Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏଠାରେ ଛୁଇଁଲେ କଥା କହୁଛନ୍ତି ଗଛ, ଜାଣନ୍ତୁ କେଉଁଠି

28/07/2019 at 5:52 PM

ନୈନିତାଲ:  ଗଛ ପୁଣି କଥା କହେ ! ଆଶ୍ଚର୍ଯ୍ୟ ହେଲେ ବି ସତ। ଆମରି ଦେଶରେ ଏମିତି ଏକ ବନାଞ୍ଚଳ ରହିଛି ଯେଉଁଠି ବୃକ୍ଷମାନେ ମଣିଷ ଭଳି କଥା କହି ନ ପାରିଲେ ବି ସେମାନଙ୍କ ଭାବ ପ୍ରକାଶ କରୁଛନ୍ତି। ଆମକୁ କେହି ଯଦି କୁତକୁତ କରେ ଆମକୁ ଯେପରି ଲାଗେ ଗଛବି ସେଭଳି ଅନୁଭ କରେ ହଲଚଲ ହୁଏ। ନୈନିତାଲର କାଲାଢୁଙ୍ଗି ଜଙ୍ଗଲରେ ଏହି ଗଛର ପ୍ରଜାତି ବହୁ ସଂଖ୍ୟାରେ ଅଛନ୍ତି। ଯେଉଁମାନଙ୍କ ଆଚରଣ ଠିକ  ମଣିଷ ଭଳି।

କାଲାଢୁଙ୍ଗି ଜଙ୍ଗଲରେ ଦେଖାଯାଉଥିବା ଏହି ଗଛକୁ ସ୍ଥାନୀୟ ଲୋକେ ‘ଥନେଲା’ ନାମରେ ଡାକନ୍ତି। ତେବେ ଏହାର ବାୟୋଲଜିକାଲ ନାମ ହେଉଛି ‘ରେଣ୍ଡିଆ ଡୁମିଟୋରମ’। ଏହି ଗଛର ପତ୍ରକୁ ଆଙ୍ଗୁଠିରେ ସୁଲସୁଲ କଲେ ଉପରେ ଅନ୍ୟ ଡାଳ ସବୁ ଦୋହଲିବାରେ ଲାଗନ୍ତି। ଯଦି ବୃକ୍ଷର ଗଣ୍ଡିରେ କୁତକୁତ କରାଯାଏ ଗଛ ମଣିଷ ଭଳି ଶିହରି ଉଠେ। କେବଳ ସେତିକି ନୁହେଁ ଘନ ଜଙ୍ଗଲରେ ଯଦି ମଣିଷଟିଏ ପହଞ୍ଚି ଯାଏ ତେବେ ଏହି ପ୍ରଜାତିର ବୃକ୍ଷମାନେ ବେଶ ଉଲ୍ଲସି ଉଠନ୍ତି। ଖୁବ୍ ସୁନ୍ଦର ଢଙ୍ଗରେ ସ୍ୱାଗତ କରନ୍ତି ଅତିଥିଙ୍କୁ।

ତେବେ ସମୁଦ୍ରପତ୍ତନରୁ ୧ହଜାର ୩ଶହ ମିଟର ଉଚ୍ଚରେ ହେଉଥିବା ଏହି ବୃକ୍ଷମାନଙ୍କର ଏଭଳି ଆଚରଣକୁ ନେଇ ଅନେକ ଗବେଷଣା ହେଲାଣି। ହେଲେ ଏହାର କାରଣ କଣ ହୋଇପାରେ ତାହା କିନ୍ତୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରିପାରିନାହାନ୍ତି ଗବେଷକ। ତେବେ ଆମେ ବୃକ୍ଷକୁ ମନୁଷ୍ୟର ବନ୍ଧୁ ବୋଲି ଅନେକ ପୂର୍ବରୁ ଜାଣିଥିଲେ ହେଁ ସେମାନେ ଆମ ସହ କେବେ ଭାବ ବିନିମୟ କରନ୍ତି ନାହିଁ। ପ୍ରତ୍ୟକ୍ଷରେ ଛାଇ ଓ ଫଳ ପରୋକ୍ଷରେ ଅମ୍ଳଯାନ ଏବଂ ଅନ୍ୟାନ୍ୟ ଅନେକ ଲାଭ ଦେଉଥିବା ବୃକ୍ଷ ଜଗତରେ ଏବେ ଭାବ ପ୍ରକାଶ କରିପାରୁଥିବା ବୃକ୍ଷ ବି ଥିବା ଜଣାପଡିଛି।

   Related Posts