Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ସୁ କି ସରକାରଙ୍କ ଦ୍ୱାରା ବନ୍ଦୀ ମ୍ୟାଁମାର ବୌଦ୍ଧ ଆତଙ୍କୀ ୱିରାଥୁଙ୍କୁ ମୁକ୍ତ କରିଦେଲେ ସେନା ସରକାର, ପ୍ରତ୍ୟାହାର ହେଲା ସବୁ ଅଭିଯୋଗ

7/09/2021 at 5:41 PM

ବ୍ୟାଙ୍ଗକକ୍ : ସୁ କି ସରକାରଙ୍କ ବିରୋଧରେ ଅସନ୍ତୋଷ ବ୍ୟାପ୍ତ କରିବା ଅଭିଯୋଗରେ ଗିରଫ ମ୍ୟାଁମାର ଫାୟାରବ୍ରାଣ୍ଡ ଭିକ୍ଷୁ ୱିରାଥୁଙ୍କୁ ସେନା ସରକାର ମଙ୍ଗଳବାର ମୁକ୍ତ କରିଦେଇଛନ୍ତି। ୨୦୧୨ ରଖାଇନ ଦଙ୍ଗାରେ ବୌଦ୍ଧ ଭିକ୍ଷୁ ୱିରାଥୁ ଦେଶରେ ହିରୋ ପାଲଟି ଯାଇଥିଲେ। ପରେ ସେ ଏକ ରାଷ୍ଟ୍ରବାଦ ସଙ୍ଗଠନ କରି ଦେଶରେ ଇସ୍ଲାମକୁ ବିରୋଧ କରିଆସୁଥିଲେ।

ୱିରାଥୁଙ୍କ ସଙ୍ଗଠନ ସାରା ଦେଶରେ ସ୍ଥାପିତ ହୋଇଥିବା ବେଳେ ତାଙ୍କ ସମର୍ଥକ ନିୟମିତ ମୁସଲମାନ ମାନଙ୍କୁ ଅପମାନିତ କରିଆସୁଥିଲେ। ଏଥିଯୋଗୁ କେବେ କେବେ ଦେଶରେ ହିଂସାର ସୂତ୍ରପାତ ମଧ୍ୟ ହୋଇଛି। ୨୦୧୩ ମସିହାରେ ୱିରାଥୁ ଟାଇମ୍ସ ମ୍ୟାଗାଜିନର ମୁଖ୍ୟପୃଷ୍ଠା ମଣ୍ଡନ କରିଥିବା ବେଳେ ତାଙ୍କୁ ମ୍ୟାଁମାରରେ  ବୌଦ୍ଧ ଆତଙ୍କର ଚେହେରା ଭାବେ ବର୍ଣ୍ଣନା କରାଯାଇଥିଲା।

ୱିରାଥୁ ଓ ତାଙ୍କ ସମର୍ଥକମାନେ ଦେଶରେ ଅନ୍ତଧର୍ମ ବିବାହ ଲାଗି କଠିନ ନୀତି ନିୟମ ଲାଗୁ କରିବାରେ ମଧ୍ୟ ସମର୍ଥ ହୋଇଥିଲେ। ତେବେ ତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗକୁ ଏକଛତ୍ରବାଦୀ ସେନା ସରକାର ପ୍ରତ୍ୟାହାର କରିନେଇଛନ୍ତି। ୱିରାଥୁଙ୍କ ସହଯୋଗୀ ମାଉଣ୍ଟ ଖା ଏହି ସୂଚନା ଦେଇଛନ୍ତି।

ସେପଟେ ୱିରାଥୁଙ୍କ ଜେଲରୁ ମୁକ୍ତି ନେଇ ମ୍ୟାଁମାର ସେନା ମୁଖପାତ୍ର ମେଜର ଜେନେରାଲ ଜନ ମିନ୍ ଟୁନ୍‌ ପୁଷ୍ଟି କରିଛନ୍ତି। ଯଦିଓ ୱିରାଥୁ ଜେଲରୁ ମୁକ୍ତ ହୋଇଛନ୍ତି ସେ କିନ୍ତୁ ସିଧା ତାଙ୍କ ଘରକୁ ଫେରି ଯାଇପାରିବେନି ବୋଲି ଟୁନ୍‌ କହିଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ ତାତମାଦ ହସ୍ପିଟାଲରେ ଭର୍ତ୍ତି କରାଯିବ ବୋଲି ସେ ସୂଚିତ କରିଛନ୍ତି।

   Related Posts