲା।

{"id":401773,"sizeSlug":"large","linkDestination":"none"}

ସରିଫ ତାଙ୍କ ପ୍ରଥମ ସରକାର କାଳରେ ନିର୍ବାଚନ ହାରିଥିବା ଅବିଦାଙ୍କୁ ଆମେରିକା ରାଷ୍ଟ୍ରଦୂତ ନିଯୁକ୍ତ କରି ପୁରସ୍କୃତ କରିଥିଲେ। ପରବର୍ତ୍ତି କାର୍ଯ୍ୟକାଳରେ ସରିଫ ତାଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ମଧ୍ୟ ସାମିଲ କରିଥିଲେ। ଅବିଦାଙ୍କ ଏହି ବୟାନ ଇମ୍ରାନଙ୍କ ତେହେରିକ-ଏ-ଇନସାଫ ସଦସ୍ୟ ଫାରୁଖ ହବିବ୍‌ଙ୍କ ଅଭିଯୋଗ ପରେ ଆସିଛି। ଯେଉଁଥିରେ ହବିବ୍ ଦେଶରେ ବିଦେଶୀ ଫଣ୍ଡିଙ୍ଗର ନିଅଁ ସରିଫ ସରକାର ପକାଇଥିଲେ ବୋଲି ସେ ସିଧାଶଳଖ କହିଥିଲେ।

{"id":401775,"sizeSlug":"large","linkDestination":"none"}

ସେହପରି ବେନଜିର ଭୁଟ୍ଟୋଙ୍କ ସରକାର ପତନ ଲାଗି ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଆଣିବା ନିମନ୍ତେ ସରିଫ ଲାଡେନ ଠାରୁ ୧୦ ନିୟୁତ ଡଲାର ପାଣ୍ଠି ଆଣିଥିବାର ମଧ୍ୟ ଗୁରୁତର ଅଭିଯୋଗ କରିଥିଲେ। ଏବେ ଅବିଦାଙ୍କ ବୟାନ ଆସିବା ପରେ ପାକିସ୍ତାନର ଟେରର ଫଣ୍ଡିଂ ସ୍ପଷ୍ଟ ହୋଇଥିବା ବେଳେ ରାଜନୈତିକ କାଦୁଅ ଫୋପଡାଫୋଡି ଆରମ୍ଭ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.