Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ଏକ ଅଭିଶପ୍ତ ଦୁର୍ଗ ଯେଉଁଠାରୁ ଦେଖାଯାଏ ସମ୍ପୂର୍ଣ ସହର : ରହସ୍ୟ ଘେରରେ ଦୁର୍ଗର ଅଷ୍ଟମ ଦ୍ୱାର

27/04/2020 at 3:02 PM

ଯୋଧପୁର ୨୭/୦୪ :  ଭାରତରେ ଅନେକ ମନ୍ଦିର ରହିଛି | ଏଠାରେ ଅନେକ ଦୁର୍ଗ ମଧ୍ୟ ରହିଛି | ଦେଶରେ ୫୦୦ ରୁ ଅଧିକ ଦୁର୍ଗ ରହିଛି | ଏହିସବୁ ଦୁର୍ଗ ଦେଶର ବିଭିନ୍ନ ପ୍ରାନ୍ତରେ ରହିଛି | ଅନେକ ଦୁର୍ଗ ଶହ ଶହ ବର୍ଷ ପୁରୁଣା | ଆଉ କିଛି ଦୁର୍ଗ ରହିଛି ଯାହାର ନିର୍ମାଣ ସମ୍ପର୍କରେ କେହି ମଧ୍ୟ ଜାଣିନାହାନ୍ତି | ଆହୁରି ମଧ୍ୟ କିଛି ଦୁର୍ଗ ରହିଛି ଯାହାକୁ ରହସ୍ୟମୟ ଆଖ୍ୟା ଦିଆଯାଇଛି | ଆଜି ଏମିତି ଏକ ଦୁର୍ଗ ସମ୍ପର୍କରେ ଜାଣନ୍ତୁ ଯେଉଁଠାରୁ ସମ୍ପୂର୍ଣ ପାକିସ୍ତାନ ଦେଖାଯାଇଥାଏ | କିନ୍ତୁ ଏହି ଦୁର୍ଗର ଅଷ୍ଟମ ଦ୍ୱାରକୁ ରହସ୍ୟମୟୀ ବୋଲି ବିଶ୍ୱାସ କରାଯାଏ |

ଏହି ଦୁର୍ଗ ମେହରାନଗଢ଼ ଦୁର୍ଗ ଭାବେ ପରିଚିତ | ରାଜସ୍ତାନ ଯୋଧପୁର ସହରର ଠିକ ମଝିରେ ଏହି ଦୁର୍ଗ ଅବସ୍ଥିତ | ଏହି ଦୁର୍ଗ ପାଖାପାଖି ୧୨୫ ମିଟର ଉଚ୍ଚତାରେ ନିର୍ମାଣ ହୋଇଛି | ପଞ୍ଚଦଶ ଶତାବ୍ଦୀରେ ରାଓ ଯୋଧା ମେହରାନଗାଢ଼ ଦୁର୍ଗର ଭିତ୍ତି ପ୍ରସ୍ତର ସ୍ଥାପନା କରିଥିଲେ | ଦୁର୍ଗର ନିର୍ମାଣ କାର୍ଯ୍ୟ ମହାରାଜ ଯଶବନ୍ତ ସିଂହ ଶେଷ କରିଥିଲେ |

ଏହି ଦୁର୍ଗ ଭାରତର ପ୍ରାଚୀନ ଏବଂ ବିଶାଳ ଦୁର୍ଗ ମଧ୍ୟରୁ ଗୋଟିଏ | ଏହାକୁ ଭାରତର ସମୃଦ୍ଧଶାଳୀ ଇତିହାସର ପ୍ରତୀକ ବୋଲି କୁହାଯାଏ | ମେହରାନଗଢ଼ ଦୁର୍ଗରେ ୮ଟି ଦ୍ୱାର ରହିଛି | ଦୁର୍ଗକୁ ଉଚ୍ଚ ଉଚ୍ଚ ପାଚେରୀ ଘେରି ରହିଛି | ଦୁର୍ଗର ୭ ଟି ଦ୍ୱାର ରହିଛି କିନ୍ତୁ ଅଷ୍ଟମ ଦ୍ୱାର ରହସ୍ୟ ମଧ୍ୟରେ ରହିଛି | ଏହି ଅଷ୍ଟମ ଦ୍ୱାରକୁ ରହସ୍ୟମୟୀ ଦ୍ୱାର ବୋଲି କୁହାଯାଏ | ହାତୀ ଆକ୍ରମଣରୁ ବଞ୍ଚିବା ପାଇଁ ଦୁର୍ଗର ପ୍ରଥମ ଦ୍ୱାରରେ କଣ୍ଟା ପୋତା ଯାଇଛି |

