୬ ମାସ ପାଣି ଭିତରେ ଓ ୬ ମାସ ବାହାରେ ରହୁଥିବା ଏକମାତ୍ର ମନ୍ଦିର: ମହାଭାରତ ସହ ରହିଛି ସମ୍ପର୍କ, ଅଦ୍ଭୁତ ଏହାର ରହସ୍ୟ

Published By : Prameya-News7 Bureau | March 09, 2021 IST

ଶିମଲା ୦୯/୦୩ : ହିମାଚଳ ପ୍ରଦେଶରେ ଅନେକ ଅଦ୍ଭୁତ ତୀର୍ଥସ୍ଥଳୀ ଅଛି ଯାହା ରହସ୍ୟମୟ। ଏମିତି ଏକ ତୀର୍ଥସ୍ଥାନ କାଙ୍ଗଡାର ମଣ୍ଡ ଅଞ୍ଚଳ ଦେଇ ଯାଉଥିବା ପୋଙ୍ଗ ହ୍ରଦ ମଝିରେ ରହିଛି ଯାହା ପାଣ୍ଡବଙ୍କ ଅଜ୍ଞାତବାସ ସମୟରେ ନିର୍ମିତ ବାଥୁର ଲଡି। ପୋଙ୍ଗ ହ୍ରଦର ଜଳସ୍ଥର ବଢିବା କାରଣରୁ ଏହି ସ୍ଥାନ ୬ ମାସ ଯାଏଁ ଜଳ ଭିତରେ ବୁଡି ରହେ। ଏହି ତୀର୍ଥସ୍ଥଳୀ ୬ ମାସ ପାଣି ଭିତରେ ଓ ୬ ମାସ ପାଣି ବାହାରେ ନଜର ଆସେ। ଏଠାରେ ଏକ ସୀଢୀ ଭଳି ଗୋଲାକାର ମିନାର ରହିଛି। ଏହାସହ ମନ୍ଦିର, ପ୍ରବେଶଦ୍ୱାର, ପ୍ରସ୍ଥାନ ଦ୍ୱାର ଓ ପାଖରେ ଏକ ଗଭୀର କୂଅ ମଧ୍ୟ ଅଛି।

{"id":420198,"sizeSlug":"large","linkDestination":"none"}

ଏହି ତୀର୍ଥସ୍ଥଳୀ ପାଣି ବାହାରେ ଥିବା ସମୟରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସନ୍ତି। କିନ୍ତୁ ବହୁତ ଲୋକ ଏହାର ଇତିହାସ ସମ୍ପର୍କରେ ଜାଣିଛନ୍ତି। ଏକ କିମ୍ବଦନ୍ତୀ ଅନୁଯାୟୀ, ପାଣ୍ଡବ ଅଜ୍ଞାତବାସ ସମୟରେ ସ୍ୱର୍ଗକୁ ଯିବା ପାଇଁ ଏହି ତୀର୍ଥସ୍ଥଳ ନିର୍ମାଣ କରିଥିଲେ। ଏହାକୁ ଗୋଟିଏ ରାତିରେ ନିର୍ମାଣ କରିବାର ଥିଲା। ସେଥିପାଇଁ ପାଣ୍ଡବ ୬ ମାସକୁ ଗୋଟିଏ ରାତିରେ ପରିଣତ କରି ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

{"id":420200,"sizeSlug":"large","linkDestination":"none"}

ସ୍ୱର୍ଗ ଯାଏଁ ପହଞ୍ଚିବାକୁ ଅଢେଇ ପାହାଚ ବାକିଥିଲା। ସେତେବେଳେ କ୍ରସରରୁ ତେଲ ବାହାର କରୁଥିବା ବ୍ୟକ୍ତି ପାଟି କରି କହିଥିଲେ ମୁଁ ୬ ମାସର କାମ କରିଦେଇଛି କିନ୍ତୁ ରାତି ସରୁନାହିଁ। ଏତିକି କହୁ କହୁ ସବୁ ପାହାଚ ପଡିଯାଇଥିଲା। ପାଣ୍ଡବ ଏହାକୁ ଅସମ୍ପୂର୍ଣ୍ଣ ଛାଡି ଦେଇ ଆଗକୁ ବଢି ଚାଲିଲେ।

{"id":420202,"sizeSlug":"large","linkDestination":"none"}

ପାଣ୍ଡବ ଏହା ଭିତରେ ଉପାସନା ପାଇଁ ଶିବ ମନ୍ଦିର ମଧ୍ୟ ନିର୍ମାଣ କରିଥିଲେ। ପାନୀୟ ଜଳ ଓ ସ୍ନାନ ପାଇଁ କୂଅ ନିର୍ମାଣ କରିଥିଲେ। ଏଠାରେ ଦ୍ରୋପଦୀଙ୍କ ହାତବୁଣା ଏକ ଶାଲ ମଧ୍ୟ ଥିଲା। ପ୍ରାଚୀନ କାଳରେ ନିର୍ମିତ ଏହି ତୀର୍ଥସ୍ଥଳୀ ୬ ମାସ ପାଣି ଭିତରେ ରହିବା ସତ୍ତ୍ୱେ ଏହାର କିଛି କ୍ଷତି ହୋଇନଥାଏ। ତାର ନକ୍ସାରେ କୌଣସି ପରିବର୍ତ୍ତନ ହୋଇନଥାଏ।

{"id":420199,"sizeSlug":"large","linkDestination":"none"}

ଏହି ତୀର୍ଥସ୍ଥଳୀକୁ ପ୍ରତି ବର୍ଷ ଅନେକ ପର୍ଯ୍ୟଟକ ଆସନ୍ତି। ତଥାପି ସ୍ଥାନୀୟ ପ୍ରଶାସନ ଏହାର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି। ଏପରିକି ନେତାଙ୍କର ମଧ୍ୟ ଏହା ସହ କୌଣସି ଲେନାଦେନା ନାହିଁ। ସରକାର ପ୍ରତି ବର୍ଷ ବଜେଟରେ ତୀର୍ଥସ୍ଥଳୀ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା କଥା କୁହନ୍ତି।

{"id":420203,"sizeSlug":"large","linkDestination":"none"}

କିନ୍ତୁ ଏହାର କୌଣସି ସୁରକ୍ଷା ବ୍ୟବସ୍ଥା ଏବେ ଯାଏଁ ହୋଇନାହିଁ। ଯଦି ଏହି ସୁନ୍ଦର ଧାର୍ମିକ ସ୍ଥଳକୁ ସୁରକ୍ଷିତ କରାଯାଏ ତାହେଲେ ପାଣି ଭିତରେ ଓ ବାହାରେ ଦୃଶ୍ୟମାନ ହେଉଥିବା ଦୁନିଆର ଏହି ଏକମାତ୍ର ମନ୍ଦିର ବିଶ୍ୱ ମାନଚିତ୍ରରେ ଆକର୍ଷଣର ଏକ କେନ୍ଦ୍ର ପାଲଟିବ। ସରକାର ଓ ପ୍ରଶାସନର ଉଦାସୀନତା ଯୋଗୁଁ ଏହି ସୁନ୍ଦର ତୀର୍ଥସ୍ଥଳୀ  ଧୀରେ ଧୀରେ ନିଜର ଅସ୍ତିତ୍ବ ହରାଇ ବସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.