Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ମିଆଁମାରର ଦୁଇ ସୈନିକ ଶୁଣାଇଲେ ରୋହିଙ୍ଗ୍ୟାଙ୍କ ନରସଂହାର କାହାଣୀ, ୨୦ଟି ଗାଁକୁ ଜାଳି ପୋତିଥିଲେ ମୃତଦେହ

9/09/2020 at 5:33 PM

ନ୍ୟୁୟର୍କ ୦୯/୦୯: ‘ତମକୁ ଯିଏ ବି ଦେଖାଯାଉଛି, ଯେଉଁଠି ବି ସ୍ବର ଶୁଭୁଛି ତାକୁ ଗୁଳି କରି ମାରି ଦିଅ’, ରୋହିଙ୍ଗ୍ୟାଙ୍କ ଉପରେ ହୋଇଥିବା ଅତ୍ୟାଚାରର ଏଭଳି ଖୁଲାସା କରିଛନ୍ତି ମିଆଁମାରର ଦୁଇଜଣ ସୈନିକ। ନ୍ୟୁୟର୍କ ଟାଇମ୍ସ ଖବର ଅନୁସାରେ ସୈନିକ ମିଓ ଓ୍ବିନ୍ କହିଛନ୍ତି ଅଗଷ୍ଟ ୨୦୧୭ରେ ତାଙ୍କୁ କମାଣ୍ଡିଂ ଅଫିସର ଏଇ ଆଦେଶ ଦେଇଥିଲେ।

କେବଳ ୩୦ ରୋହିଙ୍ଗ୍ୟା ମୁସଲମାନଙ୍କୁ ମାରିଥିବା ସେମାନେ କହିଛନ୍ତି। କେବଳ ସେତିକି ନୁହେଁ, ସେମାନଙ୍କୁ ସେଲ ଟାଓ୍ବର ଓ ମିଲିଟାରି ବେସ୍‌ରେ ପୋତି ମଧ୍ୟ ଦେଇଛନ୍ତି। ଅନ୍ୟ ଜଣେ ସୈନିକ ଜ ନିଙ୍ଗ୍‌ କହିଛନ୍ତି ସେ ଓ ଅନ୍ୟ ଏକ ବାଟାଲିୟନର ଜଣେ ସାଥୀ ନିଜ ଅଧିକାରୀଙ୍କ ଆଦେଶକୁ ପାଳନ କଲେ। ସେମାନଙ୍କୁ ଆଦେଶ ଦିଆଯାଇଥିଲା ଯେ, ଯାହାକୁ ଦେଖୁଛ ମାରି ଦିଅ, ସେ ଛୋଟ ପିଲା ହୁଅନ୍ତୁ ବା କିଶୋର ।

ନିଙ୍ଗ କହିଛନ୍ତି ସେମାନେ ପ୍ରାୟ ୨୦ଟି ଗାଁକୁ ନଷ୍ଟ କରି ଅର୍ଥାତ ଜାଳି ଦେଇ ଶବକୁ ଗୋଟିଏ ବଡ଼ କବରରେ ପୋତି ଦେଇଛନ୍ତି। ଏହି ଦୁଇ ସୈନିକ ସାକ୍ଷୀଙ୍କ ଭିଡିଓକୁ  ଇଣ୍ଟରନାସନାଲ ପ୍ରୋସିକ୍ୟୁଟର୍ସଙ୍କ ସହ ସେୟାର କରାଯାଇଛି। ପ୍ରଥମ ଥର ପାଇଁ ମିଆଁମାରର ସେନା ରୂପେ ଟାଟମାଡ ସଦସ୍ୟ ରୋହିଙ୍ଗ୍ୟାଙ୍କ ବିରୋଧରେ ନରସଂହାର ଅଭିଯାନର ସାମିଲ ଥିବା ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି।

ମିଆଁମାରଠାରୁ ପଳାୟନ କରି ଦୁଇ ସୈନିକଙ୍କୁ ଗତ ସୋମବାର ଦିନ ହେଗ୍ ନିଆଯାଇଛି। ସେଠାରେ ଇଣ୍ଟରନାସନାଲ କ୍ରିମିନାଲ କୋର୍ଟରେ ଏହି ମାମଲାର ତଦନ୍ତ କରାଗଲା ଯେ କ’ଣ ଟାଟମାଡର ନେତା ରୋହିଙ୍ଗ୍ୟାଙ୍କ ବିରୋଧରେ ବଡ଼ ସ୍ତରରେ ନରସଂହାର ଓ ଅପରାଧୀକ ଅଭିଯାନ ପରିଚାଳତି କରୁଛନ୍ତି। ଅନ୍ୟପକ୍ଷେ ମିଆଁମାର ସରକାର ରୋହିଙ୍ଗ୍ୟାଙ୍ଗ ବିରୋଧରେ କୌଣସି ପ୍ରକାର ଅପରାଧିକ ଅଭିଯାନକୁ ଖଣ୍ଡନ କରିଛନ୍ତି। ଦୁଇ ଜଣ ସୈନିକ ଇଣ୍ଟରନାସନାଲ କ୍ରିମିନାଲ କୋର୍ଟ କଷ୍ଟଡିରେ ରହିଛନ୍ତି। ସେମାନେ ଅଦାଲତ କାର୍ଯ୍ୟରେ ସାକ୍ଷୀ ଦେଇପାରନ୍ତି। ସେଥିପାଇଁ ସେମାନଙ୍କୁ ପୂରାପୂରି ସୁରକ୍ଷିତ ରଖାଯାଇଛି   । ପ୍ରସିକ୍ୟୁଟର କୋର୍ଟରେ ଚାଲୁଥିବା ମାମଲାକୁ ନେଇ କୌଣସି ପ୍ରକାର ଟିପ୍ପଣୀ ଦେବାକୁ ମନା କରି ଦେଇଛନ୍ତି।

ଗତବର୍ଷ ସଂଯୁକ୍ତରାଷ୍ଟ୍ର ମାନବାଧିକାର ପରିଷଦ ପାଇଁ ପ୍ରକାଶିତ ଗୋଟିଏ ଫ୍ୟାକ୍ଟ ଫାଇଡିଙ୍ଗ ରିପୋର୍ଟରେ କୁହାଯାଇ ଥିଲା ମିଆଁମାର ନରସଂହାର ପାଇଁ ଦଣ୍ଡ ଶୁଣାଇବା ମାମଲାରେ ଅସଫଳ ରହିଛି। ସେଠାରେ ନରସଂହାର ବିପଦ କ୍ରମାଗତ ରହିଛି।

ରୋହିଙ୍ଗ୍ୟା ଥିଲେ ମିଆଁମାର ରାଖିନ୍ ରାଜ୍ୟର। ମାତ୍ର ଦେଶର ସରକାରଙ୍କ ଦାବି ଯେ ସେମାନେ ବିଦେଶୀ ଇଣ୍ଟରପୋଲର୍ସ। ମିଆଁମାର ଅଧିକାରୀଙ୍କ କହିବା କଥା ରୋହିଙ୍ଗ୍ୟା ଅନ୍ତର୍ଜାତୀୟ ସହାନୁଭୂତି ପ୍ରାପ୍ତ କରିବା ପାଇଁ ନିଜସ୍ବ ଗାଁକୁ ଜଳାଇ ଦେଇଥିଲେ।

 

   Related Posts