Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ବେଜିଂ ଉପରକୁ ଅଙ୍ଗୁଳି ଉଠାଇଲା ମ୍ୟାଁମାର ! କହିଲା ଦେଶରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଓ ଅସ୍ତ୍ରଶସ୍ତ୍ର ପ୍ରଦାନ କରୁଛି ଚୀନ୍

2/07/2020 at 6:31 PM

ନାୟିପିଟାଓ ୨।୭:  ଦକ୍ଷିଣ-ପୂର୍ବ ଏସିଆରେ ଚୀନ୍‌ର ସବୁଠୁ ନିକଟତମ ବନ୍ଧୁ ଦେଶ ମ୍ୟାଁମାର ଆତଙ୍କବାଦୀ ଓ ବିଦ୍ରୋହୀ ଗୋଷ୍ଠୀଙ୍କୁ ଚୀନ୍‌ ପ୍ରଶିକ୍ଷଣ ଓ ଅସ୍ତ୍ରଶସ୍ତ୍ର ପ୍ରଦାନ କରୁଥିବା ନେଇ ବେଜିଂ ଉପରକୁ ଅଙ୍ଗୁଳି ଉଠାଇଛି। ଉପୁଜିଥିବା ପରିସ୍ଥିତିରେ ମ୍ୟାଁମାର ଆତଙ୍କବାଦ ଦମନ ଲାଗି ଅନ୍ତର୍ଜାତୀୟ ସମୂଦାୟଙ୍କ ସହଯୋଗ କାମନା କରିବା ଏବେ  ବେଜିଂ ଲାଗି ନୂଆ ସମସ୍ୟା ସୃଷ୍ଟି କରିଛି। ଋଷୀୟ ଟେଲିଭିଜନ ଚାନେଲ ଜ୍ୱେଜଦାକୁ ସାକ୍ଷାତକାରରେ ମ୍ୟାଁମାର ସେନାର ବରିଷ୍ଠ ଜେନେରାଲ ମିନ୍ ଆଙ୍ଗ ହ୍ଲେଇଙ୍ଗ କହିଛନ୍ତି ଯେ ଦେଶରେ ସକ୍ରିୟ ଆତଙ୍କବାଦୀଙ୍କୁ ମଜଭୁତ ଶକ୍ତିଙ୍କ ସମର୍ଥନ ରହିଛି। ଏଣୁ ସେମାନଙ୍କ ମୂଲତ୍ପୋଟନ ଲାଗି ଆମେ ଅନ୍ତର୍ଜାତୀୟ ସମୂଦାୟଙ୍କ ସହଯୋଗ କାମନା କରୁଛୁ।

‘ମଜଭୁତ ଶକ୍ତି’ର ସମର୍ଥନ ଅର୍ଥାତ ପଡୋଶୀ ଚୀନ୍‌କୁ ବୁଝା ଯାଉଛି। ଆରାକାନ ଆର୍ମି(ଏଏ) ଓ ଆରାକନ ରୋହିଙ୍ଗ୍ୟା ସାଲଭେସନ ଆର୍ମି (ଏଆରଏସଏ) ଏବେ ପଶ୍ଚିମ ମ୍ୟାଁମାରର ରଖୀନ ରାଜ୍ୟରେ ସକ୍ରିୟ ଆତଙ୍କବାଦ ସଙ୍ଗଠନ। ୨୦୧୯ ମସିହାରେ ମ୍ୟାଁମାର ସେନା ଉପରେ ଏହି ଆତଙ୍କବାଦୀ ସଙ୍ଗଠନମାନେ ମାଇନ୍‌ ଆକ୍ରମଣ କରିଥିଲେ। ପରେ ଯାଞ୍ଚ ବେଳେ ଆତଙ୍କବାଦୀ ବ୍ୟବହାର କରିଥିବା ମାଇନ୍‌ ଚୀନ୍‌ ନିର୍ମିତ ଜଣାପଡିଥିଲା।

ସେବେଠାରୁ ଚୀନ୍‌ ଉପରେ ସନ୍ଦେହ ଘନିଭୂତ ଥିବା ବେଳେ ଏଏ ଓ ଏଆରଏସଏକୁ ଚୀନ୍‌ର ସମର୍ଥନ ପ୍ରାପ୍ତ ଥିବା ଏବେ ସ୍ପଷ୍ଟ ହୋଇଯାଇଛି। ତେବେ ଦୀର୍ଘ ସମ୍ପର୍କ ସତ୍ତ୍ୱେ ମ୍ୟାଁମାର ପ୍ରତି ଚୀନ୍‌ ବିଶ୍ୱାସଘାତ କରୁଥିବାର ଏବେ ପ୍ରମାଣିତ ହୋଇଥିବା ବେଳେ ଏଭଳି ଆତଙ୍କବାଦ ସଙ୍ଗଠନଙ୍କ ସଫାଇ ଏବେ ମ୍ୟାଁମାର ସେନା ଲାଗି ଅସମ୍ଭ ହୋଇପଡିଥିବାରୁ ଅନ୍ତର୍ଜାତୀୟ ସହାୟତା ଲାଗି ନିବେଦନ ନିମନ୍ତେ ବାଧ୍ୟ କରିଛି ବୋଲି ଜେନେରାଲ କହିଛନ୍ତି। 

ବେଜିଂ ଉପରକୁ ମ୍ୟାଁମାର ଭଳି ଦେଶ ଅଙ୍ଗୁଳି ଉଠାଇବା ବାସ୍ତବିକ ଅସାଧାରଣ କଥା। ତେବେ ଏଥିରୁ ଚୀନ୍ ଏକ ବିଶ୍ୱାସଘାତୀ ଦେଶ ବୋଲି ପ୍ରମାଣିତ ହୋଇଛି।  କେବଳ ଚୀନ୍‌ ମାଇନ୍‌ ନୁହେଁ ଗତବର୍ଷ ମ୍ୟାଁମାର ସେନା ନିଷିଦ୍ଧ ନ୍ୟାସନାଲ ଲିବରେସନ ଆର୍ମି ଠିକଣାରୁ ସେନା ଜବତ କରିଥିବା ଚୀନ୍‌ ନିର୍ମିତ ଭୂ-ପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇ ପାରୁଥିବା କ୍ଷେପଣାସ୍ତ୍ର ସମେତ ବିପୁଳ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ଚୀନ୍‌ ଅସ୍ୱୀକାର କରିଦେଇଥିଲା। ଏଥିରୁ ଚୀନ୍‌କୁ ଏବେ ବିଶ୍ୱାସ କରାଯାଇ ପାରୁନଥିବାରୁ ମ୍ୟାଁମାର ନିଜର ସାର୍ବ ଭୌମତ୍ୱ ଓ ସୁରକ୍ଷା ଲାଗି ବିଶ୍ୱ ଶକ୍ତିଙ୍କ ସହାୟତା ଲୋଡିଛି।   

   Related Posts