Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

ଉତ୍ତର କୋରିଆରେ କରୋନା ! ଚୀନ୍ ସୀମାନ୍ତ ସହର ସିଲ୍

14/05/2020 at 12:09 PM

ପିୟୋଙ୍ଗୟାଙ୍ଗ ୧୪/୦୫ : ଉତ୍ତର କୋରିଆର ନାନା ଦାବି ପରେ ଖବର ଆସିଛି ଯେ ଉତ୍ତର କୋରିଆରେ ମଧ୍ୟ କରୋନା ସଂକ୍ରମଣ ଦସ୍ତକ ଦେଲାଣି | ମିଳିଥିବା ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆ ଚୀନ୍ ସୀମାରେ ଥିବା ରସୋନ ସହର ସୀମାକୁ ସିଲ୍ କରିଦିଆଯାଇଛି | କିନ୍ତୁ ଉତ୍ତର କୋରିଆ ସରକାର ସଂକ୍ରମଣ ନେଇ ଏବେ ଯାଏଁ କିଛି ସ୍ପଷ୍ଟ କରିନାହାନ୍ତି | ତେବେ ଦକ୍ଷିଣ କୋରିଆ ଲଗାତାର ଦାବି କରିଆସୁଛି ଯେ, କିମ୍ ଜୋଙ୍ଗ୍ ଉନଙ୍କ ସରକାର କରୋନା ସଂକ୍ରମଣ ମାମଲା ଲୁଚାଉଛନ୍ତି |

ସମାଚାର ଏଜେନ୍ସି ୟୋନହାପ ଅନୁଯାୟୀ, ଉତ୍ତର କୋରିଆ ଲଗାତାର ତାଙ୍କ ଦେଶ କରୋନା ମୁକ୍ତ ଥିବା ଦାବି କରୁଛି | କିନ୍ତୁ ରସୋନ୍ ସୀମା ସିଲ୍ ହେବାପରେ ଏହି ଦାବି ଉପରେ ପ୍ରଶ୍ନ ଉଠିଛି | ଋଷ ଏବଂ ଚୀନ୍ ସହ ଉତ୍ତର କୋରିଆର ବ୍ୟବସାୟର ମୁଖ୍ୟ କେନ୍ଦ୍ର ରସୋନ୍ ସହର | କିନ୍ତୁ ପିୟୋଙ୍ଗୟୋଙ୍ଗ୍ ଅସ୍ବୀକାର କରିନାହିଁ ଯେ ରସୋନ୍ ସହର ସୀମା ସିଲ୍ କରିଦିଆଯାଇଛି | ତେବେ ସୀମା ସିଲର କାରଣ ଏବେ ଯାଏଁ ସ୍ପଷ୍ଟ କରିନାହିଁ |

ସହର ସିଲ୍ ହେବାପରେ କିମ୍ ଜୋଙ୍ଗ୍ ଉନ୍ ଚୁପ ରହିଛନ୍ତି | କିମଙ୍କ ଚୁପ ରହିବ ସ୍ଥିତି ଅତ୍ୟନ୍ତ ଭୟଙ୍କର ବୋଲି କୁହାଯାଉଛି | ରସୋନ୍ ସହରରେ କିମ୍ ଜୋଙ୍ଗଙ୍କ ଖାସ ଅଧିକାରୀ ନିୟୋଜିତ କରାଯାଇଥିବା କୁହାଯାଉଛି | ତେବେ କିଛି ଗଣମାଧ୍ୟମ ଚାନେଲ୍ ଦାବି କରିଛନ୍ତି ଯେ, ରସୋନ୍ ସହରରେ କିମ୍ ଜୋଙ୍ଗଙ୍କ ଏକ କାର୍ଯ୍ୟକ୍ରମ ହେବାକୁ ପ୍ରସ୍ତୁତି ଚାଲିଛି | ସେଥିପାଇଁ ସହରର ସୀମା ସିଲ୍ କରାଯାଇଛି | ତେବେ ଦକ୍ଷିଣ କୋରିଆ ଏହାକୁ ପ୍ରୋପଗାଣ୍ଡା ଦର୍ଶାଇ ଖାରଜ କରିଛି |  

ଦକ୍ଷିଣ କୋରିଆ ସୂତ୍ର ଅନୁଯାୟୀ, ସହର ସିଲ୍ ହେବା ପଛରେ ନିଶ୍ଚୟ କିଛି ଗମ୍ଭୀର କାରଣ ରହିଛି | ଉତ୍ତର କୋରିଆରେ ବ୍ୟବସାୟର ମୁଖ୍ୟ କେନ୍ଦ୍ର ରାସନକୁ କେବଳ କୌଣସି କାର୍ଯ୍ୟକ୍ରମ ପାଇଁ ବନ୍ଦ ରଖିବା ବିଶ୍ୱାସଯୋଗ୍ୟ ନୁହେଁ | ସେପଟେ ଆମେରିକୀୟ ସଂସ୍ଥା ମଧ୍ୟ ଉତ୍ତର କୋରିଆରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ଦାବି କରୁଛି | ଆମେରିକା କହିଛି ଯେ ଉତ୍ତର କୋରିଆର ପଡୋଶୀ ଦେଶ ଚୀନ୍, ଋଷ ଏବଂ ଦକ୍ଷିଣ କୋରିଆରେ କରୋନା ସଂକ୍ରମଣ କାୟା ବିସ୍ତାର କରିଥିବାବେଳେ ଉତ୍ତର କୋରିଆରେ ସଂକ୍ରମଣ ନହେବା ଅସମ୍ଭବ କଥା |

   Related Posts