Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଭାରତର ଏହି ରହସ୍ୟମୟୀ ସୁଡଙ୍ଗରେ ଅଦୃଶ୍ୟ ହୋଇଯାଇଥିଲେ ବରଯାତ୍ରୀ: ଏଯାଏଁ ମିଳି ପାରି ନାହିଁ ପତ୍ତା..

10/10/2021 at 1:49 PM

ନୂଆଦିଲ୍ଲୀ ୧୦/୧୦ : ଆଜିକା ଯୁଗରେ ବିଜ୍ଞାନ ଯେତେ ଆଗକୁ ଗଲେ ବି ଅନେକ ରହସ୍ୟରୁ ପରଦା ଉଠିନାହିଁ । ଅନେକ ସ୍ଥାନରେ ବିଜ୍ଞାନ ବି ଫେଲ୍ ମାରିଛି । ଅନେକ ସ୍ଥାନରେ ବୈଜ୍ଞାନିକ ଦଳ ପହଞ୍ଚିକି ଅନୁସନ୍ଧାନ କରୁଛି ହେଲେ କୌଣସିର ସତ୍ୟତା ଜାଣି ପାରୁନାହିଁ । ହେଲେ ଏହାରି ମଧ୍ୟରେ ଏପରି ଏକ ରହସ୍ୟମୟୀ ସୁଡ଼ଙ୍ଗ ମଧ୍ୟ ଭାରତରେ ରହିଛି, ଯେଉଁଠି ପୁରା ବରଯାତ୍ରୀ ଗାଏବ ହୋଇଥିଲା । ଆଜି ପର୍ଯ୍ୟନ୍ତ ବରଯାତ୍ରୀଙ୍କର କୌଣସି ସୂଚନା ମିଳିପାରିଲା ନାହିଁ । ହରିୟାଣାର ରୋହତକ ଜିଲ୍ଲାରେ ଏହି ସୁଡ଼ଙ୍ଗ ରହିଛି । ସମଗ୍ର ବିଶ୍ୱରେ ଏହି ଗୁମ୍ଫା ବାୱଡ଼ି ଜ୍ଞାନୀ ଚୋର ନାମରେ ପ୍ରସିଦ୍ଧ

ଏହା ମୋଗଲ ଯୁଗରେ ନିର୍ମିତ ହୋଇଥିବା ଏହି ଗୁମ୍ଫା ରହସ୍ୟ ପାଇଁ ବେଶ ଜଣାଶୁଣା । କୁହାଯାଏ କି ଏହି ରହସ୍ୟମୟୀ ଗୁମ୍ଫାରେ କୋଟି କୋଟି ଭଣ୍ଡାର ଲୁଚି ରହିଛି । ସେଠାର ଏକ ପଥରରେ ଫାରସୀ ଭାଷାରେ ‘ସ୍ୱର୍ଗର ଝରଣା’ଲେଖାଯାଇଛି । ଏହି ଅଭିଲେଖାରେ କୁହାଯାଇଛି ଯେ, ଏହି ଝରଣାକୁ ମୁଗଲର ବାଦଶାହାର ସୁବଦୋର ସୈଦ କଲାଲା ୧୬୫୮-୫୯ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରିଥିଲେ ।

କୁହାଯାଉଛି ଯେ ଏଠାରେ ସୁଡଙ୍ଗର ଏକ ଜାଲ ବିଛାଯାଇଛି , ଯାହାକି ଦିଲ୍ଲୀ ଓ ପାକିସ୍ତାନକୁ ଯାଉଛି । ଏହି ବାୱଡିରେ ଗୋଟିଏ କୂଅ ମଧ୍ୟ ରହିଛି । ଏହି କୂଅକୁ ଯିବା ପାଇଁ ୧୦୧ ପାହାଚ ଅଛି, କିନ୍ତୁ ଏବେ ମାତ୍ର ୩୨ଟି ପାହାଚ ରହିଛି । ୧୯୯୫ ମସିହାରେ ଆସିଥିବା ଭୟଙ୍କର ବାତ୍ୟା ଯୋଗୁଁ ଏହି ଦୁର୍ଗର ବହୁତ କ୍ଷତିଗ୍ରସ୍ତ ହୋଇଥିଲା । ସେଠାକାର ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ, ବ୍ରିଟିଶ କାଳରେ ଏହି ସୁଡ଼ଙ୍ଗ ଦେଇ ଏକ ବରଯାତ୍ରୀ ଦିଲ୍ଲୀ ଯାଉଥିଲା, କିନ୍ତୁ ତାହା ଗାଏବ୍ ହୋଇଗଲା ଯେ ଆଜି ପର୍ଯ୍ୟନ୍ତ ତାହାର ସୂଚନା ମିଳିପାରିଲା ନାହିଁ । ଏହି ବରଯାତ୍ରୀ ନା ଦିଲ୍ଲୀରେ ପହଞ୍ଚିଲା, ନା ଫେରିକି ଆସିଲା । ସେବେଠାରୁ ସୁଡ଼ଙ୍ଗଟି ଚର୍ଚ୍ଚାର ବିଷୟ ପାଲଟିଛି ।ଏହି ଅଘଟଣ ଘଟିବା ପରେ ଏହି ସୁଡ଼ଙ୍ଗକୁ ବନ୍ଦ କରାଯାଇଥିଲା ।

   Related Posts