ଆତଙ୍କବାଦ ବିରୋଧୀ ଲଢେଇରେ ଭାରତକୁ ସଫଳତା, ୨୨ ଆତଙ୍କବାଦୀଙ୍କୁ ହସ୍ତାନ୍ତର କଲା ମିଆଁମାର

Published By : Prameya-News7 Bureau | May 16, 2020 IST

ନୂଆଦିଲ୍ଲୀ ୧୬।୫: କରୋନା ସଙ୍କଟ ସମୟରେ ଆତଙ୍କବାଦ ବିରୋଧରେ ଚାଲିଥିବା ଲଢେଇରେ ଭାରତକୁ ସଫଳତା ମିଳିଛି । ମିଆଁମାର ଶୁକ୍ରବାର ଦିନ ୨୨ ଜଣ ଆତଙ୍କବାଦୀଙ୍କୁ ଭାରତକୁ ହସ୍ତାନ୍ତର କରିଛି। ଉତ୍ତର-ପୂର୍ବ ଅଞ୍ଚଳରେ ଆତଙ୍କବାଦ ଦ୍ବାରା ଭାରତ ବଶୀ ପ୍ରଭାବିତ ହୋଇଛି ।

ସରକାରୀ ସୂତ୍ରରୁ ଏକ ଗଣମାଧ୍ୟମକୁ ସୂଚନା ମିଳିଛି ଯେ, ଏହି ଅପରେସନକୁ ବାହ୍ୟ ଗୁଇନ୍ଦା ସଂସ୍ଥା ଏବଂ ମିଆଁମାର ସରକାରଙ୍କ ଦ୍ବାରା କରାଯାଇଛି ।

ସୂତ୍ରରୁ ପ୍ରକାଶ ଯେ, ଆତଙ୍କବାଦୀଙ୍କୁ ଏକ ସ୍ବତନ୍ତ୍ର ବିମାନ ଦ୍ବାରା ଭାରତ ଅଣାଯାଇଥିଲା । ଆତଙ୍କବାଦୀ ଗୋଷ୍ଠୀ ପ୍ରଥମେ ମଣିପୁରର ରାଜଧାନୀ ଇମ୍ଫାଲରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା ଏବଂ ପରେ ଆସାମର ଗୁଆହାଟିକୁ ଅଣାଯାଇଥିଲା ।

ଏହା ବିଶ୍ବାସ କରାଯାଏ ଯେ, ମିଆଁମାରରେ ସକ୍ରିୟ ଥିବା ଏହି ଆତଙ୍କବାଦୀଙ୍କୁ ଭାରତକୁ ହସ୍ତାନ୍ତର କରିବା ଉତ୍ତର-ପୂର୍ବ ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଅଙ୍କୁଶ ଲଗାଇବାରେ ସହାୟକ ।

ସୂତ୍ରରୁ ପ୍ରକାଶ ଯେ, ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ବାହ୍ୟ ଗୁଇନ୍ଦା ସଂସ୍ଥା ଏବଂ ମିଆଁମାର ଅଧିକାରୀଙ୍କ ମଧ୍ୟରେ ସମନ୍ବୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.