Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୀନରେ ଦ୍ରୁତ ବେଗରେ ବ୍ୟାପିଲା କରୋନାର ଡେଲ୍‌ଟା ଭାରିଏଣ୍ଟ, ବେଜିଂ ସହ ୧୫ ସହରରେ ଆତଙ୍କ, ଉଡାଣ ବାତିଲ୍
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୭୬ ଡିସଚାର୍ଜ
  • ||
  • ଲଦାଖରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା କେବେ ସମାପ୍ତ ହେବ ? ଡ୍ରାଗନ ସହ ୧୨ତମ ବୈଠକ ଆସନ୍ତାକାଲି
  • ||
  • ବାଂଶପାଳ : ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା, କାନ୍ଥ ପଡି ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ରାଉରକେଲା : ଅଲୋଡା ହେଲା ନବଜାତ ଶିଶୁପୁତ୍ର, ଡଷ୍ଟବିନ୍‌ରୁ ଉଦ୍ଧାର
  • ||
  • ରାଇରଙ୍ଗପୁର : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ରାସ୍ତା କଡକୁ ଛିଟିକି ପଡିଲେ ୨ ଚାଳକ : ମେଡିକାଲରେ ହେଲା ମୃତ୍ୟୁ
  • ||
  • କଟକ : ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ଜେଲ୍‌ ସହ ୧୦ହଜାର ଜରିମନା : ପୀଡିତାଙ୍କୁ ଦେବେ ୨ଲକ୍ଷ ଟଙ୍କାର କ୍ଷତିପୂରଣ
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ OSSC ସଦସ୍ୟଙ୍କ ପିଏସ୍ : ଜବତ ହେଲାଣି ନଗଦ ଲକ୍ଷାଧିକ ଟଙ୍କା ସହ ଫ୍ଲାଟ୍ ଆଉ ପ୍ଲଟ୍
  • ||
  • ରାୟଗଡା : ଆନ୍ଧ୍ରପ୍ରଦେଶ ଚିଙ୍ଗୁଡି ବନ୍ଧରେ ଅଘଟଣ : ବିଦ୍ୟୁତ ଆଘାତରେ ୬ ଓଡିଆ ଶ୍ରମିକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ବଦଳିଲା ନିୟମ : ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି, ରେସିଡେନ୍ସି ପିରିୟଡ୍ କମାଇଲେ ରାଜ୍ୟ ସରକାର
  • ||

ସମୁଦ୍ର କୂଳରୁ ରହସ୍ୟମୟ ଜୀବ ଉଦ୍ଧାର : ସ୍ଥାନୀୟ ଲୋକେ ଆତଙ୍କିତ

5/08/2020 at 10:34 AM

ବ୍ରିଟେନ୍ ୫/୮: ସମୁଦ୍ର କୂଳରେ ଲୋକଙ୍କୁ ଅନେକ ଥର ପଶୁଙ୍କ ଶବ ପଡ଼ିଥିବାର ଦେଖିବାକୁ ମିଳିଥାଏ। କିନ୍ତୁ ବ୍ରିଟେନର ଏକ ସମୁଦ୍ର କୂଳରେ ରହସ୍ୟମୟ ଜୀବର ଶବ ପଡ଼ିଥିବାର ଦେଖି ଲୋକେ ଡରିଯାଇଥିଲେ,ଆଶ୍ଚର୍ଯ୍ୟର କଥା ଏହିକି ଯେ ଏହି ଶବରୁ ଭୀଷଣ ଦୁର୍ଗନ୍ଧ ବାହାରୁଥିଲା।

୧୫ଫୁଟର ଏକ ରହସ୍ୟମୟ ଜୀବ ବ୍ରିଟିଶ ସମୁଦ୍ର ତଟ ଆଂସଡେଲରେ ଦେଖାଯାଇଥିଲା। ସର୍ବପ୍ରଥମେ ଜୁଲାଇ ୨୯ତାରିଖରେ ଜଣେ ବ୍ୟକ୍ତିଙ୍କୁ ସମୁଦ୍ର ତଟରେ ଏହି ଦୁର୍ଗନ୍ଧଯୁକ୍ତ ଶବ ଦେଖିବାକୁ ମିଳିଥିଲା।

ବ୍ୟକ୍ତି ଜଣକ କହିଥିଲେ ଯେ ଜୀବଟିର ୪ଟି ଗୋଡ଼ ଥିଲା,ଯାହା ପୂରା ଅଦ୍ଭୁତ ଦେଖାଯାଉଥିଲା। ଏହା ପାଖାପାଖି ୧୫ଫୁଟ ଲମ୍ବା ଥିଲା ଏବଂ ସବୁ ଜାଗାରୁ ହାଡ଼ ବାହାରିଥିଲା । ଏଥିରୁ ପାଖାପାଖି ୪ଫୁଟ ଲମ୍ବା ଷ୍ଟମ୍ଫ ଥିଲା।

ଏପରି ଲାଗୁଥିଲା ସତେ ଯେମିତି ଏହି ରହସ୍ୟମୟ ଜୀବଟି ପ୍ରସବ କରୁଥିଲା ଏବଂ ସେହି ସମୟରେ ତା’ର ମୃତ୍ୟୁ ହୋଇଯାଇଛି। ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଜୀବର ପରିଚୟ ଜଣା ପଡ଼ିନାହିଁ। ଏହି ଜୀବଟି ପୂରାପୂରି ସଢ଼ି ଯାଇଛି ଏବଂ ମାଟି ଜୁଡ଼ୁବୁଡ଼ୁ ହୋଇଯାଇଛି।

   Related Posts