୨୨ ପୂର୍ବୋତ୍ତର ବିଦ୍ରୋହୀଙ୍କୁ ପ୍ରତ୍ୟାର୍ପଣ କଲା ମ୍ୟାଁମାର

Published By : Prameya-News7 Bureau | May 15, 2020 IST

ନୂଆଦିଲ୍ଲୀ  ୧୫।୫: ଭାରତକୁ ୨୨ ଜଣ ପୂର୍ବୋତ୍ତର ବିଦ୍ରୋହୀଙ୍କୁ ପ୍ରତ୍ୟାର୍ପଣ କରିଛି ମ୍ୟାଁମାର। ମିଳିଥିବା ସୂଚନା ଅନୁସାରେ ଆସାମ ଓ ମଣିପୁରର ଏହି ବିଦ୍ରୋହୀଙ୍କୁ ଶୁକ୍ରବାର ସ୍ୱତନ୍ତ୍ର ବିମାନ ଯୋଗେ ମ୍ୟାଁମାରରୁ ଅଣାଯାଇଛି। ଭାରତ ଓ ମ୍ୟାଁମାର ସମ୍ପର୍କରେ ଏହା  ପ୍ରଥମ ତଥା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଜନୈକ ଭାରତୀୟ ଅଧିକାରୀ କହିଛନ୍ତି। ମ୍ୟାଁମାରରୁ ଅଣାଯାଇଥିବା ବିଦ୍ରୋହୀଙ୍କୁ ମଣିପୁର ଓ ଆସାମ ରାଜ୍ୟ ପୋଲିସକୁ ସମର୍ପଣ କରିଦିଆଯାଇଛି।

ଭାରତ ପ୍ରତ୍ୟାର୍ପିତ ହୋଇଥିବା ୨୨ଜଣଙ୍କ ମଧ୍ୟରୁ ୧୨ ଜଣ ମଣିପୁରର ୟୁଏନଏଲଏଫ, ପିଆରଇପିଏକେ, କେୱାଇକେଏଲ ଓ ପିଏଲଏର ସଦସ୍ୟ। ବାକି ୧୦ ଜଣ ଏନଡିଏଫବି(ଏସ) ଓ କେଏଲଓ ଭଳି ଆସାମ ବିଦ୍ରେୋହୀ ସଙ୍ଗଠନଙ୍କ ସଦସ୍ୟ। ମ୍ୟାଁମାର ସହ ଭାରତର ୧ହଜାର ୬୦୦ କିଲୋମିଟର ଦୀର୍ଘ ସୀମା ରହିଛି। ଏହି ସବୁ ସୀମାନ୍ତବର୍ତ୍ତି ଅଞ୍ଚଳକୁ ବିଦ୍ରୋହୀ ସେମାନଙ୍କର ଗଡ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ମ୍ୟାଁମାର ସେନାର ସମର୍ଥନ ମିଳୁନଥିବାରୁ ବିର୍ଦୋହୀଙ୍କ ବିରୋଧରେ ଭାରତ କୌଣସି କାର୍ଯ୍ୟାନୁଷ୍ଠାନ କରିପାରୁନଥିଲା।

ତେବେ ମ୍ୟାଁମାର ସହ ଦ୍ୱିପାକ୍ଷୀକ ସମ୍ପର୍କ ବୃଦ୍ଧି ପରେ ଏଥିରେ ସେନା ସହଯୋଗ ମିଳିବାରୁ ବିର୍ଦୋହୀ ଏବେ ଚାପରେ ଅଛନ୍ତି। ଗତବର୍ଷ ଭାରତର ଗୁଇନ୍ଦା ସୂଚନା ଆଧାରରେ ମ୍ୟାଁମାର ସେନା ବିଭିନ୍ନ ସ୍ଥାନରେ ଚଢଉ କରିବା ବେଳେ ଏହି ବିଦ୍ରୋହୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ସେମାନଙ୍କୁ ଏବେ ପ୍ରତ୍ୟାର୍ପଣ କରାଯିବା ଯୋଗୁ ସୀମାରେ ଏପରି ସଙ୍ଗଠନଙ୍କ ଉପରେ ଚାପ ପଡିବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.