Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ମିଆଁମାରରେ ଅସହଯୋଗ ଆନ୍ଦୋଳନ ଡାକରା: ପିଲାଙ୍କୁ ସ୍କୁଲ୍‌ ଛାଡ଼ିବେନି, ବିଦ୍ୟୁତ ବିଲ୍‌ ଦେବେ ନାହିଁ, ଶୁଝିବେ ନାହିଁ ଲୋନ୍‌

26/04/2021 at 8:30 PM

ନୂଆଦିଲ୍ଲୀ ୨୬/୪: ସେନା ଶାସନ ବିରୋଧରେ ଅସହଯୋଗ ଆନ୍ଦୋଳନର ଡାକରା ଦେଲେ ମିଆଁମାରବାସୀ।  ବିଜୁଳୀ ବିଲ୍‌, କୃଷି ଋଣ ଦେବେନି କି ପିଲାଙ୍କୁ ସ୍କୁଲ ଛାଡ଼ିବେ ନାହିଁ ବୋଲି ଆନ୍ଦୋଳନକାରୀ ଆହ୍ବାନ ଦେଇଥିବା ଜଣାପଡ଼ିଛି।  ମିଆଁମାରରେ ସୈନ୍ୟ ଶାସନ ବିରୋଧରେ ଏବେ ବି ଜୋରଦାର ପ୍ରଦର୍ଶନ ଜାରି ରହିଛି। ବିକ୍ଷୋଭକାରୀ ସୈନ୍ୟ ଶାସନ ଜୁଣ୍ଟା ବିରୋଧରେ ଅସହଯୋଗ ଆନ୍ଦୋଳନର ଡାକରା ଦେଇଛନ୍ତି। ସୈନ୍ୟ ସରକାରକୁ ବିଜୁଳୀ ବିଲ୍‌ ଏବଂ କୃଷି ଋଣ ନଦେବାକୁ ଲୋକମାନଙ୍କୁ ଆହ୍ବନ ଦିଆଯାଇଛି। ଏହା ସହ ସେନା ବିରୋଧରେ ସ୍ବାଧୀନତା ଦାବି କରୁଆସୁଥିବା ଆନ୍ଦୋଳନକାରୀ ପିଲାମାନଙ୍କୁ ସ୍କୁଲ ନଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ସବୁ କାର୍ଯ୍ୟ ସୋମବାରଠୁ ଆରମ୍ଭ ହୋଇଛି। ରବିବାର ଦିନ ମିଆଁମାରର ବଡ଼ ବଡ଼ ସହରରେ ବିରୋଧ ପ୍ରଦର୍ଶନ ହୋଇଥିଲା। ତାର ଗୋଟିଏ ଦିନ ପରେ ଇଣ୍ଡୋନେସିଆରେ ଆୟୋଜିତ ସମ୍ମିଳନୀ (ଏଏସ୍‌ଇଏଏନ)ରେ ମିଆଁମାରର ବରିଷ୍ଠ ଜେନେରାଲ୍‌ ମିଙ୍ଗ ଓଙ୍ଗ ହେଇଙ୍ଗ ଶାନ୍ତି ପ୍ରତିଷ୍ଠା ପାଇଁ ଚୁକ୍ତି କରିଛନ୍ତି।  କିନ୍ତୁ ଜୁଣ୍ଟା ମୁଖ୍ୟ  ଲୋକତାନ୍ତ୍ରିକ ସରକାରଙ୍କ ନେତା ଆଙ୍ଗ ସାନ ସୁକିଙ୍କ ସମେତ ରାଜନୈତକ କଏଦୀଙ୍କୁ ମୁକ୍ତ କରିବା ଦାବିକୁ କର୍ଣ୍ଣପାତ କରିନଥିଲେ।

ଏହାକୁ ବିରୋଧ କରି ମିଆଁମାର ଜନତା ଅନଶନ ପାଖରୁ ଅସହଯୋଗ ଆନ୍ଦୋଳନ ପର୍ଯ୍ୟନ୍ତ କରିଛନ୍ତି। ଏହି ଆନ୍ଦୋଳନ ଯୋଗୁ ମିଆଁମାରର ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଧ୍ବସ୍ତ ହୋଇପଡ଼ିଛି।  ଅନ୍ୟପଟେ ଜୁଣ୍ଟା ବିରୋଧରେ ଅସହଯୋଗ କରିବାକୁ ସହରରୁ ରାଜ୍ୟ ପର୍ଯ୍ୟନ୍ତ ଲୋକେ ସବୁ ପ୍ରକାର ପ୍ରଚେଷ୍ଟା କରିବୁ। ସେମାନଙ୍କ ସିଷ୍ଟମରେ ଆମେ ସାମିଲ ହେବୁନି କି ସେମାନଙ୍କୁ ସହଯୋଗ କରିବୁ ନାହିଁ ବୋଲି ମୋନୟାର ଜଣେ ଆନ୍ଦୋଳନକାରୀ କାନ୍ତ ଓ୍ବାଇ ରିଉଟର୍ସକୁ କହିଛନ୍ତି। ସେମବାର ମୁଖ୍ୟ ସହରରରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଲୋକେ ରାଜ ରାସ୍ତାରେ ବିକ୍ଷୋଭ କରୁଛନ୍ତି। କିନ୍ତୁ ସେହି ସମୟରେ କୌଣସି ପ୍ରକାର ହିଂସା ନେଇ ଖବର ମିଳିନାହିଁ ବୋଲି ରିଉଟର୍ସରେ ଖବର ପ୍ରକାଶ ପାଇଛି।

   Related Posts