Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଏବେ ଭାରତରେ ମିଳିବ ମାଇଲନ୍‌ଙ୍କ remdesivir, ଜାଣନ୍ତୁ ମୂଲ୍ୟ କେତେ ?

6/07/2020 at 10:31 PM

ନୂଆଦିଲ୍ଲୀ ୬।୭: ଗିଲିୟଡ ସାଇନ୍ସେସ୍ ଇଙ୍କ୍‌ ପ୍ରସ୍ତୁତ କୋଭିଡ-୧୯ ଔଷଧ ରେମଡେସିଭିରର ଜେନେରିକ୍‌ ଭର୍ସନ ଚଳିତମାସରୁ ଭାରତରେ ଉପବଲ୍ଭ କରିବେ ବୋଲି ଔଷଧ ନିର୍ମାତା ମାଇଲନ୍‌ ଏନଭି ସୋମବାର କହିଛନ୍ତି। ଏହି ଔଷଧର ୧୦୦ ମିଲିଗ୍ରାମ ଭାଇଲର ଦାମ ଭାରତରେ ୪ହଜାର ୮୦୦ ଟଙ୍କା ମଧ୍ୟରେ ରହିବ ବୋଲି ମାଇଲନ କହିଛନ୍ତି।

ଦେଶରେ କୋଭିଡ-୧୯ ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହି ଔଷଧର ଜରୁରି କାଳୀନ ବ୍ୟବହାର ହେବ। ଡେସ୍ରେମ୍‌ ବ୍ରାଣ୍ଡ ନେମ୍‌ରେ ଏହି ଔଷଧକୁ ମହା ଔଷଧ ନିୟନ୍ତ୍ରକ (ଡିସିଜିଆଇ) ଅନୁମୋଦିତ କରିଛନ୍ତି ବୋଲି ନିର୍ମାତା ଏକ ବିବୃତ୍ତିରେ କହିଛନ୍ତି। ସୀମିତ ଜରୁରିକାଳୀନ ବ୍ୟବହାର ଲାଗି ରେମଡେସେଭର ଇଞ୍ଜେକ୍ସନର ୧୦୦ ଏମଜି ଲୋଫିଲାଇଜଡ୍ ପାଉଡର ଭାଇଲକୁ ନିୟାମକଙ୍କ ସ୍ୱୀକୃତି ମିଳିଛି।

ସିପଲା ଲିମିଟେଡ ଓ ହେଟେରୋ ଲ୍ୟାବସ୍‌ ଲିମିଟେଡ ଘରୋଇ ଭାବେ ଏହାର ଜେନେରିକ୍‌ ଔଷଧ ଆଣିବା ପରେ ମାଇଲନ୍‌ ଙ୍କ ଭର୍ସନ ଏବେ ବଜାରକୁ ଆସିବ। ସିପଲା ପ୍ରସ୍ତୁତ ସିପ୍ରେମି ଭାରତ ବଜାରରେ ୫ ହଜାର ଟଙ୍କାରୁ କମ ମୂଲ୍ୟରେ ବିକ୍ରି ହେଉଥିବା ବେଳେ ହେଟେରୋର କୋଭିଫର ୫ହଜାର ୪୦୦ ଟଙ୍କାରେ ଏବେ ଉପଲବ୍ଧ ହେଉଛି।

ତେବେ ବିତ୍ତଶାଳୀ ଦେଶମାନଙ୍କରେ ଗିଲେଡ୍ ପ୍ରତି ରୋଗୀ ତାଙ୍କର ଏହି ଔଷଧକୁ ୨ହଜାର ୫୦୦ ଡଲାରରେ ଉପଲବ୍ଧ କରୁଛନ୍ତି। ତେବେ କମ୍ପାନୀ ଆଗାମୀ ୩ ମାସ ପର୍ଯ୍ୟନ୍ତ ତାର ସମସ୍ତ ଷ୍ଟକ୍  ଯୁକ୍ତରାଷ୍ଟ୍ର ଆମେରିକାକୁ ଦେବା ଲାଗି ଚୁକ୍ତିବଦ୍ଧ ହୋଇଛି। ଏଣୁ ବିଶ୍ୱର ଅନ୍ୟ କୌଣସି ଦେଶରେ ଏବେ ଏହି ଔଷଧ ଉପଲବ୍ଧ ନାହିଁ। ଗତ ସୁକ୍ରବାର ୟୁରୋପୀୟ ୟୁନିୟନ୍ ଏହି ଔଷଧର କ୍ଲିନିକାଲ ଟ୍ରାୟଲ କରିଥିଲେ। ଏଥିରେ ହସ୍ପିଟାଲ ରିକଭରି ସମୟ ଆଶ୍ଚର୍ଯ୍ୟଜନକ ହ୍ରାସ ହେବା ଔଷଧକୁ ଦେଶରେ ଜରୁରି ଆବଶ୍ୟକତାରେ ଉପଯୋଗ ନିମନ୍ତେ ଅନୁମତି ଦେଇଛି। 

ଭାରତରେ ଏହି ଔଷଧକୁ ଅନୁମତି ମିଳିଥିବାରୁ ସନ୍ଦିଗ୍ଧ ଓ ଲାବୋରେଟରୀ  ଦ୍ୱାରା ନିଶ୍ଟିତ ବୟସ୍କ ଓ ଶିଶୁ ରୋଗୀଙ୍କ ଲାଗି ମାଇଲନ ଏନଭି ଇଞ୍ଜେକ୍ସନ କାରଖାନାରେ ଏହି ଔଷଧର ପ୍ରସ୍ତୁତି କରିବ ବୋଲି ଏକ ବିବୃତ୍ତିରେ କହିଛନ୍ତି। ତେବେ ଭାରତରେ ଏହି ଔଷଧର ପ୍ରସ୍ତୁତି ଓ ବିପଣନ ନିମନ୍ତେ ଗିଲେଡ ଡ.ରେଡିଜ ଲାବୋରେଟରୀ ଲିମିଟେଡ ସମେତ ଜୁବୁଲିଆଣ୍ଟ ଲାଇଫ ସାଇନ୍ସ, ସେନଜେନ ଇଣ୍ଟନ୍ୟାସନାଲ ଓ ଜାଇଡସ କାଡିଲା ଆଦିକୁ ଲାଇସେନ୍ସ ପ୍ରଦାନ କରିଥିବା ଜଣାପଡିଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଶୁକ୍ରବାର ଏହି ଔଷଧର ମାତ୍ରା ସୁଧାର କରିଛନ୍ତି। ଏଥିରେ ୬ ଦିନିଆ ଚିକିତ୍ସା କୋର୍ସକୁ ୫ ଦିନକୁ ହ୍ରାସ କରିଛନ୍ତି। ତେବେ ଏହା କେବଳ ଭେଣ୍ଟିଲେଟର ଓ ଏକ୍ସିଜେନ ସପୋର୍ଟରେ ଥିବା ରୋଗୀଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହେବ। ୧୨ ବର୍ଷରୁ କମ ବୟସ୍କ, ଶିଶୁକୁ ସ୍ତନ୍ୟପାନ କରାଉଥିବା ମାଙ୍କୁ ଏହି ଔଷଧ ଦିଆଯାଇପାରିବ ନାହିଁ।

   Related Posts