Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଦଶହରାରେ ମା ଚାମୁଣ୍ଡେଶ୍ବରୀଙ୍କ ସହର ପରିକ୍ରମା ପାଇଁ ମହୀଶୂର ସହରର ସବୁ ପ୍ରସ୍ତୁତି ଶେଷ

7/10/2019 at 4:09 PM

ବେଙ୍ଗାଲୁରୁ ୭/୧୦: କର୍ଣ୍ଣାଟକ ରାଜ୍ୟର ସଂସ୍କୃତି ର ରାଜଧାନୀ କୁହାଯାଉଥିବା ମହୀଶୂର ସହର ଆଜି ଉତ୍ସବ ମୁଖର। ଦଶଦିନ ଧରି ଚାଲୁଥିବା ଏହି ମହୀଶୂର ଦଶହରା ପାଇଁ ସର୍ବପ୍ରଥମେ ମହୀଶୂର ସହରର ପାଦ ଦେଶରେ ଥିବା ଚାମୁଣ୍ଡି ପାହାଡ ଉପରେ ମା ଚାମୁଣ୍ଡେଶ୍ବରୀ ଙ୍କ ପୂଜା ପରମ୍ପରା ଅନୁସାରେ କରାଯାଇ ଦଶହରାର ଶୁଭାରମ୍ଭ ହୋଇଥାଏ। ତାପରେ ମହୀଶୂର ରାଜପ୍ରାସାଦରେ ରାଜ ପରିବାରର ବଂଶଜ, ବର୍ତମାନ ର ମହାରାଜା ଶ୍ରୀ ୟାଦୁବିର୍ କ୍ରିଷ୍ଣାଦତ୍ତ ଉଡେୟର୍ ରାଜା ପ୍ରଥା ଅନୁସାରେ ଦରବାର ବସିଥାଏ।

ସର୍ବ ପ୍ରଥମେ ମହାରାଜ ଏକ ଆଠଶହ ବର୍ଷ ପୁରୁଣା ମୋତୀରେ ଖୋଦିତ ଥିବା ସୁନାର ସିଂହାସନରେ ଆରୋହଣ କରି ଆସନ୍ତି ଓ ତାଙ୍କ ରାଜମାତା ପ୍ରମୋଦା ଦେବୀ ଉଡେୟର, ଧର୍ମପତ୍ନୀ ତୃଷିକାଦେବୀ ଉଡେୟର୍ ତଥା ଅନ୍ୟ ପରିବାରବର୍ଗଙ୍କ ସହ ମିଶି କୂଳଦେବୀ ମା ଚାମୁଣ୍ଡେଶ୍ବରୀ ଙ୍କ ପୂଜା ଅର୍ଚନା କରି ବିଭିନ୍ନ ମନ୍ଦିରରୁ ଆସିଥିବା ପ୍ରସାଦ ସେବନ କରିବା ପରେ ଦରବାର ଆରମ୍ଭ କରି ଥାଆନ୍ତି। ମହରାଜବଙ୍କର ଏହି ସ୍ବତନ୍ତ୍ର ନିଜସ୍ବ ଦରବାର ମହାନବମୀ ପର୍ଯ୍ୟନ୍ତ ଚାଲିଥାଏ। ଦରବାର ଆରମ୍ଭ ଦିନ ରାଜସିଂହାସନରେ ଏକ ସୁନାର ସିଂହ ମୁଖା ଲଗାଯାଇଥାଏ ଓ ନବମୀ ଦିନ ଏହି ସିଂହ ମୁଖା ବାହାର କରାଯାଏ। ଦଶହରା ଦିନ ମା ଚାମୁଣ୍ଡେଶ୍ବରୀ  ହାତୀ  ପିଠିରେ ବସି ସହର ପରିକ୍ରମା କରନ୍ତି ଏବଂ ମା ଅଗଣିତ ଭକ୍ତଙ୍କୁ ଦର୍ଶନ ଦିଅନ୍ତି।

