Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

Coup d’etatଯୋଗୁ ପତନର ଦ୍ୱାର ଦେଶରେ ମିଆଁମାର-ନୂଆ ରିପୋର୍ଟ

2/04/2021 at 5:51 PM

ବ୍ରସେଲସ: ଗଣତାନ୍ତ୍ରିକ ସରକାରଙ୍କୁ ହଟାଇ ଶାସନ ଦଖଲ କରିବା ଏବେ ମିଆଁମାର ସେନା ଲାଗି ମହଙ୍ଗା ହେବାକୁ ଯାଉଛି।  ବ୍ରସେଲସ୍‌ ସ୍ଥିତ ଇଣ୍ଟରନ୍ୟାସନାଲ କ୍ରାଇସେସ୍‌ ଗ୍ରୁପ(ଆଇସିଜି) ଏହି ଆକଳନ କରିଛନ୍ତି। ଗୁରୁବାର  ପ୍ରକାଶିତ ଆଇସିଜିଙ୍କ ରିପୋର୍ଟ ଅନୁଯାୟୀ  ଜନଆନ୍ଦୋଳନ ଦବାଇ ଦେବାକୁ ବିକ୍ଷୋଭକାରୀଙ୍କ ଉପରେ ସେନାର ଦମନ ଲିଳା ଏବେ ପରିସ୍ଥିତିକୁ ଜଟିଳ କରିଛି। ଯାହା ଏବେ ଦେଶର ଶାସନ ଓ ଅର୍ଥବ୍ୟବସ୍ଥାକୁ ପଙ୍ଗୁ କରିଦେବ ବୋଲି ରିପୋର୍ଟରେ ଆକଳନ କରାଯାଇଛି।

‘ମିଆଁମାର ଏଜେସ୍ ଟୁଆର୍ଡ ଷ୍ଟେଟ୍ କୋଲାପସ୍‌’ ଶୀର୍ଷକ ରିପୋର୍ଟରେ ସେନା ଜେନେରାଲ ରାଜ୍ୟମାନଙ୍କୁ ନିଜ କର୍ତ୍ତୃତ୍ୱକୁ ନେଇ ପାରନ୍ତି, ହେଲେ ଜନତାଙ୍କ ଉପରେ ନିଜ ଇଛା ଜାହିର କରିପାରିବେନି ବୋଲି ଉଲ୍ଲେଖ ରହିଛି। ଫଳରେ ଗଣତାନ୍ତ୍ରିକ ସରକାର ଭଳି ସେନା ସରକାର ଦେଶରେ ଶୃଙ୍ଖଳା ଓ ପ୍ରଭାବୀ ସରକାରୀ ସେବା ବହାଲ କରିବାରେ ସଫଳ ହେବେ ନାହିଁ ବୋଲି କୁହାଯାଇଛି।

ଏଥିରେ ମିଆଁମାର ସେନାବାହିନୀ କ୍ଷମତା ହାତେଇବା ପରେ ଦେଶରେ ସ୍ଥାନୀୟ ପ୍ରଶାସନ, ହସ୍ପିଟାଲ, ବ୍ୟାଙ୍କ, ରେଳ ଓ ରୋଡ ପରିବହନ ଅଚଳ ହୋଇଯାଇଛି। ସେପଟେ ଭାରତ ଓ ଥାଇଲ୍ୟାଣ୍ଡକୁ ଶରଣାର୍ଥୀଙ୍କ ସୁଅ ଛୁଟିବା ପରିସ୍ଥିତିକୁ ଅଧିକ ଜଟିଳ କରିଛି। ସେହିପରି ବାଂଲାଦେଶୀ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସମ୍ପର୍କରେ ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି। ଏଥିରେ ଦେଶଛାଡି ପଳାଇଥିବା ଏହି ଶରଣାର୍ଥୀ ଏବେ ପୁଣି ଦେଶକୁ ଫେରିବାର ସମ୍ଭାବନା କ୍ଷୀଣ ବୋଲି ରିପୋର୍ଟରେ କୁହାଯାଇଛି। 

