ଦେଶର ଏହି ରହସ୍ୟମୟୀ କୁଣ୍ଡର ଗଭୀରତା ଆଜି ମଧ୍ୟ ମାପି ପାରୁନାହାନ୍ତି ବୈଜ୍ଞାନିକ : ପ୍ରାକୃତିକ ବିପତ୍ତି ସମୟରେ ବଢିଯାଏ ଏହାର ଜଳସ୍ଥର

Published By : Prameya-News7 Bureau | July 07, 2019 IST

ଦୁନିଆରେ ଆଜି ମଧ୍ୟ ଏମିତି ଅନେକ ରହସ୍ୟ ରହିଛି ଯାହା ସମ୍ପର୍କରେ ଆମେ ଜାଣିନଥାଉ । କିଛି ରହସ୍ୟ ସମ୍ପର୍କରେ ବୈଜ୍ଞାନିକମାନେ ମଧ୍ୟ ଜାଣିପାରିନଥାନ୍ତି । ଭାରତରେ ଏମିତି ଏକ ରହସ୍ୟମୟୀ କୁଣ୍ଡ ରହିଛି ଯେଉଁ କୁଣ୍ଡର ଗଭୀର କେତେ ତାହା ଆଜି ପର୍ଯ୍ୟନ୍ତ ମଧ୍ୟ  ବୈଜ୍ଞାନିକମାନେ ପତା କରିପାରୁ ନାହାନ୍ତି ।

{"id":131401}

ଏହି ରହସ୍ୟମୟୀ କୁଣ୍ଡର ନାଁ ହେଲା ଭୀମ କୁଣ୍ଡ । ଏହା ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାରୁ ୭୦ କିମି ଦୂର ବାଜନା ଗାଁରେ ରହିଛି । ଏହି କୁଣ୍ଡର କାହାଣୀ ମହାଭାରତ କାଳ ସହ ଜଡିତ । ମହାଭାରତ କାଳରେ ଯେତେବେଳେ ପାଣ୍ଡବ ଅଜ୍ଞାତବାସରେ ଥିଲେ ଏବଂ ଏପଟେ ସେପଟେ ବୁଲୁଥିଲେ, ସେତେବେଳେ ତାଙ୍କୁ ବହୁତ ଶୋଷ ହୋଇଥିଲା । କିନ୍ତୁ ତାଙ୍କୁ କାଉଁଠାରେ ମଧ୍ୟ ପାଣି ମିଳିନଥିଲା ।

{"id":131409}

ସେତେବେଳେ ଭୀମ ନିଜ ଗଦାରେ ପ୍ରହାର କରି ଭୁଇଁରେ ଏହି କୁଣ୍ଡ କରିଥିଲେ । ଏଥିରୁ ଯେଉଁ ପାଣି ବାହାରିଥିଲା ସେହି ପାଣି ପିଇ ପାଣ୍ଡବ ନିଦ ଶୋଷ ମେଣ୍ଟାଇଥିଲେ । ୪୦ ରୁ ୮୦ ମିଟର ଚଉଡା ଏହି କୁଣ୍ଡ ଦେଖିବାକୁ ଠିକ୍ ଏକ ଗଦା ଭଳି ।

{"id":131402}

ଏହି କୁଣ୍ଡ ଦେଖିବାକୁ ସାଧାରଣ ଭଳି ଦେଖାଯାଏ କିନ୍ତୁ ଏହାର ବିଶେଷତ୍ୱ ସମ୍ପର୍କରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କୁହାଯାଏ ଯେ, ଯେତେବେଳେ ଏସିୟ ମହାଦ୍ଵୀପରେ କୌଣସି ପ୍ରାକୃତିକ ବିପତ୍ତି, ବନ୍ୟା, ବାତ୍ୟା କିମ୍ବା ସୁନାମି ଭଳି କିଛି ଘଟଣା ଘଟିବାକୁ ଥାଏ ସେତେବେଳେ ଏହି କୁଣ୍ଡର ପାଣି ମନକୁ ମନ ବଢ଼ିଯାଇଥାଏ । ଏହି ରହସ୍ୟମୟୀ କୁଣ୍ଡର ଗଭୀରତା ଜାଣିବା ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ବିଦେଶୀ ବୈଜ୍ଞାନିକ ତଥା ଡ଼ିସକଭରୀ ଚାନେଲ ସଦସ୍ୟମାନେ ମଧ୍ୟ ଉଦ୍ୟମ କରିଛନ୍ତି । କିନ୍ତୁ ସମସ୍ତେ ନିରାଶ ହୋଇ ଫେରିଛନ୍ତି ।

{"id":131403}

ଥରେ ବିଦେଶୀ ବୈଜ୍ଞାନିକମାନେ ଏହି କୁଣ୍ଡର ଗଭୀରତା ମାପିବା ପାଇଁ ୨୦୦ ମିଟର ଗଭୀର ପର୍ଯ୍ୟନ୍ତ କ୍ୟାମେରା ପକାଇଥିଲେ । ତଥାପି କୁଣ୍ଡର ଗଭୀରତା ମାପି ପାରିନଥିଲେ । ଆହୁରି ମଧ୍ୟ କୁହାଯାଏ ଯେ, ଏହି କୁଣ୍ଡର ପାଣି ଗଙ୍ଗା ଭଳି ପବିତ୍ର ଏବଂ ଏହା କେବେ ଖରାପ ହୋଇନଥାଏ । ସାଧାରଣତ ଦେଖାଯାଏ ଅଟକି ରହିଥିବା ପାଣି ଖରାପ ହୋଇଯାଏ କିନ୍ତୁ ଏହି କୁଣ୍ଡର ପାଣି ସ୍ୱଚ୍ଛ । ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ଜାଣିପାରିନାହାନ୍ତି ଏହି ଭୀମ କୁଣ୍ଡର ଗଭୀର କେତେ ଏବଂ ପ୍ରଳୟ ଆସିବାକୁ ଥିଲେ କୁଣ୍ଡର ଜଳସ୍ଥର କାହିଁକି ବଢ଼ିଯାଇଥାଏ ।

{"id":131404}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.