Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ମିଆଁମାରରେ ବିକ୍ଷୋଭକାରୀଙ୍କୁ ଭୟଭୀତ କରିବାକୁ tiktokର ଉପଯୋଗ କରୁଛି ସେନା, ଜାଣନ୍ତୁ କିପରି ଧମକାଉଛନ୍ତି ଜବାନ

4/03/2021 at 5:53 PM

ଶିଙ୍ଗାପୁର ୪।୩: ମିଆଁମାର ସଶସ୍ତ୍ର ସେନା ଓ ପୋଲିସ ବିକ୍ଷୋଭକାରୀଙ୍କୁ ଡରାଇବା ଲାଗି ମୋବାଇଲ ଆପ୍‌ ଟିକଟିକ୍‌ କୁ ଉପଯୋଗ କରୁଛନ୍ତି। ଏଥିରେ ସେମାନେ ଲୋକଙ୍କୁ ମୃତ୍ୟୁ ଧମକ ଦେଉଥିବା ଜଣାପଡିଛି। ଏଣୁ ଚୀନ୍‌ ଭିଡିଓ ସେୟାରିଂ ଆପ୍‌ ଏବେ କଣ୍ଟେଣ୍ଟରୁ ହିଂସା ଉଦ୍ରେକକାରୀ ଭିଡିଓ ହଟାଉଥିବା କହିଛନ୍ତି।

ମିଆଁମାର ଡିଜିଟାଲ ରାଇଟସ୍‌ ଗ୍ରୁପ ଆଇସିଟି ଫର ଡେଭଲପମେଣ୍ଟ (ଏମଆଇଡିଓ) ଟିକଟକ୍‌ରେ ଏହିପରି ଅନୁନ୍ୟ ୮୦୦ଟି ସାମରିକ ସମର୍ଥିତ ଭିଡିଓ ପାଇଥିବା କହିଛି। ଦେଶରେ ପ୍ରଜାବିଗ୍ରହ ବେଳେ ଏପରି ଭିଡିଓ ରକ୍ତପାତକୁ ପ୍ରୋତ୍ସହିତ କରୁଥିବା ବେଳେ ଏପର୍ଯ୍ୟନ୍ତ ସେନା ଓ ପୋଲିସ ବିଭିନ୍ନ କାର୍ଯ୍ୟାନାଷ୍ଠାନରେ ଅନୁନ୍ୟ ୩୮ ଜଣଙ୍କୁ ହତ୍ୟ କରିଥିବା ଜାତିସଂଘ (ୟୁଏନ) କହିଛନ୍ତି।

ତେବେ ଟିକଟକ୍‌ ଆପରେ ସେନାର ଏପରି ଭିଡିଓକୁ ନେଇ ସାମରିକ ମୁଖପାତ୍ର କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ଫେବୃଆରୀ ଶେଷ ସପ୍ତାହରେ ଏକ ଅପଲୋଡ ହୋଇଥିବା ଭିଡିଓରେ ଜନୈକ ସୈନିକ ରାଇଫଲରେ ଲକ୍ଷ କରି ବିକ୍ଷୋଭକାରୀଙ୍କୁ ଧମକାଉଥିବା ଦେଖାଯାଇଛି। ଯେଉଁଥିରେ ସେ ନିଜ ରାଇଫଲରେ ବାସ୍ତବ ଗୁଳି ଭର୍ତ୍ତି କରିଥିବାର କହୁଛି। ସେହିପରି ଆଉ ଏକ ଭିଡିଓରେ ଜନୈକ ସୈନିକ ଆଜି ରାତ୍ରିରେ ମୁଁ ସହରକୁ ପାଟ୍ରୋଲିଂ କରିବାକୁ ଯାଉଥିବା ଓ ଯାହାକୁ ଦେଖିବି ଗୁଳିକରିବି । ଯଦି ତୁମେ ଶହିଦ ହେବାକୁ ଚାହୁଁଥାଅ ତେବେ ମୁଁ ତୁମର ଇଛା ନିଶ୍ଚିତପୁରଣ କରିବି ବୋଲି କହୁଥିବାର ଦେଖାଯାଇଛି।

ଟିକଟିକ୍‌ ମିଆଁମାରରେ ଏବେ ହେଟ୍ ସ୍ପିଚ୍‌ ଓ ଘୃଣ୍ୟ କଣ୍ଟେଣ୍ଟ ସେୟାରର ନୂଆ ପ୍ଲାଟଫର୍ମ ପାଲଟିଛି। ତେବେ ଆମେରିକୀୟ ସୋସିଆଲ ମିଡିଆ ଫେସବୁକ୍‌ ନିଜ ଆଡୁ ମିଆଁମାର ମିଲେଟ୍ରି ସହ ସମ୍ପୃକ୍ତ ସମସ୍ତ ପୃଷ୍ଠାକୁ ହଟାଇ ଦେଇଛନ୍ତି। ମିଆଁମାର ମିଲେଟ୍ରି ମଧ୍ୟ ନିଜ ଆଡୁ ଫେସବୁକ୍‌କୁ ଦେଶରେ ନିଷିଦ୍ଧ କରିଛନ୍ତି। ମାମଲାରେ ଟିକଟକ୍‌ ଏକ ବୟାନ ଜାରି କରିଛନ୍ତି। ଯେଉଁଥିରେ ଆମର ସ୍ପଷ୍ଟ ସାମୂଦାୟିକ ଗାଇଡଲାଇନ ଥିବା ଓ ଆମେ ଏପରି କୌମସି ସାମଗ୍ରୀକୁ ଅନୁମତି ଦେଉ ନାହୁଁ ଯାହା ହିଂସା ଅଥବା ତ୍ରୁଟିପୂର୍ଣ୍ଣ ମତ ଓ ମନ୍ତବ୍ୟକୁ ପ୍ରସାରିତ କରେ ବୋଲି କହିଛନ୍ତି। ଏଥିରେ ଗାଇଡଲାଇନ ଉଲ୍ଲଂଘନ କରୁଥିବା ସମସ୍ତ ସାମଗ୍ରୀକୁ ଏବେ ଟିକଟକ୍‌ ସନ୍ଧାନକରି ସେ ସବୁକୁ ନଷ୍ଟ କରିବା ଲାଗି ପଦକ୍ଷେପ ନେଇଥିବାର କହିଛନ୍ତି।

   Related Posts