୧ ଫେବୃଆରୀ ୨୦୨୧ରେ ମିଆଁମାର ସେନା ଦେଶର ନିର୍ବଚିତ ନେତ୍ରୀ ଅଙ୍ଗସାନ ସୁ କିଙ୍କ ହାତରୁ କ୍ଷମତା ଛଡାଇ ନେଇଥିଲା। ସୁ କିଙ୍କୁ ଗିରଫ କରାଯାଇଥିବା ବେଳେ ସମସ୍ତ କ୍ଷମତା ସେନାମୁଖ୍ୟ ମିନ୍‌ ଔଙ୍ଗ ହଲିଂଙ୍କ ହାତରେ ନ୍ୟସ୍ତ ହୋଇଛି। ସେବେଠାରୁ ଦେଶରେ ଜନ ଆନ୍ଦୋଳନ ମୁଣ୍ଡ ଟେକିଥିବା ବେଳେ ୨୭ ମାର୍ଚ୍ଚ ମିଆଁମାର ସେନା ଦିବସରେ ନିରସ୍ତ୍ର ବିକ୍ଷୋଭକାରୀଙ୍କ ନର ସଂହାର ହୋଇଥିଲା। ଏଥିରେ ୯୦ରୁ ଅଧିକ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏହି ସଂଖ୍ୟା ୧୫୮ ପାଖାପାଖି ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଏଥିରୁ ଆଇସିଜି ରିପୋର୍ଟରେ ବର୍ମା ବହୁମତ, ଜାତୀୟ ସଂଖ୍ୟା ଲଘୁ ମଧ୍ୟରେ ନୂଆ ରାଜନୈତିକ ବୋଦ୍ଧ ଉଦ୍ରେକ ହେବାର ଆକଳନ କରାଯାଉଛି। ଏଣୁ  ରାଷ୍ଟ୍ରପତି ହେବା ଲାଗି ଜନେରାଲ ମିନ୍‌ ଔଙ୍ଗ ହଲିଂଙ୍କ ଇଛା ହୁଏତ ଆଗକୁ କାର୍ଯ୍ୟକାରୀ ହୋଇ ନପାରେ ବୋଲି ଆକଳନ କରାଯାଉଛି। ନିର୍ବାଚିତ ସରକାର ହାତରୁ କ୍ଷମତା ଛଡାଇ ନେବା ପରେ ସେନା ବର୍ଷକପରେ ଦେଶରେ ପୁଣି ସାଧାରଣ ନିର୍ବାଚନ କରିବେ ବୋଲି ଘୋଷଣା କରିଥିଲେ। ହେଲେ ସେନା କାର୍ଯ୍ୟାନୁଷ୍ଠାନରେ ଉତକ୍ଷିପ୍ତ ଜନତା ରାସ୍ତାକୁ ଓହ୍ଲାଇ ଆସିଥିବା ବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବେ ସେନା ବିରୋଧରେ ଜନ ଅସନ୍ତୋଷ ସୃଷ୍ଟି କରିଛି।

ମାର୍ଚ୍ଚ ୨୭ ଘଟଣା ପରେ ଦେଶରେ ସଶସ୍ତ୍ର ବିଦ୍ରୋହର ପରିସ୍ଥିତି ଉପୁଜିବାକୁ ଯାଉଥିବା ରିପୋର୍ଟରେ ଆକଳନ କରାଯାଇଛି। ଏଥିରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରୁଥିବା ଏକ ଗୋଷ୍ଠୀ ଅସ୍ତ୍ର ନଧରିବ ସେ ନେଇ ଏବେଠାରୁ ସ୍ପଷ୍ଟ ଭାବେ କିଛି କୁହାଯାଇ ପାରୁନି। ଏଥିରେ ଯଦି ସେପରି କିଛି ହୁଏ ତେବେ ଜନ ଆକ୍ରୋଶରୁ ସେନା ସୁରକ୍ଷିତ ବର୍ତ୍ତିବାର ଆଶଙ୍କା ମଧ୍ୟ ସମାପ୍ତ ହୋଇଥିବା କୁହାଯାଇଛି।

ଦେଶରେ ବିକ୍ଷୋଭକୁ ନେଇ ସେନା ଦ୍ୱାରା ହେଉଥିବା ହିଂସାକାଣ୍ଡର ପ୍ରଭାବ ଏବେ ଦେଶରେ ଚୀନ୍‌ ମାଲିକାନାଧିନ ଓ ଆର୍ଥିକ ସମର୍ଥନରେ ଗଢି ଉଠିଥିବା ସଂସ୍ଥାଙ୍କ ଉପରେ ପଡିଛି। ଏପରି ସଂସ୍ଥାମାନଙ୍କରେ ପୋଡଜଳା, ଭଙ୍ଗାରୁଜା ଏବେ ନିୟମିତ ଘଟଣାରେ ପରିଣତ ହୋଇଛି। ଏଥିରୁ ହେଉଥିବା ବ୍ୟାପକ କ୍ଷୟକ୍ଷତିକୁ ନେଇ ଚୀନ୍‌ ମଧ୍ୟ ଏବେ ସେନା ସରକାରଙ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ଏଭଳି ଘଟଣାକୁ ନେଇ ବେଜିଂର ପ୍ରତିକ୍ରିୟା ସେନାସରକାରଙ୍କ ଚିନ୍ତା ବଢାଇ ଦେଇଛି।

   Related Posts