ତାଞ୍ଜାନିଆର ରହସ୍ୟମୟ ହ୍ରଦ: ପାଣିକୁ ଛୁଇଁଲେ ପଥର ପାଲଟି ଯାଆନ୍ତି ମଣିଷ ଓ ଜୀବଜନ୍ତୁ
13/01/2021 at 3:47 PM

ନୂଆଦିଲ୍ଲୀ ୧୩/୦୧ : ଦୁନିଆରେ ଅନେକ ରହସ୍ୟ ପୂର୍ଣ୍ଣ ହ୍ରଦ ଅଛି ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ କେହି ଜାଣିପାରି ନାହାଁନ୍ତି। ଉତ୍ତର ତାଞ୍ଜାନିଆରେ ଠିକ ଏମିତି ଏକ ହ୍ରଦ ନଜରକୁ ଆସିଛି । ଯାହାକି ନାଟ୍ରୋନ୍ ହ୍ରଦ ନାମରେ ଜଣାଯାଏ। କୁହାଯାଏ ଏହି ହ୍ରଦର ପାଣିକୁ ଯିଏ ଛୁଏଁ, ସିଏ ପଥର ପାଲଟି ଯାଏ। ଏହି ହ୍ରଦର ନିକଟରେ ଅନେକ ପଶୁ ପକ୍ଷୀଙ୍କ ପଥର ମୂର୍ତ୍ତି ମଧ୍ୟ ନଜରକୁ ଆସିଛି।

ହ୍ରଦର ଦୂର ଦୂରାନ୍ତ ପର୍ଯ୍ୟନ୍ତ କୌଣସି ଜନବସତି ନାହିଁ। ଏହି ହ୍ରଦ ନିକଟରେ ପଶୁ ପକ୍ଷୀଙ୍କ ପଥର ମୂର୍ତ୍ତି ପଡିଛି ଯାହାକୁ ଦେଖି ଯାଦୁର ହ୍ରଦ ଭଳି ଜଣାପଡେ। ବାସ୍ତବରେ ତା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ନାଟ୍ରୋନ୍ ଏକ କ୍ଷାରୀୟ ହ୍ରଦ, ଯାହାର ପାଣିରେ ସୋଡିୟମ କାର୍ବୋନେଟ୍ ର ମାତ୍ରା ଅତ୍ୟଧିକ ରହିଛି। ପାଣିରେ ଆଲକାଲାଇନ୍ ଏବଂ ଏମୋନିଆର ସମାନ ମାତ୍ରାରେ ରହିଛି। ଏ ସବୁ ସେମିତି ଅଛି ଇଜିପ୍ଟରେ ମୃତ ଶରୀରକୁ ସୁରକ୍ଷିତ ଥିବା ଭଳି ଏସବୁ ମୂର୍ତ୍ତି ସେଠାରେ ଅଛି। ଏହି କାରଣରୁ ଏଠାରେ ପକ୍ଷୀଙ୍କ ଶରୀର ବର୍ଷ ବର୍ଷ ଧରି ସୁରକ୍ଷିତ ରହିଥାଏ।

କେବଳ ନାଟ୍ରୋନ୍ ହ୍ରଦ ଗୋଟିଏ ନୁହେଁ ଯେଉଁଠାରେ ବିପଦପୂର୍ଣ୍ଣ ରାସାୟନିକ ତତ୍ୱ ମିଳିଛି। ଆଫ୍ରିକା ଦେଶ କାଙ୍ଗୋରେ ‘କିବୁ’ ହ୍ରଦ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ହ୍ରଦମାନଙ୍କ ମଧ୍ୟରୁ ଗୋଟିଏ। ଏହାକୁ ‘ବିସ୍ଫୋରକ’ ହ୍ରଦ ମଧ୍ୟ କୁହାଯାଏ। କାରଣ ଏହି ପାଣିରେ କାର୍ବନ୍ ଡାଇଅକ୍ସାଇଡ୍ ଏବଂ ମିଥେନ୍ ଗ୍ୟାସ୍ ରହିଛି | ଏହି ହ୍ରଦ ନିକଟରେ ସାମାନ୍ୟ ଭୂ-କମ୍ପନ ହେଲେ ହ୍ରଦରେ ଏକ ବଡ ଧରଣର ବିସ୍ଫୋରଣ ହୋଇଯିବ ବୋଲି କୁହାଯାଏ।

ଆମେରିକାର ସବୁଠାରୁ ବଡ ହ୍ରଦ ମଧ୍ୟରୁ ‘ଲେକ୍ ମିସିଗନ୍’ ଅନ୍ୟତମ। ଏହା ଦେଖିବାକୁ ଯେତିକି ସୁନ୍ଦର ସେତିକି ବିପଦପୂର୍ଣ୍ଣ ମଧ୍ୟ। ଏହି ହ୍ରଦ ନିକଟରେ ଜୀବନ ନେବା ଭଳି ଗ୍ୟାସ୍ ର ବାଦଲ ଖେଳେଇ ହୋଇ ରହିଛି ଯେଉଁଥିପାଇଁ ସେଠାରେ ଥିବା ସମସ୍ତ ଜୀବଜନ୍ତୁ ମରି ଯାଇଛନ୍ତି। ବୈଜ୍ଞାନିକମାନଙ୍କ ମତରେ ହ୍ରଦର ତଳେ ଏକ ଆଗ୍ନେୟଗିରି ରହିଛି। ଯାହାଫଳରେ କାର୍ବନ୍ ଡାଇଅକ୍ସାଇଡ୍ ଗ୍ୟାସ୍ ପାଣିରେ ମିଶି ଗ୍ୟାସ୍ ର ସ୍ତର ବଢିଯିବାରୁ ବାଦଲରେ ପରିଣତ ହୋଇଛି।

ସେହିପରି ଉତ୍ତର ଆମେରିକା ମହାଦ୍ଵୀପର କାରବିଆନ୍ ଅଞ୍ଚଳରେ ଅବସ୍ଥିତ ଡୋମିନିକାରେ ଏକ ଫୁଟୁଥିବା ହ୍ରଦ ରହିଛି। ଏହି ହ୍ରଦ ନିକଟକୁ ଯିବା ମରଣକୁ ଖାଲି ଆଖିରେ ଦେଖିବା ସହ ସମାନ।

ବାସ୍ତବରେ ଏହି ପାଣିର ତାପମାତ୍ରା ୯୨ ଡିଗ୍ରୀ ସେଲସିଅସ୍ ପର୍ଯ୍ୟନ୍ତ ପହଞ୍ଚି ଯାଏ। ସେଥିପାଇଁ ସେଠାରେ ଏକ ଆଗ୍ନେୟଗିରି ରହିଛି ଯାହା ସବୁବେଳେ ପାଣିକୁ ଗରମ ରଖିଥାଏ।