ପୃଥିବୀର ଏପରି ଜଣେ ବ୍ୟକ୍ତି ଯାହାର ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ଚେହେରା : ଯାହାକୁ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | September 04, 2019 IST

ନୂଆଦିଲ୍ଲୀ ୪/୯: ଆଜି ଆମେ ଆପଣଙ୍କୁ ଏପରି ଏକ ବ୍ୟକ୍ତିଙ୍କ ବିଷୟରେ କହିବୁ ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବାସ୍ତବରେ, ଆମେ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହୁଛୁ ଯେ ଉନବିଂଶ ଶତାବ୍ଦୀରେ ଇଂଲଣ୍ଡରେ ରହୁଥିଲେ। କୁହାଯାଉଥିଲା ଯେ ତାଙ୍କର ଦୁଇଟି ମୁହଁ ଥିଲା।

{"id":152951,"width":585,"height":426}

ଦୁଇ ମୁହଁ ଥିବା ବ୍ୟକ୍ତିଙ୍କ ନାଁ ଏଡ଼ଓ୍ବାର୍ଡ଼ ମୋରଡାକେ ଥିଲା। ଏହି ବ୍ୟକ୍ତିଙ୍କ ଦ୍ବିତୀୟ ମୁହଁ ସକ୍ରିୟ ଅବସ୍ଥାରେ ନଥିଲା। କିନ୍ତୁ ସେ ଯେତେବେଳେ ଶୋଉଥିଲେ ତାଙ୍କର ଦ୍ବିତୀୟ ମୁହଁ ଜାଗ୍ରତ ହେଉଥିଲା। ସେ ସାରା ରାତି ଫୁସଫୁସ୍ ହେଉଥିଲେ।

{"id":152952}

କୁହାଯାଉଥିଲା ଯେ ବ୍ୟକ୍ତି ନିଜ ଚିକିତ୍ସା କରିବା ପାଇଁ ଡାକ୍ତରଙ୍କ ପାଖକୁ ମଧ୍ୟ ଯାଇଥିଲେ,କିନ୍ତୁ ସେ ସମୟରେ ଚିକିତ୍ସା ବିଜ୍ଞାନ ଏତେ ବିକଶିତ ନ ହୋଇଥିବାରୁ ଏହାର ଉପଚାର ସମ୍ଭବ ନଥିଲା।

{"id":152953}

ଏହି ବ୍ୟକ୍ତିଙ୍କ ମୁଣ୍ଡର ପଛ ପଟ ଚେହେରା ଜଣେ ଯୁବତୀଙ୍କ ଥିଲା ଯାହାର ଆଖି ଥିଲା କିନ୍ତୁ ସେ ଦେଖି ପାରୁନଥିଲେ। ଏହା ବ୍ୟତୀତ ସେହି ଚେହେରାର ପାଟି ମଧ୍ୟ ଥିଲା କିନ୍ତୁ ସେ ଖାଇ ପାରୁନଥିଲେ ଏବଂ ଜୋରରେ ମଧ୍ୟ କଥା କହିପାରୁନଥିଲେ।

{"id":152955}

 ଏପରି ମଧ୍ୟ କୁହାଯାଉଥିଲା ଯେ ବ୍ୟକ୍ତି ଯେତେବେଳେ ଖୁସି ହେଉଥିଲେ ସେତେବେଳେ ଦ୍ବିତୀୟ ମୁହଁ ଏହା ସହି ପାରୁନଥିଲା ଏବଂ ସେ ତାଙ୍କୁ ଉପହାସ କରୁଥିଲେ। ଏହା ବ୍ୟତୀତ ସେ ଯେତେବେଳେ କାନ୍ଦୁଥିଲେ ତାଙ୍କର ଦ୍ବିତୀୟ ଚେହେରା ହସୁଥିଲେ। କୁହାଯାଉଥିଲା ଯେ ଏହି ବ୍ୟକ୍ତିଜଣକ ତାଙ୍କ ଦ୍ବିତୀୟ ଚେହେରା ଯୋଗୁଁ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିଲେ। ତାଙ୍କୁ ସେତେବେଳେ ମାତ୍ର ୩୭ବର୍ଷ ବୟସ ହୋଇଥିଲା। ୧୮୯୬ମସିହାର ମେଡିକାଲ ଏନସାଇକ୍ଲୋପିଡ଼ିଆରେ ଏହି ବ୍ୟକ୍ତିଙ୍କ ଚିକିତ୍ସା ଅବସ୍ଥା ବିଷୟରେ ବର୍ଣ୍ଣନା କରାଯାଇଥିଲା , କିନ୍ତୁ ତଥାପି ଏହାକୁ ନେଇ ପ୍ରଶ୍ନବାଚୀ ରହିଛି। ଲୋକେ ଏହାକୁ କାହାଣୀ ବୋଲି କୁହନ୍ତି।

{"id":152956}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.