ଦୁର୍ଘଟଣାରେ ମିଆଁମାର ବାୟୁସେନା ବିମାନ ଧ୍ୱଂସ୍ତ, ୧୨ ମୃତ, ଅଳ୍ପକେ ବର୍ତ୍ତିଲେ ପାଇଲଟ

Published By : Prameya-News7 Bureau | June 10, 2021 IST

ମାଣ୍ଡାଲେ ୧୦।୬:  ମିଆଁମାର ମାଣ୍ଡାଲେ ସହର ନିକଟରେ ଗୁରୁବାର ଏକ ବାୟୁସେନା ବିମାନ ଦୁର୍ଘଟଣାରେ ଜଳି ଯାଇଛି। ଫଳରେ ଏଥିରେ ଯାତ୍ରା କରୁଥିବା ଅନୁନ୍ୟ ୧୨ ଜଣ ପ୍ରାଣ ହରାଇଥିବା ଆକଳନ କରାଯାଉଛି। ତେବେ ଦୁର୍ଘଟଣାରେ ବିମାନର ପାଇଲଟ ଓ ଅନ୍ୟ ଜଣେ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଛନ୍ତି। ଗୁରୁତର ଆହତ ୨ ଜଣଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

{"id":464051,"width":838,"height":629,"sizeSlug":"large","linkDestination":"none"}

ସେନା ବିମାନଟି ପାୟତାୱରୁ ପାଇନ୍‌ ଉ ଲ୍ୱିନ୍‌ ଯାଉଥିବା ବେଳେ ସକାଳ ପ୍ରାୟ ୮ଟା ବେଳେ ଖସିପଡିଥିଲା। ଦୁର୍ଘଟଣା କାଳରେ ବିମାନରେ ଚାଳକଙ୍କୁ ମିସାଇ ମୋଟ ୧୪ ଜଣ ଥିଲେ। ତେବେ ଏଥିରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ପ୍ରଶାସନ ପରିଷଦର ସୂଚନା ଟିମ୍‌ ମେଜର ଜେନେରାଲ ଜାଓ ମିନ୍‌ ଟୁନ୍‌ ସୂଚିତ କରିଛନ୍ତି।

{"id":464054,"width":838,"height":435,"sizeSlug":"large","linkDestination":"none"}

ବିମାନରେ ୬ ଜଣ ସେନା କର୍ମଚାରୀ ଓ କିଛି ବୌଦ୍ଧ ଭିକ୍ଷୁ ଯାତ୍ରା କରୁଥିଲେ। ଏକ ବୌଦ୍ଧ ମଠରେ ଅନୁଷ୍ଠିତ ଉତ୍ସବରେ ଏମାନେ ଯୋଗ ଦେବାକୁ ଯାଉଥିବା ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣା ସୂଚନା ପାଇ ମାଣ୍ଡାଲେ ଅଗ୍ନିସମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.