ର୍ବ ପ୍ରଥମେ ମହାରାଜ ଏକ ଆଠଶହ ବର୍ଷ ପୁରୁଣା ମୋତୀରେ ଖୋଦିତ ଥିବା ସୁନାର ସିଂହାସନରେ ଆରୋହଣ କରି ଆସନ୍ତି ଓ ତାଙ୍କ ରାଜମାତା ପ୍ରମୋଦା ଦେବୀ ଉଡେୟର, ଧର୍ମପତ୍ନୀ ତୃଷିକାଦେବୀ ଉଡେୟର୍ ତଥା ଅନ୍ୟ ପରିବାରବର୍ଗଙ୍କ ସହ ମିଶି କୂଳଦେବୀ ମା ଚାମୁଣ୍ଡେଶ୍ବରୀ ଙ୍କ ପୂଜା ଅର୍ଚନା କରି ବିଭିନ୍ନ ମନ୍ଦିରରୁ ଆସିଥିବା ପ୍ରସାଦ ସେବନ କରିବା ପରେ ଦରବାର ଆରମ୍ଭ କରି ଥାଆନ୍ତି। ମହରାଜବଙ୍କର ଏହି ସ୍ବତନ୍ତ୍ର ନିଜସ୍ବ ଦରବାର ମହାନବମୀ ପର୍ଯ୍ୟନ୍ତ ଚାଲିଥାଏ। ଦରବାର ଆରମ୍ଭ ଦିନ ରାଜସିଂହାସନରେ ଏକ ସୁନାର ସିଂହ ମୁଖା ଲଗାଯାଇଥାଏ ଓ ନବମୀ ଦିନ ଏହି ସିଂହ ମୁଖା ବାହାର କରାଯାଏ। ଦଶହରା ଦିନ ମା ଚାମୁଣ୍ଡେଶ୍ବରୀ  ହାତୀ  ପିଠିରେ ବସି ସହର ପରିକ୍ରମା କରନ୍ତି ଏବଂ ମା ଅଗଣିତ ଭକ୍ତଙ୍କୁ ଦର୍ଶନ ଦିଅନ୍ତି।

ମହାରାଜା ୟାଦ୍ଦୁବିର କ୍ରିଷ୍ଣାରାଜ୍ ଉଡେୟର୍ ନବମିଦିନ ଦରବାର ସାରି ଅୟୁଦ୍ଧପୂଜା କରିବେ ଓ ତାପରେ ଦଶହରା ଦିନ ପରମ୍ପରା ଅନୁସାରେ ରୁପା ପାଲିଙ୍କିରେ ରେ ଆସି ମା ଚାମୁଣ୍ଡେଶ୍ବରୀ ଙ୍କର ସହର ପରିକ୍ରମା ଯାତ୍ରାକୁ ଶୁଭାରମ୍ଭ କରିବେ। ଏଥର ମହୀଶୂର ସହରରେ ଦଶହରା ଦିନ ମା ଚାମୁଣ୍ଡେଶ୍ବରୀଙ୍କର ସହର ପରିକ୍ରମାରେ ଦଶ ପ୍ଲାଟୁନ ପୋଲିସ, ଦଶ ପ୍ଲାଟୁନ ଅଶ୍ବାରୋହି ପୋଲିସ ତଥା ଅନ୍ୟାନ୍ୟ ଅଙ୍ଗ ରଖି ନିୟୋଜନ କରାଯିବାର ବ୍ୟବସ୍ଥା ଅଛି।

ହଟି ବଳରାମ ର ପିଠିରେ ବସି ମା ଚାମୁଣ୍ଡେଶ୍ୱରୀ ସହର ପରିକ୍ରମା କରିବେ ଏବଂ ଏଥର ପୂର୍ବତନ ମହାରାଜ ଜୟଚନ୍ଦ୍ର ଉଡେୟର୍ ଙ୍କ ର ଜନ୍ମ ଶତବାର୍ଷିକୀ ହୋଇ ଥିବାରି ମହିସିର ସହରର ସମସ୍ତ ଗୋଳେଇଛକ ତଥା ମା ଚାମୁଣ୍ଡେଶ୍ୱରୀ ପରିକ୍ରମା କରିବାର ଥିବା ସମସ୍ତ ରାସ୍ତାକୁ ଅତ୍ୟାଧୁନିକ ଆଲୋକ ରେ ସୁସଜିତ କର ଯାଇଛି। ପୂର୍ବ ବର୍ଷ ଅପେକ୍ଷା ଏବର୍ଷ ବିଦେଶୀ ପର୍ଯ୍ୟଟକ ଙ୍କ ସଂଖ୍ୟା କମିଥିଲେ ମଧ୍ୟ ଏପର୍ଯ୍ୟଟଣା ୧୨୦୦ ବିଦେଶୀ ନାଗରିକ ଆସି ମହୀଶୂର ସହରରେ ପହଂଚି ସାରିଛନ୍ତି। ସମସ୍ତଙ୍କର ଅପେକ୍ଷା କଲି ଦଶହରାର ଯେତେବେଳେ ମା ଚାମୁଡେଶ୍ୱରୀ ମା ଚାମୁଣ୍ଡେଶ୍ୱରୀ ସହର ପରିକ୍ରମା କରି ସମସ୍ତ ଭକ୍ତ ମାନଙ୍କୁ ଦର୍ଶନ ଦେବେ।

   Related Posts