ମଝି ସମୁଦ୍ର ଆକାଶରେ ଦେଖାଗଲା ରହସ୍ୟମୟ ଆଲୁଅ ! ଲୋକେ କହିଲେ, ଏହା ଏଲିୟନ୍ସଙ୍କ ବିମାନ

Published By : Prameya-News7 Bureau | October 06, 2019 IST

କାରୋଲିନା୬|୧୦: ବେଳେ ବେଳେ ଆକାଶରେ ଅଚାନକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖାଯାଇଥାଏ। ଠିକ୍‌ ଏଭଳି ଏକ ଘଟଣା ଆମେରିକାର ଉତ୍ତର କାରୋଲିନାରେ ଦେଖାଯାଇଛି। ଜଣେ ବ୍ୟକ୍ତି ନୌକା ସାହାଯ୍ୟରେ ସମୁଦ୍ର ମଝିରେ ଥିବାବେଳେ ଏଭଳି ବିରଳ ଦୃଶ୍ୟ ଦେଖିଛନ୍ତି। ଓ୍ବିଲିୟମ ଗୟ ନାମକ ବ୍ୟକ୍ତି ଆକାଶରେ ଏହି ରହସ୍ୟମୟ ୧୪ଟି ଆଲୁଅ ଖଣ୍ଡ ଦେଖିଥିବା କହିଛନ୍ତି । ଦୃଶ୍ୟ ଦେଖିବାପରେ ସେ ଏହି ଦୃଶ୍ୟକୁ ମୋବାଇଲରେ ରେକର୍ଡିଂ ମଧ୍ୟ କରିଥିଲେ।

{"id":166930}

ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକମାନେ ଭୟଭୀତ ହୋଇଯାଇଥିଲେ। ଏହି ଘଟଣା ପ୍ରଥମ ନୁହେଁ । ଏହା ପୂର୍ବରୁ ଆମେରିକାରର ଉତ୍ତର କାରୋଲିନାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା।

{"id":166931}

ଓ୍ବିଲିୟମ କହିଛନ୍ତି ଯେ, ଏହି ମହାଜାଗତିକ ଘଟଣା ଘଟିବାବେଳେ ଆକାଶରେ କିଛି ବି ଦେଖା ଯାଉନଥିଲା। କେବଳ ଏହି ଆଲୋକ ଖଣ୍ଡଗୁଡିକ ଦିଶୁଥିଲା । ତେବେ ଏଗୁଡିକ କ’ଣ କିଏ କହି ପାରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି ।  ସାଧାରଣତଃ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଫିଲ୍ମରେ ଦେଖାଯାଇଥାଏ। କିନ୍ତୁ ଉତ୍ତର କାରୋଲିନାର ସମୁଦ୍ର ତଟରେ ଏଭଳି ଦେଖିବାକୁ ମିଳିଛି।

{"id":166932}

ଏକ ସପ୍ତାହ ପୂର୍ବରୁ ଓ୍ବିଲିୟମ ଏହି ଭିଡିଓକୁ ୟୁଟ୍ୟୁବରେ ଅପଲୋଡ କରିଥିଲେ। ଏବେ ସୁଦ୍ଧା ଏହି ଭିଡିଓକୁ ବହୁ ଲୋକ ଦେଖି ସାରିଲେଣି। ଏହା ଏକ ବଡ଼ ଉଡ଼ନ୍ତା ଯାନ ବୋଲି କିଛି ଲୋକ ଏହି ଭିଡିଓରେ କମେଣ୍ଟରେ ଲେଖିଛନ୍ତି। ଏପରି ଏଲିୟନ୍ସଙ୍କ ବିମାନ ହୋଇଥାଇ ପାରେ ବୋଲି ଭିଡିଓରେ କମେଣ୍ଟ କରିଛନ୍ତି। ୧୪ଟି ଚମତ୍କାର ଆଲୁଅ ବୋଲି ଆଉ କିଛି ଲୋକ ମଧ୍ୟ କହିଛନ୍ତି। କିଛିଦିନ ତଳେ ଆମେରକା ଆକାଶରେ ବଡ଼ ବଡ଼ ଉଡ଼ନ୍ତା ଯାନ ବୁଲିଥିବାର ନଜର ଆସିଥିଲା। ତେଣୁ ଏହି ଭିଡିଓରେ ସତ୍ୟସତ ଥିବା କଥା ଆମେରିକାର ନୌସେନା ବିଶ୍ବାସ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.