ରାଜ୍ୟରେ ନିର୍ବାଚନ ସରିବାପରେ ମୋଦି ଓ ନବୀନ ପରସ୍ପରର ପିଠି ଥାପୁଡାଇବାର ରହସ୍ୟ କଣ ? ଜାଣନ୍ତୁ

Published By : Prameya-News7 Bureau | May 14, 2019 IST

ଭୁବନେଶ୍ବର ୧୪|୫: ପରସ୍ପରର ପିଠି ଥାପୁଡାଇବା ମୋଡ୍ ରେ ନବୀନ – ମୋଦି। ରାଜ୍ୟ ଦାବି କରିବା ଆଗରୁ ଫନି ବାତ୍ୟା ପାଇଁ କେନ୍ଦ୍ର ଅନୁଦାନ ଦେବା ଏବଂ ନବୀନ ବଢିଆ କାମ କରିଛନ୍ତି ବୋଲି କହି ମୋଦି ପ୍ରଶଂସା କରିଲେ । ସେତିକି ନୁହେଁ ନବୀନ ବି ମୋଦିଙ୍କୁ ଭୁରିଭୂରି ପ୍ରସଂସା କରିବା ଏବଂ ନବୀନଙ୍କ ଅଫିସ ଧର୍ମେନ୍ଦ୍ରଙ୍କୁ ଟେକିବା କଥାଟା ବି ରାଜନୀତିରେ ନୂଆ ରଙ୍ଗ ଦେଉଛି । ନିର୍ବାଚନ ବେଳେ ଆରୋପ ପ୍ରତ୍ୟାରୋପରେ ମାତିଥିବା ଏହି ନେତାମାନଙ୍କ ଏଭଳି ହୃଦୟ ପରିବର୍ତ୍ତନ ପଛର ରହସ୍ୟ  ମେ ୨୩ର ଫଳାଫଳ ନା ବାତ୍ୟା ଫୋନିର ପ୍ରଭାବ ତାକୁ ନେଇ ଏବେ ରାଜ୍ୟ ରାଜନୀତିରେ ପ୍ରବଳ ଚର୍ଚା ।

{"id":111827}

ନିର୍ବାଚନ ସରିଲା ଏ ତେୱର ବି ଯାଇଛି । ଏବେ ପ୍ରଶଂସା ଆଉ ପ୍ରଶଂସା।  ନବୀନ ଓ ମୋଦି ପରସ୍ପରକୁ ବାଃ ବାଃ କରିବା କଥାକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ନିର୍ବାଚନ ସରିବାର ଦିନ କେଇଟା ଭିତରେ ଏହି ଦୁଇ ନେତାଙ୍କ ବଡି ଲାଙ୍ଗୁଏଜରେ ଏତେ ପରିବର୍ତ୍ତନ ପଛର କାରଣ କଣ ତାହା ଖୋଜିବା ଆରମ୍ଭ ହୋଇଗଲାଣି।

{"id":111828}

ନିର୍ବାଚନ ବେଳେ ନବୀନ – ମୋଦି ପରସ୍ପରକୁ କଣ ଯେ ନକହିଛନ୍ତି ତାହା କାହାକୁ ଅଛପା ନାହିଁ । କେତେବେଳେ ନବୀନ ମୋଦିଙ୍କୁ କହିଛନ୍ତି ସେ ପ୍ରଧାନମନ୍ତ୍ରୀ ପାଇଁ ଯୋଗ୍ୟ ନୁହଁନ୍ତି ତ ମୋଦି କେତେବେଳେ ନବୀନଙ୍କୁ କହିଛନ୍ତି ଏଠିକା ନିକମା ସରକାର ଯିବା ସମୟ ଆସସିଗଲା । କିନ୍ତୁ ଏବେ ଫନୀ ବାତ୍ୟା ପରେ ମୋଦି ଓଡିଶା ଗସ୍ତରେ ଆସି ଇଭାକ୍ୟୁଏସନ କାମ ଦେଖି ନବୀନଙ୍କୁ ସାର୍ଟିଫିକେଟ ଦେବା ଏବଂ ନବୀନ କିଛି ଦାବି କରିବା ପୂର୍ବରୁ ମୋଦି ୧୩୪୦ କୋଟି ଟଙ୍କାର ପ୍ୟାକେଜ ଦେବା ପରେ ନବୀନ ମୋଦିଙ୍କୁ ଭୁୟସୀ ପ୍ରସଂସା କରିଛନ୍ତି।

