ରହସ୍ୟମୟୀ ମନ୍ଦିର: ଭଗବାନ ଶିବ ଅଭିଶାପ ଦେଇ ଏକ କୋଟି ଦେବଦେବୀଙ୍କୁ କରିଦେଇଥିଲେ ପଥର

Published By : Prameya-News7 Bureau | November 28, 2021 IST

ଅଗରତାଲା ୨୮/୧୧ : ଭାରତରେ କୋଟି କୋଟି ମନ୍ଦିର ଅଛି। ଅନେକ ରହସ୍ୟମୟୀ ମନ୍ଦିର ମଧ୍ୟ ଅଛି ଯାହା ଆଜି ବି ରହସ୍ୟ ଘେରରେ ରହିଛି। ଆପଣ କେବେ ଏମିତି ମନ୍ଦିର ସମ୍ପର୍କରେ ଶୁଣିଛନ୍ତି ଯେଉଁଠି ୯୯ ଲକ୍ଷ ୯୯ ହଜାର ୯୯୯ ମୂର୍ତ୍ତି ଅଛି। ଭାରତରେ ଏମିତି ଏକ ମନ୍ଦିର ଅଛି।

ଏହି ମନ୍ଦିର ତ୍ରିପୁରା ରାଜଧାନୀ ଅଗରତାଲା ନିକଟରେ ଅଛି। ଏହି ମନ୍ଦିର ନାମ ଉନାକୋଟି। ମନ୍ଦିରର ରହସ୍ୟ ଆଜି ଜଣେ କୌଣସି ବୈଜ୍ଞାନିକ ମଧ୍ୟ ଜାଣିପାରିଲେନି ଯେ ମନ୍ଦିରରେ କୋଟିଏରୁ ଗୋଟିଏ ମୂର୍ତ୍ତି କମ କାହିଁକି ଅଛି। ମନ୍ଦିରର ରହସ୍ୟମୟୀ ସଂଖ୍ୟା ଯୋଗୁଁ ଏହାର ନାଁ ଉନାକୋଟି। ଏହାର ଅର୍ଥ ଗୋଟିଏ କୋଟିରୁ ଗୋଟିଏ କମ।

{"id":551204,"sizeSlug":"full","linkDestination":"none"}

ଏହି ମନ୍ଦିର ବହୁତ ଖାସ। ଉନାକୋଟି ମନ୍ଦିର ଅଗରତାଲାରୁ ପ୍ରାୟ ୧୪୫ କିଲୋମିଟର ଦୂରରେ ଅବସ୍ଥିତ। ମନ୍ଦିରରେ ମୂର୍ତ୍ତି ସବୁ କିଏ ତିଆରି କରିଛି ଓ କାହିଁକି ତିଆରି କରିଛି ତାହା ବି ରହସ୍ୟ। ମୂର୍ତ୍ତି କେବେ ତିଆରି ହୋଇଥିଲା ତାହା ମଧ୍ୟ ଆଜି ଯାଏଁ ଜଣାପଡିନାହିଁ।

{"id":551210,"width":674,"height":476,"sizeSlug":"full","linkDestination":"none"}

ମନ୍ଦିର ସମ୍ବନ୍ଧରେ ଅନେକ ପୌରାଣିକ କଥା ମଧ୍ୟ ରହିଛି। ପଥର କାଟି ମୂର୍ତ୍ତି ତିଆରି କରାଯାଇଛି। ପୌରାଣିକ କଥା ଅନୁସାରେ, ଥରେ ଭଗବାନ ଶିବଙ୍କ ସମେତ ଏକ କୋଟି ଦେବଦେବୀ ତାଙ୍କ ସହ କୁଆଡେ ଯାଉଥିଲେ। ଏଠାରେ ରାତି ହୋଇଯିବାରୁ ସମସ୍ତେ ଉନାକୋଟି ବିଶ୍ରାମ କଲେ। ଭଗବାନ ଶିବ ସମସ୍ତ ଦେବଦେବୀଙ୍କୁ କହିଥିଲେ ଯେ ସୂର୍ଯ୍ୟୋଦୟ ପୂର୍ବରୁ ଏହି ସ୍ଥାନ ଛାଡିବାକୁ ପଡିବ। କିନ୍ତୁ ସୂର୍ଯ୍ୟୋଦୟ ପୂର୍ବରୁ କେବଳ ଶିବ ହିଁ ଉଠିଲେ ଓ ବାକି ସମସ୍ତେ ଶୋଇଥିଲେ। ଏହା ଦେଖି ଶିବ କ୍ରୋଧିତ ହୋଇଗଲେ ଓ ଅଭିଶାପ ଦେଇ ସମସ୍ତଙ୍କୁ ପଥର କରିଦେଲେ।

{"id":551205,"width":658,"height":439,"sizeSlug":"full","linkDestination":"none"}

ମନ୍ଦିର ସମ୍ପର୍କରେ ଆଉ ଏକ ପୌରାଣିକ କଥା ରହିଛି। କାଳୁ ନାମକ ଏକ ଶିଳ୍ପୀ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ସହ କୈଳାସ ପର୍ବତ ଯିବାକୁ ଚାହୁଁଥିଲା। ଶିଳ୍ପୀର ଜିଦ ଯୋଗୁଁ ଶିବ ତାଙ୍କୁ ଗୋଟିଏ ରାତିରେ ଏକ କୋଟି ମୂର୍ତ୍ତି ତିଆରି କରିବାକୁ କହିଥିଲେ। ଶିଳ୍ପୀ ରାତି ସାରା ମୂର୍ତ୍ତି ତିଆରି କଲେ କିନ୍ତୁ ସକାଳୁ ଗଣିଲା ବେଳେ ଗୋଟିଏ ମୂର୍ତ୍ତି କମ ଥିଲା। ସେଥିପାଇଁ ଶିବ ଶିଳ୍ପୀଙ୍କୁ ନିଜ ସହ ନେଇନଥିଲେ।

{"id":551206,"width":680,"height":454,"sizeSlug":"full","linkDestination":"none"}

ଉନାକୋଟି ମନ୍ଦିର ଏକ ପାହାଡିଆ ଅଞ୍ଚଳରେ ଅଛି। ଏହାର ଚାରିପଟେ ଘଞ୍ଚ ଜଙ୍ଗଲ ଅଛି। ଏହି ସ୍ଥାନ ସବୁବେଳେ ପାଣି କାଦୁଅ ହୋଇଥାଏ। ଯାହାଫଳରେ ଏଠାରେ କେହି ରୁହନ୍ତି ନାହିଁ। ଜଙ୍ଗଲ ଭିତରେ ଏତେ ମୂର୍ତ୍ତି କିଭଳି ନିର୍ମାଣ ହୋଇଛି ତାହା ଆଜି ଯାଏଁ ଜଣାପଡିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.