ମେହରାନଗଢ଼ ଦୁର୍ଗ ଭିତରେ ଅନେକ ଭବ୍ୟ ମହଲ, କାରୁକାର୍ଯ୍ୟପୁର୍ଣ କବାଟ ଏବଂ ଝରକା ରହିଛି | ଏଥିରେ ମୋତି ମହଲ, ଫୁଲ ମହଲ, କାଚ ମହଲ, ସିଲେହ ଖାନା, ଦୌଲତ ଖାନା ସ୍ୱତନ୍ତ୍ର | ଦୁର୍ଗ ନିକଟରେ ମା’ ଚାମୁଣ୍ଡାଙ୍କ ମନ୍ଦିର ରହିଛି | ମା’ଙ୍କ ମନ୍ଦିର ୧୪୬୦ ଖ୍ରୀଷ୍ଟାବ୍ଦରେ ରାଓ ଯୋଧା ନିର୍ମାଣ କରିଥିଲେ | ନବରାତ୍ରି ସମୟରେ ଏଠାରେ ବିଶେଷ ପୂଜାର୍ଚ୍ଚନା ହୋଇଥାଏ |

ମେହରାନଗଢ଼ ଦୁର୍ଗ ନିର୍ମାଣର ମଧ୍ୟ ଏକ କାହାଣୀ ରହିଛି | ରାଓ ଯୋଧା ଯେତେବେଳେ ଯୋଧପୁରର ୧୫ତମ ଶାସକ ହୋଇଥିଲେ ତାର ବର୍ଷେ ପରେ ସେ ଭାବିଲେ ମଣ୍ଡୋର ଦୁର୍ଗ ତାଙ୍କ ପାଇଁ ସୁରକ୍ଷିତ ନୁହେଁ | ସେଥିପାଇଁ ନିଜର ତତ୍କାଳୀନ ଦୁର୍ଗରୁ ଗୋଟିଏ କିମି ଦୂର ପାହାଡ ଉପରେ ଏକ ଦୁର୍ଗ ନିର୍ମାଣ କରିବା ପାଇଁ ଯୋଜନା କଲେ | ସେହି ପାହାଡ ‘ଭୋର ଚିଡ଼ିଆଟୋଙ୍କ’ ନାମରେ ଜଣାଶୁଣା | ଏହି ପାହାଡରେ ବହୁତ ସଂଖ୍ୟକ ପକ୍ଷୀ ରହୁଥିଲେ ବୋଲି ଏହାକୁ ଭୋର ଚିଡ଼ିଆଟୋଙ୍କ କୁହାଯାଉଥିଲା |

ତେବେ ଦୁର୍ଗଟି ଅଭିଶପ୍ତ ବୋଲି ମଧ୍ୟ ବିଶ୍ୱାସ ରହିଛି | ଦୁର୍ଗ ନିର୍ମାଣ ପୂର୍ବରୁ ଏଠାରେ ଜଣେ ସାଧୁ ପକ୍ଷୀଙ୍କୁ ଖାଇବାକୁ ଦେଉଥିଲେ | ସାଧୁ ଜଣକ ଚିଡିଆୱାଲେ ବାବା ନାମରେ ପରିଚିତ ଥିଲେ | ତେବେ ଦୁର୍ଗ ନିର୍ମାଣ ସମୟରେ ସାଧୁଙ୍କୁ ପାହାଡ ଉପରକୁ ଆସିବାକୁ ବାରଣ କରାଯାଇଥିଲା | ଏଥିରେ ସାଧୁ କ୍ରୋଧିତ ହୋଇ ରାଜାଙ୍କୁ ଅଭିଶାପ ଦେଇଥିଲେ | ସାଧୁ ଅଭିଶାପ ଦେଇଥିଲେ ଯେ ପାହାଡ ଉପରେ ଯଦି ମହାରାଜା ତାଙ୍କର ସ୍ୱପ୍ନର ପ୍ରାସାଦ ସ୍ଥାପନ କରନ୍ତି ତେବେ ବାରମ୍ବାର ମରୁଡ଼ି ଦ୍ୱାରା ତାଙ୍କ ରାଜ୍ୟ ପ୍ରଭାବିତ ହେବ |

   Related Posts