Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ଦ୍ବିତୀୟ ଲକ୍‌ଡାଉନ୍‌ରେ ବେହାଲ ମିଆଁମାର, ଜୀବନ ବଞ୍ଚାଇବାକୁ ମୂଷା-ସାପ ଖାଉଛନ୍ତି ଲୋକେ

24/10/2020 at 7:38 PM

ୟାଙ୍ଗୋନ୍‌ ୨୪/୧୦: କରୋନା ମହାମାରୀ ପାଇଁ  ବିଶ୍ବର ଅନେକ ପରିବାର ରୋଜଗାର ହରାଇଛନ୍ତି। କିନ୍ତୁ ଏହାର ବିଶେ​‌ଷ ପ୍ରଭାବ ଛୋଟ ଦେଶ ମିଆଁମାରରେ ପଡ଼ିଛି। ଲକ୍‌ଡାଉନ୍‌ରେ ପ୍ରଭାବିତ ପରିବାର ଖାଇବାକୁ ପାଉନାହାନ୍ତି। ବଞ୍ଚି ରହିବାକୁ ନାଳ ନର୍ଦ୍ଦମାରୁ ସାପ, ମୂଷା ଧରି ଖାଉଛନ୍ତି। ମିଆଁମାରର ୟାଙ୍ଗୋନ୍‌ ସହର ତଳି ବସ୍ତିରେ ଅନେକ ପରିବାର ବାସ କରୁଛନ୍ତି। ସେମାନେ ଖାଇବାକୁ ପାଉନଥିବା ବେଳେ ସହରରେ ବାସ କରୁଥିବା ଲୋକେ ପେଟ ପୁରା ଖାଇବାକୁ ପାଉନଥିବା ମଧ୍ୟ ଜଣାପଡ଼ିଛି।

ବଡ଼ ସହର ପାଖ​‌ରେ ରହିଛି ବସ୍ତି। ବସ୍ତିରେ ରୁହନ୍ତି ୩୬ ବର୍ଷୀୟା ଓଲ୍ଡ ମା ସୁ। କରୋନା ମହାମାରୀ ପ୍ରକୋପ ଆରମ୍ଭ ହେବା ପରେ ପ୍ରଥମେ ମାର୍ଚ୍ଚରେ ଲକ୍‌ଡାଉନ୍‌ ଲଗାଇଥିଲେ ମିଆଁମାର ସରକାର। ସେତେବେଳେ ଓଲ୍ଡ ମା ସୁ ନିଜର ଦୋକନ ବନ୍ଦ କରିବା ସହ ପାଖରେ ଥିବା ଅଳଙ୍କାର ବିକି ପରିବାର ଚଳାଇଥିଲେ। ପୁଣିଥରେ କରୋନା ପ୍ରକୋପ ବଢ଼ିବାରୁ ୟାଙ୍ଗୋନ୍‌​ରେ ସେପ୍ଟମ୍ବରରେ ସରକାର ଲାଗଇଦେଲେ ଦ୍ବିତୀୟ ଲକ୍‌ଡାଉନ୍‌। ଏବେ ଘରୁ ବାହାରିବା ବି ମୁସ୍କିଲ୍‌ ଥିଲା। ଓଲ୍ଡ ମା ସୁ ନିଜର ଫୁଡ୍‌ ଷ୍ଟଲ୍‌ ବନ୍ଦ କରିବା ସହ ନିଜର ପୋଷାକ ପର୍ଯ୍ୟନ୍ତ ସବୁ ବିକ୍ରି କରିଦେଇଥିଲେ। ଏପରିକି ଘରେ ଥିବା ଖାଦ୍ୟ ପାତ୍ର ବି ବିକ୍ରି କରିଦେଇଥିଲେ ଓଲ୍ଡ ମା ସୁ।

ଏମିତି ଭାବେ କିଛି ଦିନ ଖାଇବାକୁ ଯୋଗାଡ଼ କରିଥିଲେ ହେଁ ଆଉ ପାଖରେ କିଛି ବିକ୍ରି କରିବାକୁ ପାଖରେ ନଥିଲା ବୋଲି କହିଛନ୍ତି ଓଲ୍ଡ ମା ସୁ। ଓଲ୍ଡ ମା ସୁଙ୍କ ସ୍ବାମୀ ଏକ ନିର୍ମାଣ ସଂସ୍ଥାରେ କାମ କରୁଥିଲେ। କିନ୍ତୁ ବାରମ୍ବାର ଲକ୍‌ଡାଉନ୍‌ ପରେ ଚାକିରୀ ବି ନଥିଲା। ତେବେ ଏବେ ମୁଖ୍ୟ ଚିନ୍ତା ଖାଇବେ କଣ, ବଞ୍ଚିବେ କେମିତି ? ଓଲ୍ଡ ମା ସୁଙ୍କ ସ୍ବାମୀ ପାଖ​‌ରେ ଥିବା ନାଳ ଓ ବସ୍ତିରୁ ଖାଦ୍ୟ ସଂଗ୍ରହ କରିଥିଲେ । ମୂଷା, ସାପ ଭଳି ଜୀବଙ୍କୁ ଖାଦ୍ୟ ଭାବେ ଗ୍ରହଣ କରିବାକୁ ପଡ଼ୁଛି ବୋଲି ରିଓଟରରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।