{"id":111829}

ଏହା ରାଜ୍ୟ ରାଜନୀତିର ପାଣିପାଗରେ ପରିବର୍ତ୍ତନର ଆଭାସ ବୋଲି ଆଲୋଚନା ହେଲାଣି । ଏତେ ସବୁପରେ ଏଠି ବିଜେଡି କହୁଛି ସରକାର ସରକାର ଭିତର କଥା ତେଣୁ ରାଜନୀତି ନାହିଁ । ବିଜେପି କହୁଛି ନବୀନ ବେଳଦେଖି ଆଗୁଆ କାର୍ଡ ଖେଳିବା ଯୋଜନାରେ ଅଛନ୍ତି ।

ଯାହା ଲାଗୁଛି ମେ ୨୩ ଫଳାଫଳ ଆସିବା ପୂର୍ବରୁ ଉଭୟ ମୋଦି ଓ ନବୀନ ନିଜ ଆଡୁ ଗୋଟି ଚଳାଇବା ଯୋଜନାରେ ରହିଲେଣି। ଯଦି ସଂଖ୍ୟାର ଖେଳରେ ଟିକିଏ ଆଗପଛ ହୁଏ ତାହାଲେ ଏହି ଦୁଇଦଳ ଯେ ଡିଲ୍ ନକରିବେ ତାହା ଅସମ୍ଭବ ନୁହେଁ । ସେ ରାଜ୍ୟ ହେଉ କି କେନ୍ଦ୍ର କଥା । ସମସ୍ତେ  ନିଜ ଭବିଷ୍ୟତ କଥା ଚିନ୍ତା କଲେଣି ।

{"id":111830}

ନବୀନ ବି ସମଦୂରତା କଥା ଛାଡି ଯିଏ ବେଟର ଡିଲ କରିବ ତାକୁ ସମର୍ଥନ ଦେବା କଥା ନିର୍ବାଚନ ବେଳୁ କହିଲେଣି । ଅର୍ଥାତ କେନ୍ଦ୍ରରେ ଯିଏ ସରକାର ଗଢିବ ସେପଟକୁ ବିଜେଡି ଆଉଯିବ ସେ ସଙ୍କେତ ମିଳିଲାଣି । ସେଥିପାଇଁ କିଛି ଦିନ ଆଗରୁ ନବୀନ-କମଳ ନାଥଙ୍କ  ସହ କଥାବାର୍ତା ହୋଇ କଂଗ୍ରେସ ଆଡେ ଥୋପ ପକାଇବା କଥାଟା ଉଠିଥିଲା ।

{"id":111831}

ନବୀନଙ୍କ ଏଭଳି କଂଗ୍ରେସ ଓ ବିଜେପି ପ୍ରତି କଭି ଇଧର କଭି ଉଧର ଗେମ୍ ପ୍ଲାନକୁ ଦେଖି ପିସିସି ସଭାପତି କହିଛନ୍ତି ନବୀନ ଆତ୍ମରକ୍ଷା ମୁଦ୍ରାରେ ଅଛନ୍ତି । କାଳେ କେନ୍ଦ୍ର ସରକାର ଆଡୁ ବିପଦ ଆସିବ ସେଥିପାଇଁ ଆଗୁଆ ସତର୍କ ହୋଇଯାଉଛନ୍ତି ।

{"id":111832}

ଏଥର ନିର୍ବାଚନ ସବୁ ଦଳଙ୍କୁ ଏଭଳି ସ୍ଥିତିରେ ଛିଡା କରିଛି ଯେ କେହି ବି କନଫିଡେଣ୍ଟ ନାହାଁନ୍ତି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାରେ ସରକାର ଗଢିବେ । ତେଣୁ ଆଗୁଆ ମୁଲଚାଲ ଯୋଜନାରେ ଅଛନ୍ତି । ବାତ୍ୟା ଫନୀ ଏଥିପାଇଁ ଏକ ଭଲ ପ୍ଲାଟଫର୍ମ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.