ମିଆଁମାରରେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି,୫ ମୃତ, ଜାତିସଂଘରେ ସ୍ଵର ଉଠାଇଲା ଭାରତ

Published By : Prameya-News7 Bureau | February 28, 2021 IST

ୟେଙ୍ଗୁନ ୨୮।୨: ମିଆଁମାରରେ ଚଳିତମାସ ପହିଲାରେ ସାମରିକ ବିଦ୍ରୋହ ବିରୋଧରେ ଦେଶରେ ଲୋକଙ୍କ ବିକ୍ଷୋଭ ଓ ପ୍ରଦର୍ଶନ ବଢିବଢି ଚାଲିଛି। ପ୍ରଥମ ପ୍ରଥମେ ବିକ୍ଷୋଭକାରୀଙ୍କ ପ୍ରତି କୋହଳ ମନବୃତ୍ତି ଆପଣାଉଥିବା ସେନା ସରକାର ଏବେ ଜନଆନ୍ଦୋଳନକୁ ଦୃଢ ହସ୍ତରେ ଦମନ କରିବାକୁ ପଦକ୍ଷେପ ନେଇଛନ୍ତି।

{"id":416082,"sizeSlug":"large","linkDestination":"none"}

ମିଆଁମାରର ସର୍ବ ବୃହତ ସହର ୟେଙ୍ଗୁନରେ ବିକ୍ଷୋଭକାରୀଙ୍କୁ ଘଉଡାଇବା ଲାଗି ପୋଲିସ ଗୁଳି ଚାଳନା କରିବା ସହ ଲୁହବୁହା ବାସ୍ପ ପ୍ରୟୋଗ କରିଛି। ଫଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସେପଟେ ଶିକ୍ଷକଙ୍କ ବିକ୍ଷୋଭ ବେଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

{"id":416083,"sizeSlug":"large","linkDestination":"none"}

ଜାତିସଂଘରେ ମିଆଁମାରର ରାଜଦୂତ କେ.ଏମ.ତୁନ ସୈନ୍ୟ ସରକାରଙ୍କୁ ବେଖାତିର କରି ଜେନେରାଲ ଆସେମ୍ବ୍ଲିରେ ଦେଶରେ ଘଟିଥିବା ଘଟଣାକୁ ନିନ୍ଦା କରିଛନ୍ତି। ଏହା ସହ ସେ ମିଳିତ ଜାତିସଂଘର ସଦସ୍ୟ ଦେଶମାନଙ୍କୁ ମିଆଁମାରର ସୈନ୍ୟ ସରକାରଙ୍କୁ ସମର୍ଥନ ନକରିବାକୁ ତଥା ତୁରନ୍ତ ଅନ୍ତର୍ଜାତୀୟ କାର୍ଯ୍ୟାନୁଷ୍ଠାନ ଲାଗି ନିବେଦନ କରିଛନ୍ତି।

{"id":416084,"width":577,"height":318,"sizeSlug":"large","linkDestination":"none"}

ତାଙ୍କର ଏହି ଅପିଲ ପରେ ମିଆଁମାର ସୈନ୍ୟ ସରକାର ତୁନଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି। ତେବେ ତୁନଙ୍କୁ ଜାତିସଂଘରେ ସମର୍ଥନ କରିଛି ଭାରତ। ମିଆଁମାରରେ ଗଣତାନ୍ତ୍ରିକ ବ୍ୟବସ୍ଥାର ବହାଲି ଜାତିସଂଘର ସମସ୍ତ ସଦସ୍ୟଙ୍କ ପ୍ରାଥମିକତା ହେବା ଦରକାର ବୋଲି ଭାରତ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.