ମିଆଁମାରରେ ରାଜନୈତକ ସଙ୍କଟ, ସେନା ହେପାଜତରେ ଆଙ୍ଗ୍‌ ମାନ ସୁ କି ଏବଂ ରାଷ୍ଟ୍ରପତି

Published By : Prameya-News7 Bureau | February 01, 2021 IST

ନୂଆଦିଲ୍ଲୀ, ୧/୨: ଭାରତର ପଡ଼ୋଶୀ ରାଷ୍ଟ୍ର ମାଆଁମାରରୁ ବଡ଼ ଖବର ଆସିଛି । ମିଆଁମାରରେ ଶାସନରେ ଥିବା ସରକାର ମଧ୍ୟରେ ଫାଟ ସୃଷ୍ଟି ହୋଇଛି ।  ମିଆଁମାରର ସବୁଠାରୁ ବଡ଼ ନେତା ଆଙ୍ଗ୍‌ ମାନ ସୁ କି, ରାଷ୍ଟ୍ରପତି ବିନ୍ ମିଂଟ୍‌ ଏବଂ ଶାସନରେ ଥିବା ପାର୍ଟିର ଅନ୍ୟ ବରିଷ୍ଠ ନେତାଙ୍କୁ ସାକଳୁ ସକାଳୁ ରେଡ୍‌ ସମୟରେ ହେପାଜତକୁ ନିଆଯାଇଛି । ଶାସନରେ ଥିବା ପାର୍ଟି ନାଶ୍‌ନାଲ୍‌ ଲିଗ୍‌ ଫର୍‌ ଡେମୋକ୍ରାସିର ଜଣେ ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି । ତାଙ୍କ ଅନୁସାରେ ସରକାର ଏବଂ ଶକ୍ତିଶାଳୀ ସେନା ମଧ୍ୟରେ ବଢ଼ି ଚାଲିଥିବା ତିକ୍ତତାକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯାହାକି ନିର୍ବାଚନ ପରେ ଆରମ୍ଭ ହୋଇଯାଇଥିଲା ।

୧୦ ବର୍ଷ ପୂର୍ବରୁ ମିଆଁମାରରେ ସେନା ଶାସନ କରୁଥିଲେ । ପାଖାପାଖି ୫୦ ବର୍ଷ ଧରି ସେଠାରେ ସୈନିକ ଶାସନ ଚାଲୁଥିବାରୁ ମିଆଁମାରରେ ବର୍ତ୍ତମାନ ଲେକତନ୍ତ୍ରର ସ୍ଥାପନା କରିହେଉ ନାହିଁ ।

ଗତ ନଭେମ୍ବରରେ ଅନୁଷ୍ଠିତ ସଂସଦ ନିର୍ବାଚନରେ ​​ଶାସକ ଏନଏଲଡି ଅନିୟମିତିତା କରିଥିବା ଅଭିଯୋଗ ହୋଇଥିଲା। ଏହି ନିର୍ବାଚନରେ ଏନଏଲଡି ଏକ ବଡ଼ ବିଜୟ ହାସଲ କରିଥିଲା, କିନ୍ତୁ ସେହି ଦିନଠାରୁ ଏହାର ବିଜୟରେ ସନ୍ଦେହ ଦେଖାଦେଇଥିଲା। ମିଆଁମାରର ନବ ନିର୍ବାଚିତ ସଂସଦର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହେବା ପାଇଁ ପ୍ରସ୍ତାବିତ ହୋଇଥିଲା। ଏହାପୂର୍ବରୁ ସେନା ବଡ଼ ନେତାମାନଙ୍କୁ ଗିରଫ କରିଥିବା ଜଣା ପଡ଼ିଛି । ଭାରତ ପାଇଁ ଏହା ଏକ ବଡ଼ ଖବର । କାରଣ ମିଆଁମାର କେବଳ ପଡୋଶୀ ଦେଶ ନୁହେଁ, ସୁରକ୍ଷା ଏବଂ କୂଟନୈତିକ ଦୃଷ୍ଟିରୁ ଏହା ମଧ୍ୟ ଭାରତୀୟ ବୈଦେଶିକ ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବଜାୟ ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.