ତେବେ ବସ୍ତି ହେଲିଙ୍ଗ ଥର ୟାରରେ ଓଲ୍ଡ ମା ସୁଙ୍କ ପରିବାର ଭଳି ବହୁ ପରିବାର ବାସ କରନ୍ତି। ତାଙ୍କ କହିବା ଅନୁଯାୟୀ ରାତିସାରା ଅନେକ ଆଲୋକ ବସ୍ତିରେ ଦେଖିବାକୁ ମିଳେ। କାରଣ ଲୋକମାନେ ରାତ୍ରିକାଳରେ ବୁଲୁଥିବା ଜୀବମାନଙ୍କୁ ଖୋଜନ୍ତି ଯାହାଦ୍ବାରା ସେମାନଙ୍କ ପିଲାଙ୍କ ପେଟ ପୂରିପାରିବ। ବସ୍ତି ଅଞ୍ଚଳରେ ସାପ, କୀଟ, ମୂଷା ଖାଇବାକୁ ଲୋକେ ବାଧ୍ୟ ହେଉଥିବା ବେଳେ ସହରାଞ୍ଚଳରେ ଲୋକେ ଖାଇବା​ରେ ସାଲିସ୍‌ କରୁଥିବା ଜଣାପଡ଼ିଛି।

ସେପଟେ ବସ୍ତିର ୪୦ ପ୍ରତିଶତ ଲୋକଙ୍କୁ ସହାୟତା ଯୋଗାଯାଇଥିବା କହିଛନ୍ତି ସ୍ଥାନୀୟ ପ୍ରଶାସକ  ନେ ମିନ ତୁନ କହିଛନ୍ତି। ସେପଟେ ଜଣେ ସ୍ଥାନୀୟ ସାଂସଦଙ୍କ ମତରେ ସରକାରୀ ଓ ବେସରକାରୀ ସ୍ତରରେ ମିଳୁଥିବା ସହାୟତା ଲୋକମାନଙ୍କୁ ବାଣ୍ଟିବାକୁ ସୁବିଧା କରାଯାଇଥିବା ବେଳେ ଏଥିରେ ସମସ୍ତେ ଲାଭ ପାଇପାରୁନାହାନ୍ତି। ଦେଶର ଏହି ଅଭାବ ଅବସ୍ଥା ନଭେମ୍ବର ୮ରେ ହେବାକୁ ଥିବା ସାଧାରଣ ନିର୍ବାଚନ ଉପରେ ପଡ଼ିପାରେ। ତଥାପି ନୋବେଲ ବିଜେତା ଓଙ୍ଗ ସାନ ସୁ କି ଜିତିବେ ବୋଲି ଆଶା ରଖିଛନ୍ତି।

ଏପ୍ରିଲ୍‌ ମାସରେ ହୋଇଥିବା ସର୍ଭେରୁ ଜଣାପଡ଼ିଛି ମିଆଁମାରରେ ୨୦୦୦ ​‌ଲୋକଙ୍କ ମଧ୍ୟରୁ ୭୦ ପ୍ରତିଶତ କାମ ହରାଇଥଲେ। ଏହାସହ ନିଜ ଘର ବନ୍ଧା ରଖି ଖାଦ୍ୟ, ମେଡିସିନ୍‌ ଆଦି କିଣିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ଖାଇବା ଓ ମେଡିସନ୍‌ ଖର୍ଚ୍ଚ ବହନ କରିବା କଷ୍ଟସାଧ୍ୟ ହୋଇଯାଇଥିଲା। କାରଣ ସେମାନେ ପୂର୍ବରୁ କରିଥିବା ଋଣ ସୁଝିପାରିନଥିଲେ। ଲକ୍ଷ ଲକ୍ଷ ଲୋକ କେବଳ ବଜାର ଉପରେ ନିର୍ଭର କରନ୍ତି । ଭଲ ସମୟରେ ସେମାନଙ୍କୁ ବଜାରରେ ରୋଜଗାର କରିବାର ସୁଯୋଗ ମିଳିଥିଲା। କିନ୍ତୁ ମାନ୍ଦାବସ୍ଥା ସମୟରେ କେବଳ ଗରିବ ଦେହରେ କପଡ଼ା ଛାଡ଼ିଦେଲେ ଆଉ କିଛି ସେମାନଙ୍କ ପାଖରେ ନଥିଲା ବୋଲି ଜଣେ  ମିଆଁମାର ଐତିହାସିକ ମିଣ୍ଟ ୟୁ କହିଛନ୍ତି।

   Related Posts